Posted inଫୁରସତ

ଜାଣନ୍ତୁ ଏହି ସ୍ଥାନରେ କାହିଁକି ଦୋହଲିଥାଏ ପୃଥିବୀ

ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି, ଯାହା ସମ୍ପର୍କରେ ଜାଣିଲେ ଅବିଶ୍ୱସନୀୟ ଲାଗିବ। ମାତ୍ର ଏପରି ଏକ ଚମତ୍କାରୀ ସ୍ଥାନ ରହିଛି ଛତିଶଗଡ଼ରେ। ଏଠାରେ ଛତିଶଗଡ଼ର ଏକ ସୂଚନା ବୋର୍ଡ ମଧ୍ୟ ଲଗାଯାଇଛି। ଯେଉଁଥିରେ ଲେଖା ହୋଇଛି, ଏଠାରେ ଧରିତ୍ରୀ ବା ପୃଥିବୀ ଦୋହଲିଥାଏ। ଏହି ସ୍ଥାନରେ ଡେଇଁଲେ ପୃଥିବୀ ହଲିଯିବ ଏବଂ ଜୀବନର ଆନନ୍ଦ ଉଠାଇ ପାରିବେ। ଏହି ସ୍ଥାନରେ ଏପରି କାହିଁକି ହୁଏ ସେନେଇ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି।


ସ୍ଥାନୀୟ ଲୋକେ କୁହନ୍ତି, ଏକଦା ଏଠାରେ ଏକ ଜଳସ୍ରୋତ ଥିଲା । ଯାହା ଏବେ ଶୁଖିଯାଇଛି। ମାତ୍ର ଭିତର ମାଟି ପୂରା ନରମ। ଫଳରେ ଏପରି ହୋଇଥାଏ ବୋଲି ଅନୁମାନ କରାଯାଉଛି।

ବୈଜ୍ଞାନିକମାନେ କୁହନ୍ତି, ଏହାର ଭିତର ଅଂଶରେ ଥିବା ଖାଲିସ୍ଥାନରେ ପାଣି ଭରି ରହିଛି। ଫଳରେ ଏହା ଉପରେ ଡେଇଁଲେ ସ୍ଥାନଟି ଦବି ଯାଇ ହଲିବା ପରି ଅନୁଭବ ହୁଏ। ଏହି ସ୍ଥାନ ଏବେ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ। କିଛି ଲୋକ ମଜା ଉଠାଇବା ପାଇଁ ଏଠାକୁ ଆସିଥାନ୍ତି। ଏଠାରେ ଏକ ସୁନ୍ଦର ଝରଣା ଥିବାରୁ ଏହାର ପରିବେଶ ଅତ୍ୟନ୍ତ ଥଣ୍ଡା ରହିଥାଏ। ଯାହା ଲୋକଙ୍କୁ ଖୁବ୍‌ ଆନନ୍ଦ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଶାକାହାର ସିଦ୍ଧାନ୍ତ

ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ ଥିଲାବେଳେ ଶାକାହାର ବା ସାଦା ଖାଇବା ପରମ୍ପରା ଅଧିକ ଦୃଢ଼ୀଭୂତ ହୋଇଥିଲା। ଜଣେ ଅତ୍ୟଧିକ ଗରିଷ୍ଠ, ମସଲାଯୁକ୍ତ, ଆମିଷ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୨।୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ତା’ର ଅଭିଯାନର ଏକ ଦୃଢ଼ ଆରମ୍ଭ କରିଛି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୨୯…

ଭାରତ ବନ୍ଦ ପ୍ରଭାବ: ବାଲେଶ୍ୱରରେ ଅଟକିଲା ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ

ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ):ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନକୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର ବିଭିନ୍ନ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

ଆଜି ବାଂଲାଦେଶ ନିର୍ବାଚନ

ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ…

ପେଙ୍ଗୁଇନ୍‌ ଇଣ୍ଡିଆକୁ ନୋଟିସ

ନୂଆଦିଲ୍ଲୀ,୧୨ା୨: ପୂର୍ୱତନ ସେନା ମୁଖ୍ୟ ଏମ୍‌.ଏମ୍‌. ନରଓ୍ୱଣେଙ୍କ ପୁସ୍ତକ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’କୁ ନେଇ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆକୁ…

ଏପ୍‌ଷ୍ଟିନ୍‌ ମୋତେ ଦୋମୁହଁା କହିଥିଲେ

ନୂଆଦିଲ୍ଲୀ,୧୨।୨: ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍‌ଷ୍ଟିନ୍‌ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା…

ଅନାସ୍ଥା ନୋଟିସରେ ତ୍ରୁଟି

ନୂଆଦିଲ୍ଲୀ,୧୨ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ବିପକ୍ଷ ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଦେଇଥିବା ନୋଟିସ ତ୍ରୁଟିଯୁକ୍ତ। ନୋଟିସ ଡ୍ରାଫ୍ଟିଙ୍ଗ୍‌ରେ ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri