Posted inରାଜ୍ୟ

ଜଳ ବିବାଦ ସମାଧାନର ବିକଳ୍ପ ସୂତ୍ର ରହିଛି: କାବେରୀ ଭଳି ମହାନଦୀର ଅବସ୍ଥା ନ ହେଉ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ମହାନଦୀ ଟ୍ରିବ୍ୟୁନାଲର ନବମ ବୈଠକ ଓ ଶୁଣାଣି ହୋଇଛି। ଏଥିରେ ଉଭୟ ରାଜ୍ୟ ତରଫରୁ ବିଶେଷଜ୍ଞ ଦଳ ପରସ୍ପର ରାଜ୍ୟକୁ ଗସ୍ତକରି ରିପୋର୍ଟ ପ୍ରଦାନ କରିବା ବ୍ୟତୀତ ଅନ୍ୟକିଛି ବିଷୟରେ ଶୁଣାଣି ହୋଇନାହିଁ। ଟ୍ରିବ୍ୟୁନାଲର କଚ୍ଛପ ଗତି ସମସ୍ତଙ୍କୁ ମର୍ମାହତ କରିଥିବାବେଳେ ଓଡ଼ିଶାର ମୂଳ ଆବେଦନ ଉପରେ କୌଣସି ଅଗ୍ରଗତି ନ ହେବା ଦୁଃଖଦାୟକ। ଛତିଶଗଡ଼ ମହାନଦୀ ଉପରେ ନିର୍ମାଣ କରିଥିବା ବେଆଇନ ପ୍ରକଳ୍ପଗୁଡ଼ିକୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନକୁ ଟ୍ରିବ୍ୟୁନାଲ ଏବେ ପର୍ଯ୍ୟନ୍ତ ବିଚାରକୁ ନ ନେବା ଦୁଃଖର ବିଷୟ। ଟ୍ରିବ୍ୟୁନାଲ ଦ୍ୱାରା କାବେରୀ ପରି ମହାନଦୀ ଅବସ୍ଥା ନ ହେଉ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ସଂଗଠନ କହିଛି। ଶନିବାର ରେଡ଼କ୍ରସ ଭବନରେ ସଂଗଠନ ପକ୍ଷରୁ ମହାନଦୀ ‘ଜଳ ବିବାଦର ସମାଧାନ କ୍ଷେତ୍ରରେ ବିକଳ୍ପ ରାସ୍ତା’ ଉପରେ ଅନୁଷ୍ଠିତ କର୍ମଶାଳାରେ ଏ ନେଇ ଆଲୋଚନା କରାଯାଇଥିଲା। ପୁଣେସ୍ଥିତ ୱାଟର କନ୍‌ଫ୍ଲିଟ ଫୋରମ ପକ୍ଷରୁ ବିଶିଷ୍ଟ ନଦୀ ଗବେଷକ ଡ. ଟି.କେ. ଜୟ ଏକ ଚିଠା ପ୍ରସ୍ତାବ ଉପସ୍ଥାପନ କରି ସମସ୍ୟା ସମାଧାନର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଆମେରିକାର ଇନ୍‌ଷ୍ଟିଚ୍ୟୁଟ ଫର୍‌ ୱାଟର କଲଚରର ନିର୍ଦ୍ଦେଶକ ଡ. ଡ଼େଭିଡ଼ ଗ୍ରୋନଫିଟ୍‌, ଡ. ଆବ୍ରାହମ ସାମୁଏଲ୍‌, ଡ. ନେହା ଭଡ଼ଭଡ଼େ ପ୍ରମୁଖ ଏହି ଚିଠା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କ ଏମ୍‌ବିବିଏସ୍‌ ଫଳକ ଲଗାଇ ବାପା କରୁଛନ୍ତି ଚିକିତ୍ସା, ନକଲି ଔଷଧ ପ୍ରସ୍ତୁତ କରି ଚାଲିଛି ରୋଗୀଙ୍କୁ ଶୋଷଣ

ଗୋପାଳପୁର,୯।୧-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ରୋଗୀଙ୍କୁ...

ଚାଷୀଙ୍କୁ ୪୫୦ କୋଟି କୃଷିଋଣ

କଟକ ଅଫିସ,୫ା୬: ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ୨୦୨୦ ଖରିଫ ଚାଷ ପାଇଁ କଟକ ଜିଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ...

ଏମ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଲେ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ଏମ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟ୍‌ ଅଭିଯୋଗ। ଜୁନିୟର ଆଡମିନ୍‌ଷ୍ଟ୍ରେଟିଭ୍‌ ଅଫିସର ପ୍ରବୀଣ କୁମାର ପାଠକକୁ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି...

୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର ଅଫିସ,୬ା୩: ଥମୁନି  ଧଳା ଜହର କାରବାର। ବାଲେଶ୍ୱର ଜିଲା କମର୍ଦ୍ଦା ବଜାରରୁ ୨୬୦ ଗ୍ରାମର ବ୍ରାଉନସୁଗାର ଜବତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।...

ସନ୍ଧ୍ୟା ଦର୍ଶନ କଟକଣା: ଗର୍ଭଗୃହକୁ ଯାଇପାରିବେନି ଭକ୍ତ

ପୁରୀ ଅଫିସ,୧୧।୭: ଆଡ଼ପମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ। ଗୁରୁବାର ସନ୍ଧ୍ୟା ଦର୍ଶନ। ନବମୀ...

ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା: ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

ଚମ୍ପୁଆ, ୧୦ା୭(ଡି.ଏନ.ଏ.): ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ବଢିବାରେ ଲାଗିଛି। କିଛିଦିନ ତଳେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା କମି ନ ଥିବା...

ମିନତି ମିଶ୍ରଙ୍କୁ ମରଣୋତ୍ତର ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ

କୋଣାର୍କ,୨୨।୨(ଡି.ଏନ.ଏ): କୋଣାର୍କ ନାଟ୍ୟମଣ୍ଡପରେ ଚାଲିଥିବା ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ପଞ୍ଚଦେବ ସ୍ତୁତି ପରେ ବିଖ୍ୟାତ ସିତାର ବାଦକ...

ଅନ୍ୟର ତ୍ରୁଟି ୨ଜଣଙ୍କୁ କାଳ ହେଲା

ବରଗଡ଼ ଅଫିସ୍‌/ବରପାଲି,୧୨।୫: ବରଗଡ଼ ଜିଲା ବରପାଲି ଥାନା ମହଦା କେନାଲ ଛକ ନିକଟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ ଆସୁଥିବା ବେଳେ ଗଛଡ଼ାଳ...

Advertisement
Archives

Model This Week