Posted inଖେଳ

ଜରିନ୍‌ଙ୍କୁ ହରାଇଲେ ମେରୀକମ୍‌: ମ୍ୟାଚ୍‌ ପରେ ଫୁଲ ଡ୍ରାମା

ନୂଆଦିଲ୍ଲୀ, ୨୮।୧୨- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ (୫୧ କିଲୋ କାଟେଗୋରି) ଟ୍ରାଏଲରେ ନିଖତ ଜରିନଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ ଆସନ୍ତା ବର୍ଷ ହେବାକୁ ଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ସ୍ପଷ୍ଟ ହୋଇଛି। ମେରୀକମ୍‌ଙ୍କ ଆଟାକିଂ ରଣନୀତି ସମ୍ମୁଖରେ ପ୍ରତିପକ୍ଷ ଜରିନ ଅଧିକ କିଛି କରିପାରି ନ ଥିଲେ। କିମ୍ବଦନ୍ତୀ ବକ୍ସର ୯-୧ ବ୍ୟବଧାନରେ ବାଉଟ୍‌କୁ ଜିତି ନେଇଥିଲେ। ଉଲ୍ଲେଖଯୋଗ୍ୟ, ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ୫୧ କେଜି ବର୍ଗରେ କେଉଁ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବ, ତାହା ଟ୍ରାଏଲରୁ ନିର୍ଣ୍ଣୟ କରାଯାଉ ବୋଲି ଜରିନ ଜନସାଧାରଣଙ୍କ ଆଗରେ ଦାବି କରିଥିଲେ। ବାଉଟ୍‌ ପରେ ଜରିନ ହାତ ମିଳେଇବାକୁ ଉଦ୍ୟମ କରିଥିଲେ, ହେଲେ ମେରୀକମ୍‌ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ମୁଁ ବହୁତ ରାଗି ଥିଲି। ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏବେ ସବୁ ଶେଷ ହୋଇ ସାରିଛି। ତୁମେ ରିଙ୍ଗ ଭିତରେ କେଉଁ ଭଳି ପ୍ରଦର୍ଶନ କରୁଛ, ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ବାଉଟ୍‌ ପରେ ମେରୀକମ୍‌ କହିଛନ୍ତି। ମ୍ୟାଚ୍‌ ଫଳାଫଳକୁ ତେଲେଙ୍ଗାନା ବକ୍ସିଂ ଆସୋସିଏଶନ ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ହସ୍ତକ୍ଷେପ କରିଥିଲେ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ସଭାପତି ଅଜୟ ସିଂ। ସେ ତେଲେଙ୍ଗାନା ବକ୍ସିଂ ଆସୋସିଏଶନ ପ୍ରତିନିଧି ଏପି ରେଡ୍ଡୀଙ୍କୁ ରିଙ୍ଗ୍‌ ଅଞ୍ଚଳରୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ରାଜନୀତି ହେଲେ ଦେଶରେ ବକ୍ସିଂ ଉଧେଇ ପାରିବ ନାହିଁ ବୋଲି ରେଡ୍ଡୀ କହିଛନ୍ତି। ଅନ୍ୟ ଟ୍ରାଏଲରେ ଦୁଇ ଥର ବିଶ୍ୱ ରୌପ୍ୟ ପଦକଧାରୀ ସୋନିଆ ଲାଥର (୫୭ କେଜି)ଙ୍କୁ ସାକ୍ଷୀ ଚୌଧାରୀ ହରାଇ ଦେଇଛନ୍ତି। ସେହିଭଳି ୬୦ କେଜି ବର୍ଗରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଏଲ. ସରିତା ଦେବୀ ଜାତୀୟ ଚାମ୍ପିୟନ ସିମରନଜିତ କୌରଙ୍କଠାରୁ ପରାସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri