Posted inଜାତୀୟ

ଜମ୍ମୁ-କଶ୍ମୀରର ପ୍ରଥମ ନାଗରିକ ଗିରିଶ

ଶ୍ରୀନଗର,୩୧।୧୦: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଗିରିଶଚନ୍ଦ୍ର ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ୧୯୮୫ ଗୁଜରାଟ କ୍ୟାଡ଼ର ଆଇଏଏସ୍‌ ଅଫିସର ଗିରିଶଙ୍କୁ ଜମ୍ମୁ-କଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଗୁରୁବାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏଠାରେ ଏବେ ଉର୍ଦ୍ଦୁ ବଦଳରେ ହିନ୍ଦୀ ଭାଷାରେ ସରକାରୀ କାର୍ଯ୍ୟ ସମ୍ପନ୍ନ ହେବ। ତେବେ ପୁନର୍ଗଠନ ଅଧିନିୟମ ଧାରା ୪୭ ଅନ୍ତର୍ଗତ ଜମ୍ମୁ-କଶ୍ମୀରରେ ନୂଆ ବିଧାନସଭା ଗଠନ ପରେ ସରକାର ନୂଆ ଏକାଧିକ ଭାଷା ଚୟନ କରିପାରିବେ। ଏହା ସହିତ ରାଜ୍ୟରେ ୨ଟି ନୂଆ ରେଡିଓ ଷ୍ଟେଶନ ମଧ୍ୟ ସ୍ଥାପିତ ହେବ। ପୂର୍ବରୁ ଜମ୍ମୁ-କଶ୍ମୀର ବିଧାନସଭା ସଦସ୍ୟ ସଂଖ୍ୟା ୧୦୭ ଥିବାବେଳେ ଏବେ ଏହା ୧୧୪ ହେବ। ଏବେ ଜମ୍ମୁ-କଶ୍ମୀରରେ ୨୦ଟି ଜିଲା ରହିଛି। ତେବେ ନୂଆ ବିଧାନସଭା ଗଠନ ପରେ ଜିଲା ସଂଖ୍ୟା ବଢ଼ାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଅଗଣାରେ ‘ତୁଳସୀ’

ଲକ୍ଷ୍ନୌ, ୨୪।୫: ୫୦ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଗଣାକୁ ଆସିଛନ୍ତି ତୁଳସୀ। କଂଗ୍ରେସର ଗଡ କୁହାଯାଉଥିବା ଉତ୍ତର ପ୍ରଦେଶର ଆମେଠି ଲୋକ...

ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍‌ଇନ୍‌ରେ ରହୁଥିବା ମାତାପିତା କଲେ ବିବାହ

ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ଘଟିଛି ଏକ ନିଆରା ଘଟଣା। ଏଠାରେ ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍‌ଇନ୍‌ରେ ରହୁଥିବା ମାତାପିତା...

ଅନ୍‌ଲକ୍‌-୮, ଖୋଲିବ ସିନେମା ହଲ୍‌…

ନୂଆଦିଲ୍ଲୀ,୨୫।୭: ସୋମବାରଠାରୁ ଦିଲ୍ଲୀରେ ଅନ୍‌ଲକ୍‌-୮ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୨୬ଠାରୁ ଦିଲ୍ଲୀର ସମସ୍ତ ସିନେମା ହଲ୍‌, ଥିଏଟର, ମଲ୍ଟିପ୍ଲେକ୍ସ୍‌ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ...

ଗେହଲଟଙ୍କୁ ବିଧାୟକଙ୍କ ସମର୍ଥନ

ଜୟପୁର,୧୪ା୭(ପି.ଟି./ଆଇଏଏନ୍‌ଏସ୍‌): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିବାବେଳେ ସୋମବାର ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ...

ଗୁରୁଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ସାରା ଦେଶରେ ସେପ୍ଟେମ୍ବର ୫କୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ଏଥର ମଧ୍ୟ ଏହି ପବିତ୍ର ଦିବସକୁ ସାରା ଦେଶରେ ଗୁରୁବାର ପାଳନ କରାଯାଇଛି।...

ଫେବୃୟାରୀ ଯାଏ ଗ୍ରେ ଲିଷ୍ଟରେ ରହିବ ପାକ୍‌

ଇସ୍‌ଲାମାବାଦ, ୧୭ା୧୦(ପି.ଟି.): ଆତଙ୍କବାଦକୁ ନେଇ ପାକିସ୍ତାନ ଏକଘରକିଆ ହୋଇପଡ଼ିଥିବାବେଳେ ଏହାକୁ ପୁଣି ଏକ ଝଟକା ଲାଗିଛି। ପାକିସ୍ତାନକୁ ଆସନ୍ତା ୨୦୨୦ ଫେବୃୟାରୀ ମାସ ପର୍ଯ୍ୟନ୍ତ ଗ୍ରେ...

ଦିଲ୍ଲୀରେ ହୋଇନି ଗୋଷ୍ଠୀ ସଂକ୍ରମଣ: ଶାହା

ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମନ୍ତବ୍ୟ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସିସୋଦିଆ କହିଥିଲେ...

ସିଜେଆଇଙ୍କୁ ଚିଠି ଲେଖିଲେ ଛାତ୍ରୀ

କରୋନାରେ ଲୋକଙ୍କ କଷ୍ଟ ବୁଝି ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରଭାବୀ ଢଙ୍ଗରେ ହସ୍ତକ୍ଷେପ କରିଥିବାରୁ ସିଜେଆଇ ଏନ୍‌. ଭି. ରମାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେରଳର ୫ମ...

Advertisement


Archives

Model This Week