Posted inଜାତୀୟ

ଜମ୍ମୁ-କଶ୍ମୀରରେ ମାଗଣା ଫିଲ୍ମ ଦେଖାଇବେ ସରକାର

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ଉଠିବା ପରେ ସେଠାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି। ଲୋକଙ୍କ ମନୋରଞ୍ଜନ ପାଇଁ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ପ୍ରତି ଜିଲାରେ ବନ୍ଦ ଥିବା ସିନେମାଘରଗୁଡିକୁ ପୁଣିଥରେ ଖୋଲାଯିବ ସହ ଲୋକଙ୍କୁ ମାଗଣା ଫିଲ୍ମ ଦେଖାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କଶ୍ମୀର ଡିଭିଜନ କମିଶନର ବଶିର ଅହମ୍ମଦ ଖାନ୍‌ ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରତି ଜିଲାରେ ସ୍କ୍ରିନିଂ ସେଣ୍ଟର ଖୋଲାଯିବ। ଯେଉଁଠିକୁ ସ୍ଥାନୀୟ ଲୋକେ ଯାଇ ଫିଲ୍ମ ଦେଖାଇବେ। ଖେଳ, ସଂସ୍କୃତି, ସାହିତ୍ୟ ଏବଂ ପିଲାଙ୍କ ଉପରେ ଆଧାରିତ ଡକ୍ୟୁମେଣ୍ଟାରି ଫିଲ୍ମ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା, ବିରୋଧରେ ଚକାଜାମ

କଟିହାର,୭ ।୧୧: ବିହାରର କଟିହାର ଜିଲାରେ ସୋମବାର ସ୍ଥାନୀୟ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସଞ୍ଜିବ ମିଶ୍ରାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହାକୁ...

ରାସ୍ତା ସଫା କରୁଥିଲାବେଳେ ବେହୋସ ହୋଇପଡିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ

ଜଳନ୍ଧର, ୧୪।୭: ଆଜିକାଲି ପଞ୍ଜାବରେ ସ୍ବଚ୍ଛ ଭାରତ ଅଭିଯାନ ଚାଲିଛି। ରାଜନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଅଭିଯାନରେ ସାମିଲ ହେଉଥିବା ନଜିର ରହିଛି।...

ମୋଦି ବ୍ୟବହାର କରୁଛନ୍ତି ଆଇଫୋନ୍‌-୬ ସ୍ମାର୍ଟଫୋନ୍‌; ଶାହଙ୍କ ପାଖରେ ଆଇଫୋନ୍‌ ଏକ୍ସ୍‌ଏସ୍‌

ନୂଆଦିଲ୍ଲୀ, ୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ଦୃଷ୍ଟିରୁ ଆଇଫୋନ୍‌-୬ ସିରିଜ୍‌ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ଆପଲ୍‌ ପକ୍ଷରୁ ଏହି ସିରିଜ୍‌ରେ ଆଇଫୋନ୍‌-୬, ଆଇଫୋନ୍‌-୬ ପ୍ଲସ୍‌,...

ପ୍ରଭାବ ଶୂନ୍ୟ ୫୦୦ କୋଟି ଟଙ୍କାର କରୋନା ଔଷଧ ସେବନ କରିଛନ୍ତି ଲୋକେ!

ନୂଆଦିଲ୍ଲୀ,୧୮ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ସାରା ବିଶ୍ୱ ଏହାକୁ ଭୟ କରିଯାଇଛି । ତେବେ କରୋନା ମହାମାରୀର...

ପ୍ରଶାନ୍ତ କିଶୋରଙ୍କ ସଦସ୍ୟତାକୁ ସ୍ବାଗତ କଲା ଏଏପି

ନୂଆଦିଲ୍ଲୀ,୨୧।୨: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କୁ ନେଇ ଏବେ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନରେ ବିଜୟ ହେବା...

ଆକ୍ରମଣ କରୁଥିବା ଶକ୍ତି ପ୍ରତି ସଚେତନତା ଜରୁରୀ: ମୋଦି…

ନୂଆଦିଲ୍ଲୀ,୬।୯ : ମଙ୍ଗଳବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏଠାରେ...

ବଳାତ୍କାର, ପୋକ୍ସୋ ମାମଲା ତଦନ୍ତ ୨ ମାସରେ ସାର

ପାଟନା,୯ା୧୨(ପି.ଟି.): ବଳାତ୍କାର ମାମଲା ଏବଂ ପୋକ୍ସୋ ଆଇନରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ତଦନ୍ତ ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଆଇନମନ୍ତ୍ରୀ...

୧୦୦ ଦିନରେ ଉଦ୍ଧବଙ୍କ ଶାସନ

ମୁମ୍ବାଇ,୭।୩: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନକୁ ୧୦୦ ଦିନ ପୂରିଛି। ଏହି ଅବସରରେ ଉଦ୍ଧବ ଅଯୋଧ୍ୟା ଯାତ୍ରା କରି ସପରିବାର ଲାମଲଲା ଏବଂ ହନୁମାନଗଡ଼ି...

Advertisement
Archives

Model This Week