ଜବରଦଖଲ ମୁକ୍ତ ହେଲା ଜଗନ୍ନାଥଙ୍କ ଜମି

ଅତାବିରା, ୧୬।୨ (ଡି.ଏନ.ଏ):ବରଗଡ଼ ଜିଲା ଭେଡେନ ବ୍ଲକ ଉଦେପୁର ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରର ଜମିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘବର୍ଷ ହେଲା ଜବରଦଖଲ କରି ରଖିଥିଲେ। ତେବେ ଗ୍ରାମବାସୀ ଏକାଠି ହୋଇ ରବିବାର ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରିଛନ୍ତି।
ସୂଚନା ଅନୁସାରେ, ଉଦେପୁର ଜଗନ୍ନାଥ ମନ୍ଦିର ନାମରେ ଉକ୍ତ ଗାଁରେ ୪.୭୨ ଏକର ଜମି ରହିଛି। ଏହି ଜମିକୁ ଉକ୍ତ ଗାଁର କେତେକ ବ୍ୟକ୍ତି ଦୀର୍ଘଦିନ ହେଲା ଜବରଦଖଲ କରି ରଖିଥିଲେ। ଦେଶଭଟିଲି ଆର୍‌ଆଇ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମିକୁ ଚିହ୍ନଟ କରିବା ପରେ ମନ୍ଦିର ଟ୍ରଷ୍ଟବୋର୍ଡ ଜମି ଜବରଦଖଲ ମୁକ୍ତ ପାଇଁ ପୋଲିସ ପ୍ରଶାସନକୁ ଅବଗତ କରିଥିଲେ। ତେବେ ପୋଲିସ ପ୍ରଶାସନ ଏହି ସମସ୍ୟାର ସମାଧାନ କରି ନ ପାରିଥିବାରୁ ଗ୍ରାମବାସୀ ଓ ଜବରଦଖଲକାରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଟ୍ରଷ୍ଟବୋର୍ଡ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଜାନୁୟାରୀ ମାସରେ ଏ ନେଇ ଏକ ବୈଠକ କରାଯାଇ ଜଗନ୍ନାଥଙ୍କ ନାମରେ ଥିବା ଜମିକୁ ସୁନା ପୋଢ଼ ନାମକ ଜଣେ ବ୍ୟକ୍ତିଙ୍କୁ ନିଲାମରେ ଦେଇଥିଲେ। ହେଲେ ପୂର୍ବରୁ ଜବରଦଖଲ କରି ଆସୁଥିବା ପ୍ରଭାବଶାଳୀ ବ୍ୟକ୍ତି ଗ୍ରାମବାସୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ଜମିକୁ ନିଲାମ କରାଯାଇପାରି ନ ଥିଲା। ତେବେ ରବିବାର ସକାଳେ ଗ୍ରାମର ମହିଳାପୁରୁଷ ଏକଜୁଟ ହୋଇ ଜଗନ୍ନାଥ ଓ ଲକ୍ଷ୍ମୀନାରାୟଣ ମହାପ୍ରଭୁଙ୍କ ନାମରେ ଥିବା ୪ ଏକର ୭୨ ଡେସିମିଲ ଜମିକୁ ଦଖଲ କରି ପହ୍ଲା ରୋଇଛନ୍ତି। ଫଳରେ ଗାଁରେ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ରୁଷୁଡା ଫାଣ୍ଡି ଅଧିକାରୀ ଗଣେଷ କଲେତଙ୍କୁ ପଚରାଯିବାରୁ ଉଭୟ ପକ୍ଷଙ୍କୁ ଡକାଇ ସମାଧାନ କରିବାକୁ ଚେଷ୍ଟା ଚାଲିଛି ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri