Posted inଜାତୀୟ

ଜନାଦେଶକୁ ଅପେକ୍ଷା

ନୂଆଦିଲ୍ଲୀ,୨୩ା୫(ପି.ଟି./ଆଇଏଏନ୍‌ଏସ୍‌) : ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା। ଆସିବ ସର୍ବବୃହତ୍‌ ଗଣତନ୍ତ୍ରର ଭୋଟ ମହାପର୍ବର ବହୁପ୍ରତୀକ୍ଷିତ ପରିଣାମ। ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ରେ ବନ୍ଦ ଥିବା ଜନାଦେଶ ନିର୍ଦ୍ଧାରଣ କରିବ ଭାରତର ଆଗାମୀ ୫ ବର୍ଷର ଭାଗ୍ୟ। ଦେଶର ୫୪୨ ଲୋକ ସଭା ଆସନ ପାଇଁ ଗୁରୁବାର ଭୋଟ ଗଣତି ହେବ। ଭୋଟ ଫଳାଫଳକୁ ନେଇ ଦଳ ଓ ନେତାଙ୍କ ମଧ୍ୟରେ ଯେତିକି ଉତ୍ସୁକତା ଲାଗିରହିଛି, ମତଦାତାଙ୍କ ଭିତରେ ବି ସେତିକି ଉତ୍କଣ୍ଠା ବଢ଼ିଚାଲିଛି। ଶାନ୍ତିଶୃଙ୍ଖଳା ସହ ଗଣତି ସମ୍ପୂର୍ଣ୍ଣ କରିବା ଲାଗି ନିର୍ବାଚନ କମିଶନ (ଇସି) ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପରିଣାମ ଉପରେ ସାରା ଦେଶର ନଜର କେନ୍ଦ୍ରୀଭୂତ ହୋଇରହିଛି। ୨୦୧୯ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ହୋଇଥିଲା। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବାବେଳେ ଶେଷ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ମେ ୧୯ ତାରିଖରେ କରାଯାଇଥିଲା। ମାସେରୁ ଊର୍ଦ୍ଧ୍ୱ ଏହି ଅବଧି ମଧ୍ୟରେ ୨୯ ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳର ୫୪୨ ଲୋକ ସଭା ଆସନରେ ନିର୍ବାଚନ ହୋଇଥିଲା। ଏହାସହ ଓଡ଼ିଶା ବିଧାନସଭାର ୧୪୭, ଆନ୍ଧ୍ରପ୍ରଦେଶ ୧୭୫, ଅରୁଣାଚଳ ପ୍ରଦେଶ ୬୦ ଓ ସିକିମ ବିଧାନସଭାର ୩୨ ଆସନ ଲାଗି ମଧ୍ୟ ଭୋଟ ଗ୍ରହଣ କରାଯାଇଥିଲା। ସାଧାରଣ ନିର୍ବାଚନରେ ସ୍ବାଧୀନ ସମେତ ବିଭିନ୍ନ ଦଳର ମୋଟ ୮,୦୪୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୯୦ କୋଟି ଯୋଗ୍ୟ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରି ନିଜ ପ୍ରତିନିଧିଙ୍କୁ ବାଛି ସାରିଛନ୍ତି, ଯାହାଙ୍କ ଭାଗ୍ୟର ଇଭିଏମ୍‌ ପେଡ଼ି ଗୁରୁବାର ଖୋଲିବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଣତି କେନ୍ଦ୍ରଗୁଡ଼ିକରେ ସକାଳ ୮ଟାରେ ଭୋଟ ଗଣତି ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ। ତେବେ ଅପରାହ୍ନ ସୁଦ୍ଧା ଜନାଦେଶର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ ବୋଲି ଏକପ୍ରକାର ମନେକରାଯାଉଛି। ଏହା ବ୍ୟତୀତ ୧୮ ଲକ୍ଷ ସର୍ଭିସ ଭୋଟରଙ୍କ ପୋଷ୍ଟାଲ ବାଲଟଗୁଡ଼ିକୁ ସର୍ବପ୍ରଥମେ ଗଣତି କରାଯିବ। ତାମିଲନାଡୁର ଭେଲୋର ଲୋକ ସଭା ଆସନରେ ବିପୁଳ ଅର୍ଥ କାରବାର ହୋଇଥିବା ଅଭିଯୋଗ ଆସିବା ପରେ ଇସି ସେଠାରେ ନିର୍ବାଚନ ବାତିଲ କରିଥିଲେ। ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥର ପ୍ରଥମଥର ପାଇଁ ସମସ୍ତ ଇଭିଏମ୍‌ରେ ଭୋଟର ଭେରିଫିଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ମେଶିନ ସଂଯୋଗ କରାଯାଇଥିଲା। ଇଭିଏମ୍‌ ଏବଂ ଭିଭିପିଏଟି ମେଶିନଗୁଡ଼ିକୁ ୧୦.୩ ଲକ୍ଷ ପୋଲିଂ ଷ୍ଟେଶନ ମଧ୍ୟରୁ ୨୦,୬୦୦ ଷ୍ଟେଶନରେ ମେଳ କରାଯିବ। ମେଳ ନ ଖାଇଲେ କାଗଜ ସ୍ଲିପ୍‌ ଗଣତିକୁ ଚୂଡ଼ାନ୍ତ ବୋଲି ଧରାଯିବ। ଏହି ମେଳ କରିବାର ପ୍ରକ୍ରିୟା ପାଇଁ ଗଣତିରେ ଅତିରିକ୍ତ ୪ରୁ ୫ ଘଣ୍ଟା ସମୟ ଲାଗିବ । ସଦ୍ୟ ସମାପ୍ତ ୭ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୧୧% ଥିଲା, ଯାହାକି ଭାରତୀୟ ସଂସଦୀୟ ନିର୍ବାଚନ ଇତିହାସରେ ସର୍ବାଧିକ ବୋଲି ନିର୍ବାଚନ କମିଶନଙ୍କ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭୋଟ ଗଣତି ପାଇଁ ଇସିଙ୍କ ପକ୍ଷରୁ କେତେକ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ଗଣତି କେନ୍ଦ୍ରକୁ ମୋବାଇଲ୍‌ ଫୋନ୍‌ ନେଇ ଯିବା ଉପରେ ଏଥର କଟକଣା ଜାରି କରାଯାଇଛି। ଭୋଟ ଗଣତି ପରେ ବିଜୟୀ ପ୍ରାର୍ଥୀ ସ୍ଥାନୀୟ ପୋଲିସର ବିନା ଅନୁମତିରେ ବିଜୟ ଶୋଭାଯାତ୍ରା କରିପାରିବେ ନାହିଁ। ସମସ୍ତ ଗଣତି କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟରେ ସିଆର୍‌ପିସି ଧାରା ୧୪୪ ଲାଗୁ କରାଯାଇଛି। ସବୁ କେନ୍ଦ୍ରର ସୁରକ୍ଷା ଦାୟିତ୍ୱରେ ଡିଏସ୍‌ପି ପାହ୍ୟାର ଜଣେ ଲେଖାଏ ବରିଷ୍ଠ ପୋଲିସ ଅଧିକାରୀ ରହିବେ। ଠିକ୍‌ ଓ ନିର୍ଭୁଲ ଭାବେ ଗଣତି ସୁନିଶ୍ଚିତ କରିବା ଲାଗି ଗଣତି କେନ୍ଦ୍ରଗୁଡ଼ିକରେ ଜଣେ ଲେଖାଏ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର (ଏଆର୍‌ଓ)ଙ୍କୁ ଦାୟିତ୍ୱ ଦିଆଯାଇଛି। ଇତିମଧ୍ୟରେ ମତଦାନ ପରଠୁ ଇଭିଏମ୍‌ଗୁଡ଼ିକୁ ରଖାଯାଇଥିବା ସ୍ଥାନକୁ ନେଇ ବିବାଦ ଉଠିଛି। ଏଥିଲାଗି ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ଷ୍ଟ୍ରଙ୍ଗ୍‌ରୁମ୍‌ ବାହାରେ ଇଭିଏମ୍‌ଗୁଡ଼ିକୁ ରାତିରେ ଜଗିବା ପାଇଁ ଅନୁମତି ମିଳିଛି। ଚଣ୍ଡିଗଡ଼ ସମେତ କେତେକ ସ୍ଥାନରେ କଂଗ୍ରେସ କର୍ମୀମାନେ ସୋମବାରଠାରୁ ଜଗିରହିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କର ସମସ୍ତ କ୍ୟାବିନେଟ ସହଯୋଗୀ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ ସହ କେନ୍ଦ୍ରରେ ସରକାର ଗଠନ ପାଇଁ କସରତ ଆରମ୍ଭ ହେବ। ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିବା ୧୪ ଏକ୍‌ଜିଟ୍‌ ପୋଲ୍‌ ମଧ୍ୟରୁ ୧୨ଟି ଏନ୍‌ଡିଏ ସପକ୍ଷରେ ଜନମତ ରହିଥିବା କହିଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ଗଠନ ଲାଗି କୁହୁକ ସଂଖ୍ୟା ୨୭୨ ଅତିକ୍ରମ କରି ପୂର୍ଣ୍ଣ ବହୁମତ ପାଇବ ବୋଲି ଅନେକ ସର୍ବେକ୍ଷଣ ସଂସ୍ଥା ଭବିଷ୍ୟବାଣୀ କରିଛନ୍ତି। ସେହିପରି କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା)କୁ ୧୨୭ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଉଭୟ ମେଣ୍ଟରେ ସାମିଲ ନ ଥିବା ଆଞ୍ଚଳିକ ଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ୧୧୯ ଆସନ ଦଖଲ କରିବାରେ ସକ୍ଷମ ହେବେ ବୋଲି ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ଆକଳନ ରବିବାର ପ୍ରକାଶ ପାଇଥିଲା। ତେବେ ବୁଥ୍‌ ଫେରନ୍ତା ମତର ସାମଗ୍ରିକ ଆକଳନ କେତେ ସତ ହେବ ତାହା ଗଣତି ପରେ ସ୍ପଷ୍ଟ ହୋଇଯିବ। ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ୫୪୩ ଆସନ ମଧ୍ୟରୁ ଭାଜପା ୨୮୩ (କୁହୁକ ସଂଖ୍ୟା ୨୭୨ଠାରୁ ୧୧ ଅଧିକ) ଆସନ ଦଖଲ କରି ୩ ଦଶନ୍ଧି ମଧ୍ୟରେ ପ୍ରଥମ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ସେହିପରି ଏନ୍‌ଡିଏକୁ ୩୩୭ ଆସନରେ ସଫଳତା ମିଳିଥିଲା। ବିରୋଧୀ କଂଗ୍ରେସକୁ ମାତ୍ର ୪୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରବନୀତ ସିଂ ବିଟ୍ଟୁ, ଜାଣନ୍ତୁ କାହିଁକି ଛାଡ଼ିବାକୁ ପଡ଼ିଲା…

ନୂଆଦିଲ୍ଲୀ,୪।୭: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ନେଇ ଶୁକ୍ରବାର…

NEET ପେପର ଲିକ୍ ନେଇ NTAରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ, ୪୭ ଅଧିକାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ,୨୪ା୭: NEET ପେପର ଲିକ୍ ଏବଂ ଦେଶବ୍ୟାପୀ ପ୍ରଦର୍ଶନ ମଧ୍ୟରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରେ ବ୍ୟାପକ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ଏକ…

ଗୋକର୍ଣ୍ଣପୁରରେ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ: ମହାଯଜ୍ଞ ପୂର୍ଣ୍ଣାହୁତିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଗତ ୩ ଧରି ଚାଲିଥିବା ଶ୍ରୀ ଲକ୍ଷ୍ମୀନୃସିଂହ ଓ ଏଲମା ଶ୍ରୀ ପୋତୁରାଜଙ୍କ…

କୁଲାଡ ବାହୁଡ଼ା ଯାତ୍ରା: ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟକ୍ତି….

ଭଞ୍ଜନଗର,୨୪।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କୁଲାଡ ବାହୁଡ଼ା ଯାତ୍ରା ଐତିହାସିକ ଓ ପ୍ରସିଦ୍ଧ। ଭଞ୍ଜ ରାଜବଂଶଙ୍କ ପକ୍ଷରୁ ଶହ ଶହ ବର୍ଷ ଧରି…

ଜାତୀୟ ରାଜନୀତିରେ ହଲଚଲ: ଆଜି ରାତି ୮ଟାରେ ବଡ଼ ଘୋଷଣା କରିବେ ସରକାର…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ପରେ କକରୋଚ ଜନତା ପାର୍ଟି (CJP) ର ପ୍ରତିବାଦ ଏବଂ ଜେନ୍-ଜି (Gen-Z) ଙ୍କ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲର୍ଟ…

CJPକୁ ସମର୍ଥନ କରି ଚାକିରି ଛାଡିଲେ ଉତ୍ତରାଖଣ୍ଡ ପୋଲିସ! ଆନ୍ଦୋଳନକୁ ନେଇ କଲେ ବଡ଼ ଖୁଲାସା,ଦେଶରେ ଚହଳ…

ନୂଆଦିଲ୍ଲୀ,୨୪।୭: CJP ମଞ୍ଚ ଏହାର ଚାଲିଥିବା ପ୍ରତିବାଦ ଯୋଗୁଁ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଏବେ, ସେଠାରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି, Gen-Z ଙ୍କ ସହ ମିଶିବା ପାଇଁ Insta ଖୋଲନ୍ତୁ…

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀମାନଙ୍କୁ ଜେନ୍-ଜି (Gen-Z) ବା ଆଜିକାଲିର ଯୁବବର୍ଗଙ୍କ ସହ ଯୋଡ଼ିହେବା ପାଇଁ ଇନ୍‌ଷ୍ଟାଗ୍ରାମ୍ (Instagram) ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।…

କ୍ୟାବିନେଟ ମିଟିଂ ପରେ ଧର୍ମେନ୍ଦ୍ରଙ୍କୁ ନେଇ ଆସିଲା ବଡ଼ ଖବର, ଇସ୍ତଫା…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri