ଜନସାଧାରଣ ଗଣତନ୍ତ୍ରର ଜୀବନୀଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩ା୩(ବ୍ୟୁରୋ):ଗଣତନ୍ତ୍ରରେ ଜନସାଧାରଣ ହିଁ ପ୍ରକୃତ ମାଲିକ। ଏହା ରାଜ୍ୟର ପ୍ରତ୍ୟେକ ନାଗରିକ ଅନୁଭବ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଗତବର୍ଷ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟଭାବେ କାର୍ଯ୍ୟ କରୁଛି। ବିଶେଷ କରି ଜନସାଧାରଣଙ୍କୁ ସରକାରୀ କର୍ମଚାରୀଙ୍କ ଦ୍ୱାରା କରାଯାଉଥିବା ବ୍ୟବହାର, ସେମାନଙ୍କ ଅଭିଯୋଗ ଉପରେ ନିଆଯାଉଥିବା ପଦକ୍ଷେପ ନେଇ ପ୍ରତିକ୍ରିୟା ସଂଗ୍ରହ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ଅଧିକାରୀ, ଜିଲାସ୍ତରରେ ଜିଲାପାଳ ଓ ଅନ୍ୟ ପ୍ରଶାସକ ଜନସାଧାରଣଙ୍କୁ ସିଧାସଳଖ ଟେଲିଫୋନ କରି ଫିଡ୍‌ବ୍ୟାକ୍‌ ସଂଗ୍ରହ କରୁଛନ୍ତି। ଏହି କ୍ରମରେ ସୋମବାର ୫ଟି ବିଭାଗ ମୋ’ ସରକାର ଅଧୀନକୁ ଆସିଛି। ଏଗୁଡ଼ିକ ହେଉଛି ଜଳସମ୍ପଦ ବିଭାଗ, ସମବାୟ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ହସ୍ତଶିଳ୍ପ, ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗ।
ଇତିମଧ୍ୟରେ ଉପରୋକ୍ତ ୫ ବିଭାଗକୁ ମିଶାଇ ରାଜ୍ୟ ସରକାରଙ୍କ ଅଧୀନରେ ଆସୁଥିବା ୨୨ ବିଭାଗ ‘ମୋ ସରକାର’ କାର୍ଯ୍ୟକ୍ରମ ଅଧୀନସ୍ଥ ହୋଇ ସାରିଛି। କାର୍ଯ୍ୟକ୍ରମର ଲୋକାର୍ପଣ ଅବସରରେ ଜନସାଧାରଣଙ୍କ ପ୍ରତି ଅଧିକ ଦାୟିତ୍ୱବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜୀବନୀଶକ୍ତି। ସେମାନଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ତେଣୁ ଜନସାଧାରଣଙ୍କୁ ସମ୍ମାନ ଦେବା ସହ ତାଙ୍କ ହିତକୁ କର୍ମଚାରୀ ସବୁବେଳେ ଧ୍ୟାନ ଦେବା ଆବଶ୍ୟକ। ଜନସାଧାରଣଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବା କେବଳ ଏକମାତ୍ର ସ୍ଲୋଗାନ ନୁହେଁ, ଏହାକୁ ଏକ ବ୍ୟବସ୍ଥାଗତ ସଂସ୍କୃତିରେ ପରିଣତ କରିବାରେ ଆବଶ୍ୟକତା ରହିଛି। ଏହା ହୋଇପାରିଲେ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି ପାଇପାରିବ। ଯେ କୌଣସି କାର୍ଯ୍ୟ ପାଇଁ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ନାଗରିକର କାମହେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମ ଏପରି ସୁସଙ୍ଗଠିତ ଭାବରେ ହେବା ଆବଶ୍ୟକ, ଯେପରି ସାଧାରଣ ଜନତାଟି ହୃଦୟରୁ କହିବ ଏହା ପ୍ରକୃତରେ ‘ମୋ ସରକାର’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ସମ୍ପୂର୍ଣ୍ଣ ପେସାଗତ ସରକାରୀ ସୁବିଧା ଜନସାଧାରଣଙ୍କୁ ଯୋଗାଇଦେବା ପାଇଁ ସମବାୟ ବିଭାଗ ପ୍ରସ୍ତୁତ। ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ସହାୟତା ପାଇଁ ସ୍ବତନ୍ତ୍ର ଡେସ୍କ ଖୋଲାଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ନିୟମିତ ବ୍ୟବଧାନରେ କର୍ମଶାଳା ସେମାନଙ୍କୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିଛି। ଆଗାମୀ ଦିନରେ ଏହାର ସୁଫଳ ନିଶ୍ଚୟ ମିଳିବ। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ, ମୋ ସରକାର କାର୍ଯ୍ୟକ୍ରମର ପରିଚାଳନା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ, ବିଭାଗୀୟ ଅଧିକାରୀମାନଙ୍କ ଏଥିପାଇଁ ପ୍ରଶିକ୍ଷଣ ସରିଛି। ହସ୍ତତନ୍ତ,ବୟନଶିଳ୍ପ ଏବଂ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ କହିଥିଲେ ଯେ, ମୋ ସରକାର ବୁଣାକାର ଏବଂ ଶିଳ୍ପୀଙ୍କ ପାଇଁ ଉପାଦେୟ ସାଧିତ ହେବ।
ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଏହି ୫ ବିଭାଗୀୟ ଅଧିକାରୀଙ୍କ ସହ ଭାବବିନିମୟ କରିଥିଲେ। ସେ କେନ୍ଦୁଝର, ଜଗତସିଂହପୁର, ବୌଦ୍ଧ, ବଲାଙ୍ଗୀର ଏବଂ ନବରଙ୍ଗପୁର ଜିଲାର ତୃଣମୂଳ ଅଧିକାରୀଙ୍କ ସହ ଯୋଜନାର ସୁଫଳ ନେଇ ଆଲୋଚନା କରିଥିଲେ। ସେହିଭଳି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ଅଭିଯୋଗକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରି ପଦକ୍ଷେପ ନେବାକୁ ୫-ଟି ସଚିବ କହିଛନ୍ତି। ସେହିପରି ଉନ୍ନୟନ କମିଶନର ସୁରେଶ ମହାପାତ୍ର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri