ଢେଙ୍କାନାଳ ଅଫିସ, ୨୮।୮-ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ବିଲ୍କୁ ନେଇ ଢେଙ୍କାନାଳ ଜିଲା ହିନ୍ଦୋଳ ବିଡିଓ ହେମନ୍ତ କୁମାର ମହନ୍ତ ଏବଂ ହାତୁରା ସମିତିସଭ୍ୟା ପଦ୍ମାବତୀ ରାଉତଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ସମିତିସଭ୍ୟା ହିନ୍ଦୋଳ ଥାନାରେ ବିଡିଓଙ୍କ ନାମରେ ଏତଲା ଦେଇଛନ୍ତି। ଏଥିସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସମିତିସଭ୍ୟାଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ବିଲ୍ ହେଉନାହିଁ। ଅଗଷ୍ଟ ୨୨ ମଧ୍ୟାହ୍ନ ୧୨ଟାରେ ସେ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ଏଥିରେ ବିଡିଓ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ପ୍ରକୋଷ୍ଠରୁ ବାହାର କରିଦେଇଥିଲେ ବୋଲି ସେ ଜିଲାପାଳଙ୍କ ନିକଟରେ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ନେଇ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସେ ସୂଚନା ଦେଇଛନ୍ତି।
ଆସିଥିବା ଅଭିଯୋଗର ପ୍ରତିକ୍ରିୟାରେ ବିଡିଓ କୁହନ୍ତି, ସମିତିସଭ୍ୟାଙ୍କ ଏପରି ଅଭିଯୋଗ ଅଭ୍ୟାସଗତ। ଏଥିପୂର୍ବରୁ ମଧ୍ୟ ସେ ଜଣେ ଏବିଡିଓଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଥିଲେ। ପ୍ରକୋଷ୍ଠକୁ ଆସି ପାଟିତୁଣ୍ଡ କରିଥିଲେ। ଆଗରୁ ମଧ୍ୟ ଅନେକ ଥର ସେ ଏପରି ଆଚରଣ ପ୍ରଦର୍ଶନ କରିଥିବା ବିଡିଓ ସ୍ପଷ୍ଟୀକରଣ ରଖିଛନ୍ତି। ସେହିପରି ଥାନାଅଧିକାରୀ ଅନାଦି ଚରଣ ପଟ୍ଟାୟତ କୁହନ୍ତି, ଘଟଣାର ତଦନ୍ତ କରାଯାଇଥିଲା। ବିଡିଓଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡ଼ିଛି। ତେବେ ଥାନାଧିକାରୀଙ୍କ ମତକୁ ନେଇ ସମିତିସଭ୍ୟା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପୋଲିସ ପ୍ରଶାସନିକ ଅଧିକାରୀଙ୍କୁ ସମର୍ଥନ କରୁଛି। ଅଭିଯୋଗ ପରେ ମାମଲା ରୁଜୁ କରାଯାଉନାହିଁ। ସମସ୍ତ ଘଟଣାବଳୀ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତଙ୍କ ମତାମତ ଲୋଡ଼ାଯାଇଥିଲା। ସେ କୁହନ୍ତି, ଘଟଣା ସମ୍ପର୍କରେ ସୂଚନା ପାଇଛନ୍ତି। ସମିତିସଭ୍ୟା ଲିଖିତ ଆକାରରେ ଦେଲେ ଆଲୋଚନା କରାଯିବ।
ଜନପ୍ରତିନିଧି-ପ୍ରଶାସନିକ ଅଧିକାରୀ ମୁହାଁମୁହିଁ: ବିଡିଓଙ୍କ ନାମରେ ସମିତିସଭ୍ୟାଙ୍କ ଏତଲା
Posted inଆମ ଜିଲା ଖବର, ଢେଙ୍କାନାଳ View All
ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା
ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…
ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା
ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…
ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ
କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…
ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା
ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…
ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…
ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର
ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…
ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…
ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…
ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ
ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…
Archives

