ଜନତା କର୍ଫ୍ୟୁ ପୂର୍ବରୁ ଦେଶବାସୀଙ୍କୁ ମୋଦିଙ୍କ ଆହ୍ବାନ: ସତର୍କ ହୁଅ, ଭୟ କରନି

ନୂଆଦିଲ୍ଲୀ,୨୨।୩: ଜନତା କର୍ଫ୍ୟୁ ପାଳନର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୁଣିଥରେ ଦେଶବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। କରୋନା ସଂକ୍ରମଣ ରୋକିବା ଦିଗରେ ସତର୍କ ରୁହନ୍ତୁ କିନ୍ତୁ ଭୟଭୀତ ହୁଅନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକମାନଙ୍କୁ ଘରେ ରହିବା ଲାଗି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ ସେ ନାଟଓ୍ବେଷ୍ଟ ଟ୍ରଫି ଫାଇନାଲର ଉଦାହରଣ ଦେଇଛନ୍ତି। ଏହି ମ୍ୟାଚ୍‌ରେ ଯୁବରାଜ ସିଂ ଏବଂ ମହମ୍ମଦ କେଫ୍‌ଙ୍କ ଯୋଡ଼ି ଭଳି ଉଦ୍ୟମ ଦ୍ୱାରା କରୋନା ବିରୋଧରେ ଆମେ ଲଢ଼ିପାରିବା ବୋଲି ମୋଦି କହିଛନ୍ତି।
କରୋନା ସଂକ୍ରମଣ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଡାକରାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଅଧିକାଂଶ ରାଜ୍ୟ ଏହାକୁ ସମର୍ଥନ କରି ରବିବାର ବିଭିନ୍ନ ପରିବହନ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି। କରୋନା ଭୂତାଣୁକୁ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିବାକୁ ହେଲେ ରବିବାର ଘରେ ରହିବା ଲାଗି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆକ୍ରାନ୍ତଙ୍କ ଶରୀରରୁ ଏହି ଭୂତାଣୁ ଅନ୍ୟ ଦେହକୁ ବ୍ୟାପୁଥିବାରୁ ସାମାଜିକ ଦୂରତ୍ୱ ରକ୍ଷା କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ନିଜର ଓ ଅନ୍ୟମାନଙ୍କର ଯତ୍ନ ନିଆଯାଇପାରିବ। ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ବିଶ୍ୱ ସଂଗଠନର ପରାମର୍ଶକୁ ପାଳନ କରିବା ଲାଗି ଉପରାଷ୍ଟ୍ରପତି କହିଛନ୍ତି। କରୋନା ମହାମାରୀ ବିରୋଧରେ ମିଳିତ ଲଢ଼େଇ ପାଇଁ ସେ ସମସ୍ତ ରାଜନୈତିକ ଦଳ, ସିଭିଲ ସୋସାଇଟି ସଂଗଠନ ଆଦିଙ୍କୁ ଅନୁରୋଧ କରିଛନ୍ତି। କରୋନା ମୁକାବିଲା ଓ ସଚେତନତା ସୃଷ୍ଟି ଦିଗରେ ଜନତା କର୍ଫ୍ୟୁ ଭଲ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

ରାଜ୍ୟ ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ରର ପତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନକ୍ରମେ ରବିବାର ଜନତା କର୍ଫ୍ୟୁ ଯେପରି ଉପଯୁକ୍ତ ଭାବେ ପାଳନ ହେବ ତାହା ସୁନିଶ୍ଚିତ କରିବା ଲାଗି ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ଶନିବାର ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କହିଛନ୍ତି। ଏଥିସହିତ କରୋନା ରୋଗ ବିରୋଧରେ ସଂଘର୍ଷ କରୁଥିବା ଲୋକମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ରବିବାର ସନ୍ଧ୍ୟାରେ ଅଗ୍ନିଶମ, ପୋଲିସ ଓ ସ୍ଥାନୀୟ ସୁରକ୍ଷା ବଳର ଗାଡ଼ିଗୁଡ଼ିକ ସାଇରନ ଓ ଘଣ୍ଟି ବଜାଇବାକୁ କୁହାଯାଇଛି। ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ଘରେ ରହିବାକୁ କୁହାଯାଇଛି। ଜରୁରୀ ସେବା ସହ ସମ୍ପୃକ୍ତ ବ୍ୟକ୍ତି ବାହାରକୁ ଯାଇପାରିବେ ବୋଲି ଭାଲ୍ଲା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri