‘ଜନତା କର୍ଫ୍ୟୁ’କରୋନା କବଳରୁ ଦେଶ ଓ ରାଜ୍ୟକୁ ସୁରକ୍ଷିତ ରଖିବ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ବିଶ୍ୱ ମହାମାରୀଭାବେ ଘୋଷଣା କରାଯାଇଥିବା ବେଳେ ରାଷ୍ଟ୍ରୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ଏହି ମହାମାରୀର ମୁକାବିଲା କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ନିରାକରଣ କରିବାକୁ ହେଲେ ସମସ୍ତଙ୍କୁ ସଂଯମ ଓ ସଂକଳ୍ପର ଆବଶ୍ୟକତା ରହିଛି ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ରବିବାର ସକାଳ ୭ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପାଳନ କରାଯିବ। ପ୍ରତି ନାଗରିକ ନିଜ ଘର ଭିତରେ ରହିବା ଦରକାର। ‘ଜନତା କର୍ଫ୍ୟୁ’ ପାଳନ କରି କରୋନା କବଳରୁ ଦେଶ ଏବଂ ରାଜ୍ୟକୁ ସୁରକ୍ଷିତ ରଖିବାକୁ ସେ ଅନୁରୋଧ କରିଛନ୍ତି। କେବଳ ଜରୁରୀ ସେବାରେ ନିୟୋଜିତ ଥିବା ଲୋକଙ୍କୁ ଅପରାହ୍ନ ୫ଟାରେ ନିଜନିଜ ଘର ଦୁଆରେ କିମ୍ବା ବାଲ୍‌କୋନିରେ ଛିଡ଼ା ହୋଇ ୫ ମିନିଟ ପର୍ଯ୍ୟନ୍ତ ତାଳି ମାରି କିମ୍ବା ଘଣ୍ଟି ବଜାଇ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା। ‘ସାମାଜିକ ଦୂରତା’ ନିୟମ ପାଳନ କରିବା ଜରୁରୀ, ଅଯଥା ଯାତ୍ରା ନ କରିବା ଦରକାର। ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନେ ଆଗାମୀ କିଛି ସପ୍ତାହ ଘରୁ ନ ବାହାରିବା, ସ୍ବାସ୍ଥ୍ୟ ପରୀକ୍ଷାର ଆବଶ୍ୟକ ନ ଥିଲେ ମେଡିକାଲଠାରୁ ଦୂରରେ ରହିବା, ଅତି ଆବଶ୍ୟକ ନ ପଡିଲେ ଅସ୍ତ୍ରୋପଚାର ନ କରିବା ଦରକାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାନ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ଲିଫଲେଟ ଓ ବ୍ୟାନର ମାଧ୍ୟମରେ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ସାମାଜିକ ଗଣମାଧ୍ୟମ ଦ୍ୱାରା ପହଞ୍ଚାଇବାକୁ ଭାଜପା ରାଜ୍ୟ ଶାଖା ତରଫରୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସମୀର ସୂଚନା ଦେଇଛନ୍ତି। ଭୟାବହ ଓ ମାରାତ୍ମକ କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟବାସୀଙ୍କୁ ସମୀର ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟି ହେଲା କାର୍‌, ଗୋଟିଏ ପରିବାରର ୬ ଗୁରୁତର

ଅନୁଗୋଳ ଅଫିସ,୨ା୫: ପାଲଲହଡ଼ା ଥାନା ଝିମିରିପାଲି  ଶିବମନ୍ଦିର ନିକଟ ୧୪୯ ନଂ. ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତାକଡ଼ରେ ଥିବା ବରଗଛରେ ପିଟି...

ଜଳିଗଲା ବାଇକ୍‌ ଶୋ’ ରୁମ୍‌

ବାଙ୍କୀ,୧୧ା୩(ଡି.ଏନ୍‌.ଏ.): ବାଙ୍କୀ ବଜାରସ୍ଥିତ ଏକ ବାଇକ ଶୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଶୋ’ରୁମ୍‌ରେ ଥିବା ବାଇକ୍‌ ସମେତ ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ଜଳିପୋଡ଼ି...

ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିପାଉଛି : ମନ୍ତ୍ରୀ

ଭୁବନେଶ୍ୱର, ୮।୩(ବ୍ୟୁରୋ): ଓଡ଼ିଶା ଗତ ୧୦୦ ବର୍ଷରେ ଛୋଟବଡ଼ ୧୩୫ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି। ଗତ ୨୦ବର୍ଷ ମଧ୍ୟରେ ରାଜ୍ୟ ୩୨ଥର ବନ୍ୟା, ବାତ୍ୟା,...

ବସ୍‌ରୁ ଓହ୍ଲାଇ ଘରକୁ ପଳାଇଲେ ପ୍ରବାସୀ

କଟକ ଅଫିସ୍‌,୧୨ା୫: ପ୍ରବାସୀ ଫେରନ୍ତାଙ୍କ ରହଣି ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ତଥାପି ଅନେକ ଫେରନ୍ତା ସରକାରୀ ନିୟମକୁ ମାନୁନାହାନ୍ତି। ବସ୍‌ରେ ଫେରିବା...

କଟକ ସହରୁ ଆଜି ୧୪୭ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୪।୧୦-କଟକ ସହରରୁ ରବିବାର ମୋଟ୍‌ ୧୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୮୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୬...

୧୫୬୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଜଗତ୍‌ସିଂହପୁର ଅଫିସ, ୨୪ା୨: ଜଗତ୍‌ସିଂହପୁର ଜିଲାର ନାଉଗାଁ ଓ ଏରସମା ବ୍ଲକ ଅଞ୍ଚଳରେ ଗୁରୁବାର ୫ମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ। ଏ ନେଇ...

ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୨ା୧୨: ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୌର ପରିଷଦର ୯ ନଂ ଓ୍ବାର୍ଡର ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ...

ବିଦ୍ୟାଳୟ ରୂପାନ୍ତରଣରେ ଅନିୟମିତତା

ଚଣ୍ଡିଖୋଲ,୨୪ା୬ (ଡିଏନଏ): ବଡଚଣା ବ୍ଲକରେ ୫-ଟି ଯୋଜନାରେ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।...

Advertisement
Archives

Model This Week