ଜଣେ ପୂର୍ବତନ ବିଧାୟକଙ୍କ ଜୀବନ ଗାଥା

କାନପୁର: ମନ୍ଦିର-ମସ୍‌ଜିଦକୁ ନେଇ ଆମ ଦେଶରେ ଅନେକ ବିବାଦ ଦେଖାଦିଏ। କିନ୍ତୁ ଈଶ୍ୱର ମନ୍ଦିର କି ମସ୍‌ଜିଦରେ ନାହାନ୍ତି , କର୍ମ ଓ ସଂସ୍କାରରେ ଅଛନ୍ତି ବୋଲି ବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଆମ ଦେଶରେ କମ୍‌ ନାହିଁ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଭଗବତୀ ସିଂ ବିଶାରଦ। ତାଙ୍କୁ ବୟସ ବର୍ତ୍ତମାନ ୯୮ ବର୍ଷ। ଉତ୍ତରପ୍ରଦେଶ ଉନାଓର ଭଗବନ୍ତନଗର ବିଧାନସଭାମଣ୍ଡଳୀରୁ ସେ ୭ ଥର ବିଧାୟକ ରହିଛନ୍ତି। ତାଙ୍କ ବିଚାର ସମ୍ପୂର୍ଣ୍ଣ ଭିନ୍ନ। ଆଜି ବି ବିଶାରଦ ଯେଉଁଭଳି ଜୀବନ ବିତାଉଛନ୍ତି ତାହା ଏବକାର ରାଜନେତାଙ୍କ ପାଇଁ ଏକ ଶିକ୍ଷା। କାନପୁରର ଧନକୁଟ୍ଟି ମୋହଲାରେ ଏକ ଭଡ଼ା ଘରେ ସେ ରହୁଛନ୍ତି। ଏହି ଘରକୁ ଭଗବତୀଙ୍କ ପିତା ଲକ୍ଷ୍ମଣ ସିଂ ୧୯୩୯ରେ ଭଡ଼ାରେ ନେଇଥିତ୍ଲେ। ସେହି ଘରେ ତାଙ୍କର ୫ ପୁଅ ଓ ଜଣେ ଝିଅଙ୍କୁ ନେଇ ସାରା ଜୀବନ ରହିଆସିଛନ୍ତି। ଏବେ ତାଙ୍କ ପାଖରେ ସେହି ଭଡାଘରେ ଭଗବତୀଙ୍କ ସହ ବଡ ପୁଅ ରଘୁବର ଓ ତାଙ୍କ ସ୍ତ୍ରୀ,ନାତି, ନାତୁଣୀ ବୋହୂ, ଅଣନାତି, ତୃତୀୟ ନମ୍ବର ପୁଅ ଓ ବୋହୂ ରହୁଛନ୍ତି। ଭଗବତୀ ଯେତେବେଳେ ବିଧାୟକ ରହିଥିଲେ ସେତେବେଳେ ଚାଲି ଚାଲି କିମ୍ବା ସାଇକେଲରେ ବୁଲି ଜନସେବା କରୁଥିଲେ। ସେତେବେଳେ ଗୋଟିଏ ବ୍ୟାଗ୍‌ରେ ଲେଟର୍‌ପ୍ୟାଡ ଓ ଷ୍ଟାମ୍ପ ବି ରଖୁଥିଲେ। କେହି ତାଙ୍କୁ କୌଣସି ସମସ୍ୟା ସମ୍ପର୍କରେ ଜଣାଇଲେ ସେ ସାଙ୍ଗେ ସାଙ୍ଗେ ଏହା ଉପରେ ପଦକ୍ଷେପ ନେବାକୁ ପ୍ୟାଡ୍‌ରେ ଲେଖି ଷ୍ଟାମ୍ପ୍‌ ଲଗାଇ ସମ୍ପୃକ୍ତ ବିଭାଗକୁ ପଠାଇ ଦେଉଥିଲେ ବୋଲି କୁହନ୍ତି ତାଙ୍କ ନାତି ଅନୁରାଗ। ଭଗବତୀଙ୍କ ପୂଜା ପଦ୍ଧତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପୂରା ମନ୍ଦିର ଝୁଲାରେ ଥାଏ। ଗାଧୋଇ ସାରିବା ପରେ ଝୁଲାରେ ରଖିଥିତ୍ବା ଭଗବାନଙ୍କୁ ବାହାରକରି ଚେୟାର ଉପରେ ରଖନ୍ତି ଓ ପୂଜା କରନ୍ତି। ଏହା ପରେ ପୁଣି ଭଗବାନ୍‌ଙ୍କୁ ଝୁଲାରେ ରଖିଦିଅନ୍ତି। ଭଗବାନ ମନ୍ଦିରରେ ନାହାନ୍ତି ହୃଦୟରେ ରହିଛନ୍ତି ବୋଲି କୁହନ୍ତି ଭଗବତୀ। ୨୩ ସେପ୍ଟେମ୍ବର ୧୯୨୧ରେ ଉନାଓର ଝାଗରପୁର ଗାଁରେ ଜନ୍ମିତ ଭଗବତୀ ସ୍ବାଧୀନତା ଆନ୍ଦୋଳନରେ ବି ଭାଗ ନେଇଛନ୍ତି। ୧୯୫୭ରେ ପ୍ରଜା ସୋସାଲିଷ୍ଟ ପାର୍ଟିରୁ ଭଗବନ୍ତନଗର ବିଧାନସଭା ଆସନରୁ ନିର୍ବାଚନ ଲଢି ପ୍ରଥମେ ବିଜୟୀ ହୋଇଥିଲେ। ଏହି ପାର୍ଟିର ବିଲୟ ଘଟିବା ପରେ ସେ କଂଗ୍ରେସରେ ଯୋଗ ଦେଇ କେତେବେଳେ ଜିତିଛନ୍ତି ତ କେତେବେଳେ ହାରିଛନ୍ତି , କିନ୍ତୁ ମୋଟ୍‌ରେ ୭ ଥର ବିଧାୟକ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ଅଭାବ ପଡିଲାଣି ବେଡ୍‌

ନୂଆଦିଲ୍ଲୀ,୧୪ ।୧୦: ରାଜଧାନୀ ଦିଲ୍ଲୀରେ କରୋନା ନିୟନ୍ତ୍ରଣକୁ ଆସିଥିବା ବେଳେ ଏବେବି ହସ୍ପିଟାଲରେ ବେଡର ଅଭାବ ଦେଖାଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ...

ପୋଲିସ ଗୁଳିରେ ଭାଜପା କର୍ମୀଙ୍କ ମୃତ୍ୟୁ

ସିଲିଗୁଡ଼ି, ୮।୧୨: ପଶ୍ଚିମବଙ୍ଗର ସୋମବାର ଅପରାହ୍ନରେ ପୋଲିସ ସହ ସଂଘର୍ଷରେ ଜଣେ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସିଲିଗୁଡ଼ିରେ ଉତ୍ତେଜନା ଦେଖାଦେଇଛି। ସିଲିଗୁଡିସ୍ଥିତ...

ଟିକା ନେବା ପରେ ଡ୍ରାଇଭରଙ୍କ ମୃତ୍ୟୁ, ଆଶାକର୍ମୀ ଅସୁସ୍ଥ: ପରୀକ୍ଷା ନିରୀକ୍ଷା ଜାରି

ହାଇଦ୍ରାବାଦ୍‌/ଚଣ୍ଡିଗଡ଼, ୨୧।୧: କରୋନା ଟିକା ନେବା ପରେ ତେଲଙ୍ଗାନାର ନିର୍ମଳ ଜିଲାରେ ଆମ୍ବୁଲାନ୍ସ୍‌ ଡ୍ରାଇଭର ବିଠୁଲଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଅଭିଯୋଗ...

ସଂସଦରେ ବିକ୍ଷୋଭ ମନା

ନୂଆଦିଲ୍ଲୀ,୧୬ା୭: ଆଗକୁ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ, ଧାରଣା, ଅନଶନ କିମ୍ବା ଧର୍ମୀୟ ଉତ୍ସବ କରାଯାଇପାରିବ ନାହିଁ। ଏନେଇ ରାଜ୍ୟ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ଗୁରୁବାର ଏକ...

କରୋନା ଯୋଗୁ ମିଳିଲାନି ଗନ୍‌ କ୍ୟାରେଜ, ଭ୍ୟାନରେ ଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛିଦିନର ଅସୁସ୍ଥତା ପରେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍‌ ସର୍ଜରୀ ସହ କରୋନାରେ ଆକ୍ରାନ୍ତ...

ଭାଜପା-ଜେଡିୟୁ ମଧ୍ୟରେ ଫାଟ: ଭବିଷ୍ୟତରେ ଏନଡିଏ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବନି

ପାଟନା, ୨।୬:କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ଦାବି କରୁଥିବା ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ନ ଦେବା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି।...

ଖୋଲିଲା ବିଭିନ୍ନ ରାଜ୍ୟର ଧାର୍ମିକ ଅନୁଷ୍ଠାନ

ନୂଆଦିଲ୍ଲୀ,୮।୬: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଆଦି ସମସ୍ତ ଧାର୍ମିକ ଅନୁଷ୍ଠାନକୁ...

ଦିଲ୍ଲୀସ୍ଥିତ ଦୂତାବାସକୁ ୧୧ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କଲା ଅଷ୍ଟ୍ରିଆ

ନୂଆଦିଲ୍ଲୀ/ଭିଏନା,୩।୧୧: ଅଷ୍ଟ୍ରିଆର ଭିଏନାରେ ଏକାଧିକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ଅଷ୍ଟ୍ରିଆ ସରକାର ଦିଲ୍ଲୀରେ ଥିବା ଦୂତାବାସକୁ ନଭେମ୍ବର ୧୧ ପର୍ଯ୍ୟନ୍ତ...

Advertisement
Archives

Model This Week