ଜଣେ ପୂର୍ବତନ ବିଧାୟକଙ୍କ ଜୀବନ ଗାଥା

କାନପୁର: ମନ୍ଦିର-ମସ୍‌ଜିଦକୁ ନେଇ ଆମ ଦେଶରେ ଅନେକ ବିବାଦ ଦେଖାଦିଏ। କିନ୍ତୁ ଈଶ୍ୱର ମନ୍ଦିର କି ମସ୍‌ଜିଦରେ ନାହାନ୍ତି , କର୍ମ ଓ ସଂସ୍କାରରେ ଅଛନ୍ତି ବୋଲି ବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଆମ ଦେଶରେ କମ୍‌ ନାହିଁ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଭଗବତୀ ସିଂ ବିଶାରଦ। ତାଙ୍କୁ ବୟସ ବର୍ତ୍ତମାନ ୯୮ ବର୍ଷ। ଉତ୍ତରପ୍ରଦେଶ ଉନାଓର ଭଗବନ୍ତନଗର ବିଧାନସଭାମଣ୍ଡଳୀରୁ ସେ ୭ ଥର ବିଧାୟକ ରହିଛନ୍ତି। ତାଙ୍କ ବିଚାର ସମ୍ପୂର୍ଣ୍ଣ ଭିନ୍ନ। ଆଜି ବି ବିଶାରଦ ଯେଉଁଭଳି ଜୀବନ ବିତାଉଛନ୍ତି ତାହା ଏବକାର ରାଜନେତାଙ୍କ ପାଇଁ ଏକ ଶିକ୍ଷା। କାନପୁରର ଧନକୁଟ୍ଟି ମୋହଲାରେ ଏକ ଭଡ଼ା ଘରେ ସେ ରହୁଛନ୍ତି। ଏହି ଘରକୁ ଭଗବତୀଙ୍କ ପିତା ଲକ୍ଷ୍ମଣ ସିଂ ୧୯୩୯ରେ ଭଡ଼ାରେ ନେଇଥିତ୍ଲେ। ସେହି ଘରେ ତାଙ୍କର ୫ ପୁଅ ଓ ଜଣେ ଝିଅଙ୍କୁ ନେଇ ସାରା ଜୀବନ ରହିଆସିଛନ୍ତି। ଏବେ ତାଙ୍କ ପାଖରେ ସେହି ଭଡାଘରେ ଭଗବତୀଙ୍କ ସହ ବଡ ପୁଅ ରଘୁବର ଓ ତାଙ୍କ ସ୍ତ୍ରୀ,ନାତି, ନାତୁଣୀ ବୋହୂ, ଅଣନାତି, ତୃତୀୟ ନମ୍ବର ପୁଅ ଓ ବୋହୂ ରହୁଛନ୍ତି। ଭଗବତୀ ଯେତେବେଳେ ବିଧାୟକ ରହିଥିଲେ ସେତେବେଳେ ଚାଲି ଚାଲି କିମ୍ବା ସାଇକେଲରେ ବୁଲି ଜନସେବା କରୁଥିଲେ। ସେତେବେଳେ ଗୋଟିଏ ବ୍ୟାଗ୍‌ରେ ଲେଟର୍‌ପ୍ୟାଡ ଓ ଷ୍ଟାମ୍ପ ବି ରଖୁଥିଲେ। କେହି ତାଙ୍କୁ କୌଣସି ସମସ୍ୟା ସମ୍ପର୍କରେ ଜଣାଇଲେ ସେ ସାଙ୍ଗେ ସାଙ୍ଗେ ଏହା ଉପରେ ପଦକ୍ଷେପ ନେବାକୁ ପ୍ୟାଡ୍‌ରେ ଲେଖି ଷ୍ଟାମ୍ପ୍‌ ଲଗାଇ ସମ୍ପୃକ୍ତ ବିଭାଗକୁ ପଠାଇ ଦେଉଥିଲେ ବୋଲି କୁହନ୍ତି ତାଙ୍କ ନାତି ଅନୁରାଗ। ଭଗବତୀଙ୍କ ପୂଜା ପଦ୍ଧତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପୂରା ମନ୍ଦିର ଝୁଲାରେ ଥାଏ। ଗାଧୋଇ ସାରିବା ପରେ ଝୁଲାରେ ରଖିଥିତ୍ବା ଭଗବାନଙ୍କୁ ବାହାରକରି ଚେୟାର ଉପରେ ରଖନ୍ତି ଓ ପୂଜା କରନ୍ତି। ଏହା ପରେ ପୁଣି ଭଗବାନ୍‌ଙ୍କୁ ଝୁଲାରେ ରଖିଦିଅନ୍ତି। ଭଗବାନ ମନ୍ଦିରରେ ନାହାନ୍ତି ହୃଦୟରେ ରହିଛନ୍ତି ବୋଲି କୁହନ୍ତି ଭଗବତୀ। ୨୩ ସେପ୍ଟେମ୍ବର ୧୯୨୧ରେ ଉନାଓର ଝାଗରପୁର ଗାଁରେ ଜନ୍ମିତ ଭଗବତୀ ସ୍ବାଧୀନତା ଆନ୍ଦୋଳନରେ ବି ଭାଗ ନେଇଛନ୍ତି। ୧୯୫୭ରେ ପ୍ରଜା ସୋସାଲିଷ୍ଟ ପାର୍ଟିରୁ ଭଗବନ୍ତନଗର ବିଧାନସଭା ଆସନରୁ ନିର୍ବାଚନ ଲଢି ପ୍ରଥମେ ବିଜୟୀ ହୋଇଥିଲେ। ଏହି ପାର୍ଟିର ବିଲୟ ଘଟିବା ପରେ ସେ କଂଗ୍ରେସରେ ଯୋଗ ଦେଇ କେତେବେଳେ ଜିତିଛନ୍ତି ତ କେତେବେଳେ ହାରିଛନ୍ତି , କିନ୍ତୁ ମୋଟ୍‌ରେ ୭ ଥର ବିଧାୟକ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?