Posted inଫୁରସତ

ଜଙ୍ଗଲ ବବଲ୍‌

ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହାର କରି କିଛି ସମୟ ନିରୋଳାରେ କାଟିବା ପାଇଁ ପ୍ରାୟ ସମସ୍ତେ ଚାହିଁଥାନ୍ତି। ପର୍ଯ୍ୟଟକଙ୍କ ଏହି ଚାହିଦାକୁ ଦୃଷ୍ଟିରେ ରଖି ଉତ୍ତର ଥାଇଲାଣ୍ଡର ଚିୟାଙ୍ଗ ସାୟେନ୍‌ଠାରେ ଖୋଲିଛି ଏକ ନିଆରା ‘ପୋଡ୍‌’, ଯାହାର ନଁା ରହିଛି ‘ଜଙ୍ଗଲ ବବଲ୍‌’। ଥାଇଲାଣ୍ଡର ଅନନ୍ତରା ଗୋଲ୍ଡେନ ଟ୍ରାଏଙ୍ଗଲ୍‌ ଏଲିଫ୍ୟାଣ୍ଟ କ୍ୟାମ୍ପ ଆଣ୍ଡ ରିସୋର୍ଟ ଦ୍ୱାରା ନିର୍ମିତ ହୋଇଥିବା ଏହି ‘ପୋଡ୍‌’ ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରରେ ଅବସ୍ଥିତ। ଘନ ଜଙ୍ଗଲ ମଧ୍ୟରେ ଥିବା ଏହି ପୋଡ୍‌ଗୁଡିକ ଦେଖିବାକୁ ଟ୍ରାନ୍ସପରେଣ୍ଟ। ତେଣୁ ପର୍ଯ୍ୟଟକମାନେ ଏହା ମଧ୍ୟରେ ବିଶ୍ରାମ ନେଲାବେଳେ ବାହାର ଦୃଶ୍ୟକୁ ବେଶ୍‌ ମନଭରି ଉପଭୋଗ କରିପାରିବେ। କେବଳ ସେତିକି ନୁହେଁ ଏଠାରେ ରହଣି ସମୟରେ ପର୍ଯ୍ୟଟକମାନେ ହାତୀ ଏବଂ ଅନ୍ୟାନ୍ୟ ଜଙ୍ଗଲ ଜୀବଙ୍କୁ ସେମାନଙ୍କ ପ୍ରାକୃତିକ ଆବାସ ସ୍ଥଳୀରେ ସିଧାସଳଖ ଦେଖିବାର ସୁଯୋଗ ପାଇପାରିବେ। ଏହି ପୋଡ୍‌ ମଧ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା ରହିଛି। ଥାଇଲାଣ୍ଡର ଏହି ସ୍ଥାନ ପୂର୍ବେ ହାତୀ ଶିବିର ପାଇଁ ବେଶ୍‌ ପ୍ରସିଦ୍ଧ ଥିଲା, ତେବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଏଭଳି ଏକ ପୋଡ୍‌ ସ୍ଥାପନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri