ଜଙ୍ଗଲୀ ହାତୀ ଉପଦ୍ରବ : ୧୦ ଏକରରୁ ଊର୍ଦ୍ଧ୍ୱ ଧାନଫସଲ ନଷ୍ଟ

ନିରାକାରପୁର,୭ା୧୦(ଡି.ଏନ.ଏ.): ଚଳିତବର୍ଷ ଆରମ୍ଭରୁ କମ୍‌ ବର୍ଷା ଯୋଗୁ ଚାଷୀମାନେ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ସେଥିରେ ପୁଣି ସରକାରଙ୍କ ପକ୍ଷରୁ ମିଳିଥିବା ବିହନ ଠିକ୍‌ ଭାବେ ଗଜା ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଫନୀ ବାତ୍ୟା। ଏସବୁ ବାଧା ଅତିକ୍ରମ କରି ଚାଷୀମାନେ ବହୁ କଷ୍ଟରେ ଧାନଚାଷ କରିଥିବାବେଳେ ଏବେ ଜଙ୍ଗଲୀ ହାତୀ ସେମାନଙ୍କ ପାଇଁ ଦାଉ ସାଧିଛି। ହାତୀପଲ ଚାଷଜମିରେ ପଶି ଧାନ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ଖୋର୍ଦ୍ଧା ଜିଲା ଟାଙ୍ଗୀ ବନଖଣ୍ଡ ଅଧୀନରେ ଥିବା ରାମେଶ୍ୱର ପଞ୍ଚାୟତର ଜଗତପୁର, ଇର୍ଚ୍ଚାବତୀ ଓ ଖଜୁରିପଡା ମୌଜାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ହାତୀ ଉପଦ୍ରବରେ ଅଞ୍ଚଳର ପ୍ରାୟ ୧୦ ଏକରରୁ ଊର୍ଦ୍ଧ୍ୱ ଜମିର ଧାନଫସଲ ନଷ୍ଟ ହୋଇଥିବା ଜଣାପଡିଛି। ଥୋଡ ହୋଇଥିବା ଧାନ ନଷ୍ଟ ହେଉଥିବା ଦେଖି ଚାଷୀ ମୁଣ୍ଡରେ ହାତଦେଇ ବସିଛି। ନିରାକାରପୁର ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ ଲାଗିରହିଛି। ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସି ନନପଡା ମୌଜର ଆର୍ଯ୍ୟବିହାରଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଛପଟ ପାଚେରି ସହିତ ଲୁହାଗେଟ୍‌ ଭାଙ୍ଗିଦେଇଛନ୍ତି। ଅଞ୍ଚଳର କେତେକ ଲୋକଙ୍କ ଘରର ପାଚେରି ମଧ୍ୟ ଭାଙ୍ଗି ଦେଇଛନ୍ତି। କ୍ଷତିଗ୍ରସ୍ତ ସାରଙ୍ଗଧର ମହାପାତ୍ର କୁହନ୍ତି, ରାତିରେ କିଛି ଶବ୍ଦ ହେବା ପରେ ମୁଁ ବାରିପଟ କବାଟ ଖୋଲିଲା ବେଳକୁ ହାତୀ ପଡିଶା ଘର ବାରିପଟ ପାଚେରି ଭାଙ୍ଗୁଥିବା ଦେଖିଥିଲି। ଭୟରେ କବାଟ ବନ୍ଦ କରି ରହିଲି। ସକାଳୁ ଉଠିଲା ବେଳକୁ ଆମ ଘର ପାଚେରି ଭାଙ୍ଗିଥିବା ଦେଖିଲି। ଖଜୁରିପଡାର ଚାଷୀ ଇନ୍ଦ୍ରଜିତ ଛୋଟରାୟ କୁହନ୍ତି, କିଛିଦିନ ହେଲା ହାତୀପଲ ଜମିରେ ପଶି ଥୋଡ ଧାନ ଯେତିକି ଖାଉଛନ୍ତି ତା’ଠାରୁ ଅଧିକ ନଷ୍ଟ କରିଛନ୍ତି। ଏ ନେଇ ଖୋର୍ଦ୍ଧା ବନ ଅଧିକାରୀ ଦିଲୀପ ରାଉତ କହନ୍ତି, ସେ ଅଞ୍ଚଳରେ ୨୨ରୁ ୨୪ଟି ହାତୀ ରହିଛନ୍ତି ା ଆମର ଟାଙ୍ଗୀରେ ଦୁଇଟି ଟିମ୍‌ କରାଯାଇଛି। ସେମାନେ ମଧ୍ୟ ରାତିଦିନ ଜଗୁଛନ୍ତି। ତେବେ ଯେଉଁ ଚାଷୀଙ୍କର କ୍ଷୟକ୍ଷତି ହୋଇଛି ସେମାନେ ଆବେଦନ କଲେ କ୍ଷତିପୂରଣ ପାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?