ଜଗନମୋହନଙ୍କ ନିଷ୍ପତ୍ତିକୁ ଶ୍ରୀକାନ୍ତଙ୍କ ସମର୍ଥନ: କହିଲେ ଏହା ‘ଐତିହାସିକ’; ଓଡ଼ିଶାରେ ଅତିକମ୍‌ରେ ୩ ଜଣଙ୍କୁ କରାଯାଉ

ଭୁବନେଶ୍ୱର,୭।୬(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ମନ୍ତ୍ରୀମଣ୍ଡଳରେ ୫ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ଏ ନେଇ ସେ ଶୁକ୍ରବାର ଘୋଷଣା କରିବା ପରେ ଦେଶ ତଥା ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ବିଶେଷକରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ଓ କପୁ ସମୁଦାୟର ୫ ଜଣଙ୍କୁ ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି। ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଶୁକ୍ରବାର କହିଛନ୍ତି।

ଧରିତ୍ରୀ ସହ ସାକ୍ଷାତକାର ସମୟରେ ଶ୍ରୀକାନ୍ତ କହିଛନ୍ତି, ଜଗନମୋହନ ରେଡ୍ଡିଙ୍କ ଏହି ନିଷ୍ପତ୍ତି ଏକ ଐତିହାସିକ ନିଷ୍ପତ୍ତି। ଏହାର ଏକ ଦୂରଗାମୀ ପ୍ରଭାବ କେବଳ ଆନ୍ଧ୍ର ରାଜନୀତିରେ ନୁହେଁ ବରଂ ଭାରତର ରାଜନୀତିରେ ପଡ଼ିବାକୁ ଯାଉଛି। ଓଡ଼ିଶାରେ ମଧ୍ୟ ଜଣେ ଆଦିବାସୀ, ଦଳିତ ତଥା ପଛୁଆ ବର୍ଗର ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ଏବଂ ଅନ୍ୟମାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ମୁଁ ପୂର୍ବରୁ କହିଥିଲି। ହେଲେ ଘଟଣାକୁ ନେଇ ମୋତେ କଂଗ୍ରେସରୁ ବିଦା ହେବାକୁ ପଡ଼ିଥିଲା। ଏବେ ଜଗନମୋହନଙ୍କ ଏହି ପଦକ୍ଷେପକୁ ନେଇ ମୁଁ ବହୁତ ଖୁସି। ସେ ସବୁ ବର୍ଗକୁ ନେଇ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ଦିଗରେ ଉଦ୍ୟମ କରିଛନ୍ତି। ଭାବୁଛି ଦେଶରେ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହାକୁ ଅନୁସରଣ କରିବେ। ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠାରେ ପଛୁଆ ତଥା ଦଳିତ ଲୋକଙ୍କ ସଂଖ୍ୟା ୯୪ଭାଗ। ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ବଛା ଯାଇ ସାରିଲାଣି। ଏଣୁ ଏବେ ଶୀଘ୍ର ଅତିକମ୍‌ରେ ୩ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ସେ ଆଶା କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬ କର୍ମଚାରୀରେ ସାଇବର ଅପରାଧ ନିୟନ୍ତ୍ରଣ

ଯାଜପୁର ଅଫିସ,୧୨।୧୨: ରାଜ୍ୟରେ ସାଇବର ଅପରାଧ ଅଣାୟତ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ୨୦୧୫ରୁ ୨୦୨୧ ସେପ୍ଟେମ୍ବର ୩୦ ମଧ୍ୟରେ ୭୩୩୦ ସାଇବର ଅପରାଧ ପଞ୍ଜୀକୃତ...

୧୪ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଛନ୍ତି ୬ ପୁରୁଷ, ୫ ମହିଳା, ଜଣେ ନାବାଳକ, ୨ ଶିଶୁ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଯାଜପୁର ଜିଲା କଟିକଟା ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୪ ନୂଆ ଅକ୍ରାନ୍ତଙ୍କ ତଥ୍ୟ ମିଳିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ...

ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲେ ହାସ୍ୟ ଅଭିନେତା ଗୁଡୁଙ୍କ ମା’

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡୁଙ୍କ ମା’ଙ୍କର ଦେହାନ୍ତ ହୋଇଛି। ଯାଜପୁର ଜିଲା ଯଖପୁରା ରେଳ ଷ୍ଟେଶନରେ ଟ୍ରେନ୍‌ ଚଢୁଥିବା ସମୟରେ...

ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ର ଅଭିନବ ପ୍ରୟାସ: ଆରମ୍ଭ ହେଲା ସବୁଜ ବିଦ୍ୟାଳୟ ପରିଯୋଜନା

ଢେଙ୍କାନାଳ ଅଫିସ, ୨୫।୧୦- ଛାତ୍ରୀଛାତ୍ରଙ୍କୁ ପରିବେଶ ସହ ଯୋଡ଼ିବା ଭଳି ମହତ୍‌ ଉଦ୍ଦେଶ୍ୟ ରଖି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଗୁରୁବାରଠାରୁ ଆରମ୍ଭ...

୧୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ଏହାକୁ ଲାଗି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟରେ ବର୍ଷା...

ଆସିବ ନୂଆ ପର୍ଯ୍ୟଟନ ନୀତି: କରୋନାଜନିତ ସମସ୍ୟା ଦୂର ଉପରେ ଫୋକସ୍‌

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଓଡ଼ିଶା ଆଣିବ ନୂଆ ପର୍ଯ୍ୟଟନ ନୀତି। କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଲାଗି ପର୍ଯ୍ୟଟନ...

ପୁରୀର ଗୋଲ୍ଡେନ୍‌ ବିଚ୍‌କୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା

ପୁରୀ ଅଫିସ,୧୧।୧୦: ପୁରୀ ବେଳାଭୂମିକୁ ମିଳିଛି ଅନ୍ତର୍ଜାତୀୟ ସଫଳତା। ବହୁ ପ୍ରତୀକ୍ଷିତ ବ୍ଲୁ ଫ୍ଲାଗ୍‌ ମାନ୍ୟତା ପାଇଛି ପୁରୀର ଗୋଲ୍ଡେନ୍‌ ବିଚ୍‌ । ଡେନ୍‌ମାର୍କର ଫି’...

ତୃତୀୟ ସପ୍ତାହ ସୁଦ୍ଧା ନୂଆ ପିସିସି ସଭାପତି

ଭୁବନେଶ୍ୱର,୧୨।୪ (ବ୍ୟୁରୋ):ନିର୍ବାଚନ ପରେ ନିର୍ବାଚନ ରାଜ୍ୟ କଂଗ୍ରେସର ଦୁର୍ବଳ ପ୍ରଦର୍ଶନକୁ ନେଇ ସଭାପତି ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ କେନ୍ଦ୍ର କରି ଅଖିଳ ଭାରତ...

Advertisement
Archives

Model This Week