Posted inଜାତୀୟ

‘ଛୋଟୁ ରିପୋର୍ଟର୍‌’ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ଚଣ୍ଡିଗଡ,୮।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଛୋଟୁ ରିପୋର୍ଟରଙ୍କ ଭିଡିଓ। ଯେଉଁ ବୟସରେ ପିଲା ସ୍କୁଲ ଯାଆନ୍ତି, ଖେଳରେ ମାତିଥାନ୍ତି ସେହି ବୟସରେ ହାତରେ ବୁମ୍‌ ଧରି ଗୋଲ୍ଡି ଗୋଏତ୍‌ ବିଭିନ୍ନ ରାଜନେତାଙ୍କ ବାଇଟ୍‌ ନେଉଛନ୍ତି। ଗୋଲ୍ଡିଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମଧ୍ୟ ରହିଛି। ଏଥିରେ ସେ ୨୦୦ରୁ ଅଧିକ ଭିଡିଓ ଅପଲୋଡ୍‌ କରିଛନ୍ତି। ଅଧିକାଂଶ ଭିଡିଓ ହରିୟାଣାର ବିଭିନ୍ନ ରାଜନେତାଙ୍କ ସାକ୍ଷାତକାର ରହିଛି। ଗୋଲ୍ଡିଙ୍କ ପ୍ରଶ୍ନ ପଚାରିବା ଶୈଳୀ ଦେଖି ଅନେକ ରାଜନେତା ତାଙ୍କୁ ପ୍ରଶଂସା ମଧ୍ୟ କରିଥାନ୍ତି। ନିକଟରେ ସେ ଜନନାୟକ ଜନତା ପାର୍ଟିର ନୈନା ଚୌଟାଲାଙ୍କ ସାକ୍ଷାତକାର ନେଇଥିଲେ। ଯାହା ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ମଧ୍ୟ ହୋଇଥିଲା। ନୈନା ଗୋଲ୍ଡିଙ୍କୁ ଦେଖି କହିଥିଲେ ତୁମକୁ ଯେବେ ବି ଦେଖୁଛି ମୋତେ ଖୁସି ଲାଗୁଛି। ଏନେଇ ଗୋଲ୍ଡି କୁହନ୍ତି, ମୋତେ ବୁମ୍‌ ଧରି ସାକ୍ଷାତ ନେବାକୁ ଖୁସି ଲାଗେ। ତେଣୁ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ...

ରାହୁଲ କରୁଛନ୍ତି ଛୋଟ ରାଜନୀତି: ଶାହା

ନୂଆଦିଲ୍ଲୀ,୨୮।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି।...

ଅଯୋଧ୍ୟା ରାୟ ପୂର୍ବରୁ ଶାନ୍ତ ରହିବାକୁ ଧର୍ମୀୟ ନେତାଙ୍କ ଆହ୍ବାନ

ଲକ୍ଷ୍ନୌ,୨ା୧୧: ଅଯୋଧ୍ୟା ଜମି ବିବାଦ ମାମଲା ରାୟ ଖୁବ୍‌ଶୀଘ୍ର ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଜନସାଧାରଣଙ୍କୁ ଶାନ୍ତ ରହିବା ପାଇଁ ବିଭିନ୍ନ ହିନ୍ଦୁ ଓ...

ନାଗାମାନଙ୍କ ସ୍ବତନ୍ତ୍ର ସମ୍ବିଧାନ, ପତାକା ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୦ା୧୦: ନାଗାମାନଙ୍କ ଲାଗି ସ୍ବତନ୍ତ୍ର ସମ୍ବିଧାନ ଓ ପତାକା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ ପକ୍ଷରୁ ଏଥିପାଇଁ ଦାବି ହୋଇଆସୁଥିଲା। ଦୀର୍ଘ ଦଶନ୍ଧି...

ନିୟନ୍ତ୍ରଣ ରେଖାରେ ଉତ୍ତେଜନା: ୨୦୧୮ଠାରୁ ଗତ ୩ ବର୍ଷରେ ୬,୮୪୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ଶ୍ରୀନଗର,୧୧।୫: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗତ ୩ ବର୍ଷ ଧରି ଅଧିକ ଉତ୍ତେଜନା ସୃଷ୍ଟି ହୋଇଛି। ୨୦୧୮ଠାରୁ ଚଳିତ ୨୦୨୦ ମେ ୩ ସୁଦ୍ଧା ପାକିସ୍ତାନ...

କରୋନା ପ୍ରଥମେ ଯେଭଳି ଘାତକ ଥିଲା ଏବେ ବି ରହିଛି ସେଭଳି: ମୋଦି

ନୂଆଦିଲ୍ଲୀ, ୨୬।୭: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଲଞ୍ଚ ହେଲା ‘ମୌସମ’ ଆପ୍‌

ନୂଆଦିଲ୍ଲୀ,୨୮।୭(ପି.ଟି.): ପାଣିପାଗ ସମ୍ପର୍କିତ ସବିଶେଷ ତଥ୍ୟ ଲୋକଙ୍କ ପାଖରେ ଉପଲବ୍ଧ ହେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମୌସମ’ ଆପ୍‌ ଲଞ୍ଚ୍‌ ହୋଇଛି। ଭୂବିଜ୍ଞାନ ମନ୍ତ୍ରୀ...

ଚା’ ବିକାଳି ନେଇଛନ୍ତି ୫୦ କୋଟି ଟଙ୍କା ଋଣ!

କୁରୁକ୍ଷେତ୍ର, ୨୩।୭: ହରିୟାଣାର କୁରୁକ୍ଷେତ୍ରରେ ଜଣେ ଚା’ ବିକ୍ରେତା ବ୍ୟାଙ୍କରୁ ୫୦ କୋଟି ଟଙ୍କା ଋଣ ନେଇଛନ୍ତି। ଏକଥା ସତ ହୋଇ ନ ଥିଲେ ମଧ୍ୟ...

Coronavirus Update


Archives

Model This Week

Why Dharitri