ଛୁଟିଦିନରେ ବି ନେତାଜୀ ସଂଗ୍ରହାଳୟ ଖାଁ ଖାଁ

ପୁରୀ ଅଫିସ,୨୦।୧: ଦୀର୍ଘ ୩ ବର୍ଷ ଧରି ଅଦାଲତି ବିବାଦରେ ଛନ୍ଦି ହେବା ପରେ ଗତବର୍ଷ ଜାନୁୟାରୀ ୧୫ରେ ଲୋକାର୍ପିତ ହୋଇଥିଲା ନେତାଜୀ ସଂଗ୍ରହାଳୟ। ଇତିମଧ୍ୟରେ ସଂଗ୍ରହାଳୟ ଖୋଲାଯିବାକୁ ବର୍ଷେ ବିତିଯାଇଛି। କିନ୍ତୁ ଏବେ ବି ଏଠାକୁ ପର୍ଯ୍ୟଟକଙ୍କ ଆଗମନ ସ୍ବାଭାବିକ ହୋଇପାରି ନାହିଁ। କେବେ କେମିତି ହାତଗଣତି ପର୍ଯ୍ୟଟକ ସଂଗ୍ରହାଳୟ ବୁଲି ଆସୁଛନ୍ତି। ଭାରତର ସ୍ବାଧୀନତା ସଂଗ୍ରାମର ଅଦ୍ୱିତୀୟ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ବହନ କରୁଥିବା ଏହି ସଂଗ୍ରହାଳୟ ପରିସର ଅନେକ ସମୟରେ ଖାଁ ଖାଁ ରହୁଛି। ରବିବାର ଛୁଟିଦିନ ଥିବା ସତ୍ତ୍ବେ କୌଣସି ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳି ନ ଥିଲା। ପୁରୀ ସହରକୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଆସୁଛନ୍ତି। ନିକଟ ବେଳାଭୂମି ବୁଲୁଛନ୍ତି। କିନ୍ତୁ ସଂଗ୍ରହାଳୟକୁ ଆସୁନାହାନ୍ତି। ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଏବଂ ସଂଗ୍ରହାଳୟ ସମ୍ପର୍କରେ ପ୍ରଚାର ପ୍ରସାର ଅଭାବରୁ ଏପରି ସ୍ଥିତି ଉପୁଜୁଥିବା କହିଛନ୍ତି ଉତ୍କଳ ବିକାଶ ଯୁବ ପରିଷଦର ସଭାପତି ଦେବୀ ପ୍ରସାଦ ପୃଷ୍ଟି।
ସଂଗ୍ରହାଳୟକୁ ଲୋକାର୍ପଣ କରି ତତ୍କାଳୀନ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ, ଏହା ନିଶ୍ଚିତ ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ, ବିଶେଷକରି ଅଧିକ ସଂଖ୍ୟାରେ ବଙ୍ଗୀୟ ପର୍ଯ୍ୟଟକ ଏଠାକୁ ଆସିବେ। ଆମ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ। ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ନେତାଜୀଙ୍କ ସ୍ମୃତିକୁ ବହନ କରୁଥିବା ଏହି ସଂଗ୍ରହାଳୟ ଖୋଲିବା ନିଶ୍ଚିତ ରାଜ୍ୟବାସୀଙ୍କ ପାଇଁ ଖୁସିର କଥା। ବିଶେଷକରି ପୁରୀ ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ସଫଳ ଫର୍ଦ୍ଦ ଯୋଡ଼ି ହୋଇଗଲା। ଏଠାକୁ ମଧ୍ୟ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ। କିନ୍ତୁ ସେମିତି ଚିତ୍ର ଦେଖିବାକୁ ମିଳୁନି। ୨୦୧୯ ଜାନୁୟାରୀ ୧୫ ପ୍ରଥମ ଦିନ ୧୭ ଜଣ ଆସିଥିଲେ। ଏହାପରେ କେବେ କେବେ ୩୦/୩୫ଜଣ ଆସିଥିବା ବେଳେ ଦିନେ ଦିନେ ଜଣେ ହେଲେ ବି ପର୍ଯ୍ୟଟକ ଆସି ନ ଥାନ୍ତି। ଏଠାରେ ଜଣ ପିଛା ଟିକେଟର ଦାମ୍‌ ୧୦ ଟଙ୍କା ରହିଥିବା ବେଳେ ସଂଗ୍ରହାଳୟର ରକ୍ଷଣାବେକ୍ଷଣ ଲାଗି ୪ ଜଣ କର୍ମଚାରୀ ଆଉଟ୍‌ସୋର୍ସିଂ ଭାବେ ରହିଛନ୍ତି। କର୍ମଚାରୀ ସଞ୍ଜୟ ମହାନ୍ତିଙ୍କ ସୂଚନା ମୁତାବକ, ସର୍ବାଧିକ ଗତ ଡିସେମ୍ବରରେ ଗୋଟିଏ ଦିନ ୫୫ ଜଣ ପର୍ଯ୍ୟଟକ ଆସିଥିଲେ। ହାରାହାରି ଦେଖିଲେ ୨୦ରୁ ୨୫ ଜଣ ଆସୁଛନ୍ତି।
ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ନେତାଜୀ ସୁଭାଷ ଜନ୍ମମାଟି ଯାତ୍ରା ଏବଂ ତିନିଦିନିଆ ନେତାଜୀ ସୁଭାଷ ଉତ୍ସବ ପାଳନ ପରିପ୍ରେକ୍ଷୀରେ ରବିବାର ଅଭିଯାତ୍ରୀ ଦଳ ପୁରୀ ଆସିଥିଲେ। ସେମାନେ ସୁଭାଷ ବୋଷ ଛକସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଂଗ୍ରହାଳୟ ଆସିଥିଲେ। ମାତ୍ର ଛୁଟିଦିନ ସତ୍ତ୍ବେ ଜଣେ ହେଲେ ବି ପର୍ଯ୍ୟଟକଙ୍କୁ ନ ଦେଖି ଉଦ୍‌ବେଗ ପ୍ରକାଶ କରିଥିଲେ ସଭାପତି ପୃଷ୍ଟି। ସେ କହିଥିଲେ, ଉଭୟ କଟକ ଜନ୍ମପୀଠ ହେଉ ଅବା ପୁରୀର ସଂଗ୍ରହାଳୟ ପ୍ରତି ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ରହୁଛି। ଉପଯୁକ୍ତ ପ୍ରଚାର ପ୍ରସାର କରାଯାଉ ନ ଥିବାରୁ ପର୍ଯ୍ୟଟକମାନେ ଜାଣିପାରୁ ନାହାନ୍ତି। ପ୍ରତ୍ୟହ ଶ୍ରୀମନ୍ଦିର ଏବଂ ବେଳାଭୂମିକୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏଠାକୁ ନ ଆସିବା ନିଶ୍ଚିତ ଦୁର୍ଭାଗ୍ୟଜନକ ବିଷୟ। ଏଥିପ୍ରତି ସମସ୍ତଙ୍କୁ ସଚେତନ ହେବାକୁ ପଡିବ। ନେତାଜୀଙ୍କ ସମ୍ପର୍କରେ ଜାଣିବା ପାଇଁ ସଂଗ୍ରହାଳୟରେ ଯଥେଷ୍ଟ ସ୍ମୃତି ରହିଛି ବୋଲି ପୃଷ୍ଟି କହିଛନ୍ତି।

ସଂଗ୍ରହାଳୟରେ କ’ଣ ରହିଛି
ସଂଗ୍ରହାଳୟ ପରିସରରେ ଏକ ସୋଭେନିୟର ଶପ୍‌ ରହିଛି। ସେଠାରେ ନେତାଜୀଙ୍କ ସମ୍ପର୍କିତ ଫଟୋ, ମାଗାଜିନ ଆଦି ଉପଲବ୍ଧ ହେଉଛି। ତଳ ମହଲାରେ ରାଜନୈତିକ ଓ ଆଇଏନ୍‌ଏ ଗ୍ୟାଲେରି, ଆଦ୍ୟ ଜୀବନ ଗ୍ୟାଲେରି, ଶିଶୁ ପ୍ରମୋଦ କକ୍ଷ ରହିଛି। ରାଜନୈତିକ ଓ ଆଇଏନ୍‌ଏ ଗ୍ୟାଲେରିରେ ଆଜାଦ୍‌ ହିନ୍ଦ୍‌ ଫୌଜର ଡାକଟିକଟ, ନ୍ୟାଶନାଲ ସାର୍ଟିଫିକେଟ ଏବଂ ଇଣ୍ଡିଆନ ନ୍ୟାଶନାଲ ଆର୍ମି (ଆଇଏନ୍‌ଏ)ର ବହୁ ବିରଳ ଫଟୋ ସ୍ଥାନିତ ହୋଇଛି। ନେତାଜୀଙ୍କ ଝିଅ ଅନୀତା ବୋଷ ୧୯୬୧ ଜାନୁୟାରୀ ୧୨ରେ ଶ୍ରୀମନ୍ଦିରକୁ ଆସିଥିଲେ। ସେହି ସମୟରେ ଉତ୍ତୋଳିତ ଫଟୋ ଚିତ୍ରକୁ ଖବରଦାତା ସ୍ବର୍ଗତ ପ୍ରଫୁଲ୍ଲ ମହାନ୍ତିଙ୍କ ପରିବାର ପକ୍ଷରୁ ନେତାଜୀ ମ୍ୟୁଜିୟମ ଲାଗି ଇନ୍‌ଟାକକୁ ପ୍ରଦାନ କରାଯାଇଥିଲା। ଉକ୍ତ ଫଟୋଚିତ୍ର ମ୍ୟୁଜିୟମ୍‌ର ଆଦ୍ୟ ଜୀବନ ଗ୍ୟାଲେରିରେ ସ୍ଥାନିତ ହୋଇଛି। ଏହାସହିତ ନେତାଜୀଙ୍କ ବହୁ ବିରଳ ଫଟୋଚିତ୍ର ସ୍ଥାନିତ କରାଯାଇଛି। ସେହିପରି ମ୍ୟୁଜିୟମ୍‌ର ଶିଶୁ ପ୍ରମୋଦ କକ୍ଷ ଆକର୍ଷଣୀୟ ହୋଇଛି। ଶିଶୁମାନେ ଯେଭଳି ନେତାଜୀଙ୍କ ସମ୍ପର୍କରେ ଜାଣିପାରିବେ ଏବଂ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବେ ସେନେଇ ବ୍ୟବସ୍ଥା କରାଯାଇଛି। ଉପର ମହଲାରେ ନେତାଜୀଙ୍କ ପଠନଶାଳା, ସମ୍ମିଳନୀ କକ୍ଷ, କୋଠରି, ଶୟନକକ୍ଷ, ପାରିବାରିକ କୋଠରି ଆଦି ରହିିଛି। ଏହିସବୁ ଐତିହ୍ୟ କୋଠରିରେ ବ୍ରିଟିଶ ଅମଳର କାଠ ପଲଙ୍କ, ଚୌକି, ଆଲମାରି, ନେତାଜୀଙ୍କ ବ୍ୟବହୃତ ପୋଷକ ରଖାଯାଇଛି। ଏହାବ୍ୟତୀତ ଗାନ୍ଧିଜୀ ଏବଂ ଅନ୍ୟ ନେତାଙ୍କ ସହ ପରାମର୍ଶ, ଆଲୋଚନା ଓ ନେତାଜୀ ଲେଖିଥିବା କେତେକ ଆବେଗପୂର୍ଣ୍ଣ ଚିଠି ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri