ଛୁଇଁଲେ, ଅନୁଭବ କଲେ…

ଭୁବନେଶ୍ୱର,୨୩୭(ବ୍ୟୁରୋ) : କୋଣାର୍କ ସୂର୍ଯ୍ୟ ମନ୍ଦିରର ପଥରର ଭାଷାକୁ ବୁଝିବାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବାବେଳେ ପ୍ରଥମଥର ପାଇଁ କୋଣାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି କୁନି କୁନି ଦୃଷ୍ଟିବାଧିତ ପିଲା। ନିଜ ଆଖିରେ ଏହି ବିଶ୍ୱ ଐତିହ୍ୟର କାରୁକାର୍ଯ୍ୟକୁ ନ ଦେଖିପାରିଲେ ମଧ୍ୟ ହାତମାରି ଏହାକୁ ଅନୁଭବ କରିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ସ୍ବତନ୍ତ୍ର ଅନୁମତିକ୍ରମେ ନିମାପଡ଼ାସ୍ଥିତ ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ସଂସ୍ଥାର ୩୫ ଜଣ ଦୃଷ୍ଟିବାଧିତ ଛାତ୍ରୀଛାତ୍ର ରବିବାର ପ୍ରଥମଥର ଲାଗି କୋଣାର୍କକୁ ପଢାବହି ବାହାରେ ଜାଣିବାର ସୁଯୋଗ ପାଇଥିଲେ। ଏହି ପିଲାମାନଙ୍କ ପାଇଁ କୋଣାର୍କ ଓ ଏହାର ଅପରୂପ କାରୁକାର୍ଯ୍ୟ କେବଳ ପାଠ୍ୟପୁସ୍ତକରେ ସୀମିତ ଥିଲା। ଜାଣିବାକୁ ଇଛା ଓ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ଦେଖିବାରେ ଅସମର୍ଥ ଯୋଗୁ ସେମାନେ ଏଥିରୁ ବଞ୍ଚତ୍ତ ଥିଲେ। ଏଭଳିସ୍ଥଳେ ଏହି ପିଲାମାନଙ୍କ ଇଚ୍ଛାକୁ ହୃଦୟଙ୍ଗମ କରି ଆନ୍ଥ୍ରୋପୋଲୋଜିଷ୍ଟ ନିତୁରଞ୍ଜନ ଦାଶ ଏଏସ୍‌ଆଇ ଏବଂ ବୈଷୟିକ ସହାୟତା ପାଇଁ ଇଣ୍ଡିଆ ହେରିଟେଜ ୱାକ୍‌ ସଂସ୍ଥା ସହ ଆଲୋଚନା କରିଥିଲେ। ଏଏସ୍‌ଆଇ ପକ୍ଷରୁ କଳାକୃତିଗୁଡ଼ିକୁ ସ୍ପର୍ଶ କରିବାକୁ ସ୍ବତନ୍ତ୍ର ଅନୁମତି ମିଳିବା ପରେ ଉଭୟ ସଂସ୍ଥା ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଦୃଷ୍ଟିବାଧିତଙ୍କ ପାଇଁ ଐତିହ୍ୟସ୍ଥଳୀ କିପରି ସୁଗମ ଓ ଶିକ୍ଷଣୀୟ ହୋଇପାରିବ ସେଥିପାଇଁ ନିତୁରଞ୍ଜନ ନିଜସ୍ବ ଉଦ୍ୟମରେ ବ୍ରେଲି ଲିପିରେ ମନ୍ଦିର ସମ୍ବନ୍ଧୀୟ ପାଠ୍ୟ ସୂଚନା ଓ କାରୁକାର୍ଯ୍ୟର ରେଖାଚିତ୍ର ପ୍ରସ୍ତୁତ କରିଥିଲେ। ରବିବାର ଏଏସ୍‌ଆଇର ସ୍ବତନ୍ତ୍ର ଗାଇଡ୍‌ଙ୍କ ନେତୃତ୍ୱରେ ପିଲାମାନେ କୋଣାର୍କ ବୁଲିବା ସହ ମନ୍ଦିରର କାରୁକାର୍ଯ୍ୟ ସ୍ପର୍ଶ କରି କଳା, ଭାସ୍କର୍ଯ୍ୟକୁ ଅନୁଭବ କରିଥିଲେ। ଏହି ଅବସରରେ ଗାଇଡ୍‌ମାନେ ପିଲାମାନଙ୍କୁ ବିସ୍ତୃତଭାବେ ସମସ୍ତ ବିଷୟରେ ବୁଝାଇଥିଲେ। ଛାତ୍ରୀଛାତ୍ରମାନେ କୋଣାର୍କ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିଥିଲେ। ମନ୍ଦିରର ଇତିହାସ ଓ ସୂକ୍ଷ୍ମ କାରୁକାର୍ଯ୍ୟକୁ ସ୍ପର୍ଶ କରିବା ସହ ବ୍ରେଲି ଲିପି ମାଧ୍ୟମରେ ଜ୍ଞାନ ଆହରଣ କରିଥିଲେ। ଏଭଳି ଭ୍ରମଣ କାର୍ଯ୍ୟକ୍ରମ ଦିବ୍ୟାଙ୍ଗମାନଙ୍କୁ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଅବଗତ କରାଇପାରିବ ବୋଲି ନିତୁରଞ୍ଜନ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ କିଭଳି ଅଧିକରୁ ଅଧିକ ପିଲା ଯୋଡ଼ି ହୋଇପାରିବେ ସେଥିଲାଗି ପଦକ୍ଷେପ ନିଆଯିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟର ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପ କୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣକାଟି ଗଁାରେ ଦନ୍ତା: ଲୋକେ ଆତଙ୍କିତ

ଜଳେଶ୍ୱର,୨୪।୧୨(ସ୍ବ.ପ୍ର.)-ସପ୍ତାହେ ନ ପୂରୁଣୁ ପୁଣି ଏକ ଦନ୍ତା ହାତୀ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ରାଇବଣିଆସ୍ଥିତ ବଣକାଟି ଗଁାରେ ଆତଙ୍କ ଖେଳାଇଛି। ଶିମିଳିପାଳର ଏକ...

ସନ୍ଧ୍ୟା ଯାଏ ରହିବ ‘ୟାସ’ର ବିପଦ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ବୁଧବାର ‘ୟାସ’ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଧାମରାର ଉତ୍ତର ଓ ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଏହା ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ...

ଦାମୋଦରପୁରବାସୀଙ୍କ ରାଜପଥ ଅବରୋଧ

ଗଞ୍ଜାମ,୧୮ା୭(ଡି.ଏନ.ଏ.)- ଗଞ୍ଜାମ ଏନଏସି ଦାମୋଦରପୁର ଗ୍ରାମ ୧୧ନଂ. ଓ୍ବାର୍ଡରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗିଛି। ବାରମ୍ବାର ସମସ୍ୟା ନେଇ ଅବଗତ କଲେ ମଧ୍ୟ...

ଗଣମାଧ୍ୟମ ସାଧାରଣ ଲୋକଙ୍କ ସ୍ବର

ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ଖବରଦାତା ହେଉଛନ୍ତି ଦେଶର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଇଛି। ଜନସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବାର ମାଧ୍ୟମ ହେଉଛି ଗଣମାଧ୍ୟମ। ସମାଜର ଦଳିତ,...

ପରୀ ହତ୍ୟା ପ୍ରସଙ୍ଗ: ସରପଞ୍ଚ ସୌମ୍ୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୟାଗଡ଼ ଅଫିସ,୧।୪: ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବହୁ ଚର୍ଚ୍ଚିତ ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟ...

ସ୍ତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନାହିଁ

ଯାଜପୁର ଅଫିସ,୩୧ା୩: ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ଶୁକ୍ରବାର ରାତିରେ ଆକ୍ରମଣ କରାଯାଇଥିଲା। ଇତିମଧ୍ୟରେ ୩ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଧର୍ମଶାଳା...

ବାତ୍ୟା ଅମ୍ଫନ୍‌ ପ୍ରଭାବ: ସର୍ବାଧିକ ବର୍ଷା, ପବନ ରେକର୍ଡ

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ଫନ୍‌। ଘଣ୍ଟାକୁ ୧୪ କିଲୋମିଟର ବେଗରେ ଆସୁଥିବା ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ...

ହସୁଛି ଉଜୁଡ଼ା ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଦିନ ଥିଲା ସେହି ଜଙ୍ଗଲ ଗଛଲତାରେ ପୂରି ରହିଥିଲା । ସୂର୍ଯ୍ୟଙ୍କ କିରଣ ଭୂମିରେ ପଡୁ ନ ଥିଲା । ଆଖପାଖ ଗାଁର...

Advertisement


Archives

Model This Week

Why Dharitri