Posted inଜାତୀୟ

ଛାତ୍ରୀଛାତ୍ରଙ୍କ ବୋଝ ବଢ଼ାଇଲା ଆଇଆଇଟି କାଉନ୍‌ସିଲ: ଏମ୍‌ଟେକ୍‌ ଫି ୯୦୦% ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ଏମ୍‌ଟେକ୍‌ ପାଠ୍ୟକ୍ରମ ଫି ପାଖାପାଖି ୯୦୦ ପ୍ରତିଶତ ବୃଦ୍ଧି କରି ଏହାକୁ ବିଟେକ୍‌ ଦେୟ ସହ ସମାନ କରିବାକୁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି) କାଉନସିଲ ନିଷ୍ପତ୍ତି ନେଇଛି। ୨୦୨୦ ଶିକ୍ଷାବର୍ଷରୁ ଏହି ବର୍ଦ୍ଧିତ ଦେୟ ଲାଗୁ ହେବ। ଫଳରେ ଏମ୍‌ଟେକ୍‌ ଛାତ୍ରୀଛାତ୍ରଙ୍କୁ ବର୍ଷକୁ ପାଖାପାଖି ୨ ଲକ୍ଷ ଟଙ୍କା ପୈଠ କରିବାକୁ ପଡିବ। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଆଇଆଇଟିଗୁଡ଼ିକରେ ଏମ୍‌ଟେକ୍‌ ପାଠ୍ୟକ୍ରମରେ ନାମଲେଖା ଓ ସେମିଷ୍ଟର ପ୍ରତି ଟ୍ୟୁଶନ୍‌ ଫି ୫ ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ପଡୁଛି। ଏହାକୁ ୨୦ ହଜାରରୁ ୫୦ ହଜାର ଟଙ୍କା ପର୍ଯନ୍ତ ବୃଦ୍ଧି ଲାଗି ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଗେଟ୍‌ (ଗ୍ରାଜୁଏଟ୍‌ ଆପ୍ଟିଚ୍ୟୁଡ୍‌ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ) ସ୍କୋର ଆଧାରରେ ଏମ୍‌ଟେକ୍‌ ଛାତ୍ରୀଛାତ୍ରଙ୍କୁ ପ୍ରତି ମାସରେ ମିଳୁଥିବା ୧୨,୪୦୦ ଟଙ୍କା ଷ୍ଟାଇପେଣ୍ଡକୁ ମଧ୍ୟ ଆଇଆଇଟି କାଉନସିଲ ବନ୍ଦ କରିଦେଇଛି। ଶୁକ୍ରବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଅଧ୍ୟକ୍ଷତାରେ କାଉନସିଲ୍‌ ବୈଠକ ବସିଥିଲା। ଏଥିରେ ନୂଆ ପ୍ରଫେସରମାନଙ୍କ ପଞ୍ଚମ ବର୍ଷର ପ୍ରଦର୍ଶନକୁ ସମୀକ୍ଷା କରିବା ପରେ ସେମାନଙ୍କୁ ପଦୋନ୍ନତି ଦିଆଯିବ କି ବିଦା କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ‘ଟେନ୍ୟୁର ଟ୍ରାକ୍‌ ପାଥ୍‌ଓ୍ବେ’କୁ କାଉନସିଲ୍‌ ଅନୁମୋଦନ କରିଛି।
ସମ୍ପ୍ରତି ଆଇଆଇଟି ମୁମ୍ବାଇରେ ଏମ୍‌ଟେକ୍‌ ଟ୍ୟୁଶନ ଫି ସେମିଷ୍ଟର ପ୍ରତି ୫୦୦୦ ଟଙ୍କା ପଡୁଥିବାବେଳେ ଆଇଆଇଟି ଦିଲ୍ଲୀ ୧୦ ହଜାର, ଆଇଆଇଟି ମାଡ୍ରାସ ୫୦୦୦ ଟଙ୍କା ନେଉଛି। ଆଇଆଇଟି ଖଡଗପୁର ପ୍ରଥମ ସେମିଷ୍ଟରରେ ୨୫,୯୫୦ ଟଙ୍କା ନେଉଥିବାବେଳେ ସେଥିରୁ ୬୦୦୦ ଟଙ୍କା ଫେରସ୍ତ କରୁଛି ଏବଂ ୧୦,୫୫୦ ଟଙ୍କା ପରବର୍ତ୍ତୀ ସେମିଷ୍ଟର ପାଇଁ ରଖିୁଛି। ଦେୟ ବୃଦ୍ଧି ସହ ଗରିବ ଛାତ୍ରୀଛାତ୍ରଙ୍କୁ ସରକାର ଡିବିଟି (ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ) ମାଧ୍ୟମରେ ସହାୟତା କିମ୍ବା ଶିକ୍ଷା ଋଣ ସୁବିଧା ଯୋଗାଇଦେବା ଲାଗି ପ୍ରସ୍ତାବ ଦିଆଯାଇଛି। ଏଥିସହିତ ଦେୟର ଏକ ବଡ଼ ଭାଗ ୟୁଜି ଲାବ୍‌ ଓ ପାଠ୍ୟକ୍ରମ ପାଇଁ ଅଧ୍ୟାପନା ସହାୟତା ଯୋଗାଇଦେବା ଉଚିତ। ଏହା ବ୍ୟତୀତ ଉକ୍ତ ପାଣ୍ଠିକୁ ଅନ୍ୟ ପେସାଗତ କାର୍ଯ୍ୟରେ ମଧ୍ୟ ବିନିଯୋଗ କରାଯାଇପାରିବ ବୋଲି କାଉନସିଲ୍‌ ପ୍ରସ୍ତାବ ଦେଇଛି। ସୂଚନାଯୋଗ୍ୟ, ତିନିଜଣିଆ ସଂସ୍କାର କମିଟିର ସୁପାରିସକ୍ରମେ ଏମ୍‌ଟେକ୍‌ ଫି ବୃଦ୍ଧି କରାଯାଇଛି। ଆଇଆଇଟିଗୁଡ଼ିକରେ ଏମ୍‌ଟେକ୍‌ ପାଠ୍ୟକ୍ରମରେ ସଂସ୍କାର ସମ୍ପର୍କିତ ସୁପାରିସ ଲାଗି ଉକ୍ତ କମିଟି ଗଠନ କରାଯାଇଥିଲା। ଦେୟ ବୃଦ୍ଧି ଓ ଷ୍ଟାଇପେଣ୍ଡ ବନ୍ଦ କରିବା ଦ୍ୱାରା ଅଧାରୁ ପାଠ ଛାଡୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି କମିଟି ବିଚାର କରୁଛି। କାରଣ ଏମ୍‌ବିଏ ଭଳି ଅଧିକ ଦେୟ ନିଆଯାଉଥିବା ପାଠ୍ୟକ୍ରମରେ କ୍ୱଚିତ୍‌ ଅଧାରୁ ପାଠ ଛାଡ଼ିଥାନ୍ତି। ସେହିପରି ଟେନ୍ୟୁର ଟ୍ରାକ୍‌ ସିଷ୍ଟମ ନୂଆ ପ୍ରଫେସରମାନଙ୍କ ପ୍ରଦର୍ଶନ ବଢ଼ାଇବାରେ ସହାୟକ ହେବ। ଶିକ୍ଷାନୁଷ୍ଠାନରେ ଯୋଗଦେବାର ୫.୫ ବର୍ଷ ପରେ ଏକ୍ସଟର୍ନାଲ କମିଟି ଦ୍ୱାରା ଉକ୍ତ ପ୍ରଫେସରମାନଙ୍କ ପ୍ରଦର୍ଶନର ସମୀକ୍ଷା କରାଯିବ। ଏହାର ମୂଲ୍ୟାୟନ ଆଧାରରେ ସେମାନଙ୍କୁ ପଦୋନ୍ନତି ଦିଆଯିବ କିମ୍ବା ଶିକ୍ଷାନୁଷ୍ଠାନ ଛାଡ଼ିବାକୁ କୁହାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri