Posted inଜାତୀୟ

ଛାତ୍ରୀଛାତ୍ରଙ୍କ ବୋଝ ବଢ଼ାଇଲା ଆଇଆଇଟି କାଉନ୍‌ସିଲ: ଏମ୍‌ଟେକ୍‌ ଫି ୯୦୦% ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ଏମ୍‌ଟେକ୍‌ ପାଠ୍ୟକ୍ରମ ଫି ପାଖାପାଖି ୯୦୦ ପ୍ରତିଶତ ବୃଦ୍ଧି କରି ଏହାକୁ ବିଟେକ୍‌ ଦେୟ ସହ ସମାନ କରିବାକୁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି) କାଉନସିଲ ନିଷ୍ପତ୍ତି ନେଇଛି। ୨୦୨୦ ଶିକ୍ଷାବର୍ଷରୁ ଏହି ବର୍ଦ୍ଧିତ ଦେୟ ଲାଗୁ ହେବ। ଫଳରେ ଏମ୍‌ଟେକ୍‌ ଛାତ୍ରୀଛାତ୍ରଙ୍କୁ ବର୍ଷକୁ ପାଖାପାଖି ୨ ଲକ୍ଷ ଟଙ୍କା ପୈଠ କରିବାକୁ ପଡିବ। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଆଇଆଇଟିଗୁଡ଼ିକରେ ଏମ୍‌ଟେକ୍‌ ପାଠ୍ୟକ୍ରମରେ ନାମଲେଖା ଓ ସେମିଷ୍ଟର ପ୍ରତି ଟ୍ୟୁଶନ୍‌ ଫି ୫ ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ପଡୁଛି। ଏହାକୁ ୨୦ ହଜାରରୁ ୫୦ ହଜାର ଟଙ୍କା ପର୍ଯନ୍ତ ବୃଦ୍ଧି ଲାଗି ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଗେଟ୍‌ (ଗ୍ରାଜୁଏଟ୍‌ ଆପ୍ଟିଚ୍ୟୁଡ୍‌ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ) ସ୍କୋର ଆଧାରରେ ଏମ୍‌ଟେକ୍‌ ଛାତ୍ରୀଛାତ୍ରଙ୍କୁ ପ୍ରତି ମାସରେ ମିଳୁଥିବା ୧୨,୪୦୦ ଟଙ୍କା ଷ୍ଟାଇପେଣ୍ଡକୁ ମଧ୍ୟ ଆଇଆଇଟି କାଉନସିଲ ବନ୍ଦ କରିଦେଇଛି। ଶୁକ୍ରବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଅଧ୍ୟକ୍ଷତାରେ କାଉନସିଲ୍‌ ବୈଠକ ବସିଥିଲା। ଏଥିରେ ନୂଆ ପ୍ରଫେସରମାନଙ୍କ ପଞ୍ଚମ ବର୍ଷର ପ୍ରଦର୍ଶନକୁ ସମୀକ୍ଷା କରିବା ପରେ ସେମାନଙ୍କୁ ପଦୋନ୍ନତି ଦିଆଯିବ କି ବିଦା କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ‘ଟେନ୍ୟୁର ଟ୍ରାକ୍‌ ପାଥ୍‌ଓ୍ବେ’କୁ କାଉନସିଲ୍‌ ଅନୁମୋଦନ କରିଛି।
ସମ୍ପ୍ରତି ଆଇଆଇଟି ମୁମ୍ବାଇରେ ଏମ୍‌ଟେକ୍‌ ଟ୍ୟୁଶନ ଫି ସେମିଷ୍ଟର ପ୍ରତି ୫୦୦୦ ଟଙ୍କା ପଡୁଥିବାବେଳେ ଆଇଆଇଟି ଦିଲ୍ଲୀ ୧୦ ହଜାର, ଆଇଆଇଟି ମାଡ୍ରାସ ୫୦୦୦ ଟଙ୍କା ନେଉଛି। ଆଇଆଇଟି ଖଡଗପୁର ପ୍ରଥମ ସେମିଷ୍ଟରରେ ୨୫,୯୫୦ ଟଙ୍କା ନେଉଥିବାବେଳେ ସେଥିରୁ ୬୦୦୦ ଟଙ୍କା ଫେରସ୍ତ କରୁଛି ଏବଂ ୧୦,୫୫୦ ଟଙ୍କା ପରବର୍ତ୍ତୀ ସେମିଷ୍ଟର ପାଇଁ ରଖିୁଛି। ଦେୟ ବୃଦ୍ଧି ସହ ଗରିବ ଛାତ୍ରୀଛାତ୍ରଙ୍କୁ ସରକାର ଡିବିଟି (ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ) ମାଧ୍ୟମରେ ସହାୟତା କିମ୍ବା ଶିକ୍ଷା ଋଣ ସୁବିଧା ଯୋଗାଇଦେବା ଲାଗି ପ୍ରସ୍ତାବ ଦିଆଯାଇଛି। ଏଥିସହିତ ଦେୟର ଏକ ବଡ଼ ଭାଗ ୟୁଜି ଲାବ୍‌ ଓ ପାଠ୍ୟକ୍ରମ ପାଇଁ ଅଧ୍ୟାପନା ସହାୟତା ଯୋଗାଇଦେବା ଉଚିତ। ଏହା ବ୍ୟତୀତ ଉକ୍ତ ପାଣ୍ଠିକୁ ଅନ୍ୟ ପେସାଗତ କାର୍ଯ୍ୟରେ ମଧ୍ୟ ବିନିଯୋଗ କରାଯାଇପାରିବ ବୋଲି କାଉନସିଲ୍‌ ପ୍ରସ୍ତାବ ଦେଇଛି। ସୂଚନାଯୋଗ୍ୟ, ତିନିଜଣିଆ ସଂସ୍କାର କମିଟିର ସୁପାରିସକ୍ରମେ ଏମ୍‌ଟେକ୍‌ ଫି ବୃଦ୍ଧି କରାଯାଇଛି। ଆଇଆଇଟିଗୁଡ଼ିକରେ ଏମ୍‌ଟେକ୍‌ ପାଠ୍ୟକ୍ରମରେ ସଂସ୍କାର ସମ୍ପର୍କିତ ସୁପାରିସ ଲାଗି ଉକ୍ତ କମିଟି ଗଠନ କରାଯାଇଥିଲା। ଦେୟ ବୃଦ୍ଧି ଓ ଷ୍ଟାଇପେଣ୍ଡ ବନ୍ଦ କରିବା ଦ୍ୱାରା ଅଧାରୁ ପାଠ ଛାଡୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି କମିଟି ବିଚାର କରୁଛି। କାରଣ ଏମ୍‌ବିଏ ଭଳି ଅଧିକ ଦେୟ ନିଆଯାଉଥିବା ପାଠ୍ୟକ୍ରମରେ କ୍ୱଚିତ୍‌ ଅଧାରୁ ପାଠ ଛାଡ଼ିଥାନ୍ତି। ସେହିପରି ଟେନ୍ୟୁର ଟ୍ରାକ୍‌ ସିଷ୍ଟମ ନୂଆ ପ୍ରଫେସରମାନଙ୍କ ପ୍ରଦର୍ଶନ ବଢ଼ାଇବାରେ ସହାୟକ ହେବ। ଶିକ୍ଷାନୁଷ୍ଠାନରେ ଯୋଗଦେବାର ୫.୫ ବର୍ଷ ପରେ ଏକ୍ସଟର୍ନାଲ କମିଟି ଦ୍ୱାରା ଉକ୍ତ ପ୍ରଫେସରମାନଙ୍କ ପ୍ରଦର୍ଶନର ସମୀକ୍ଷା କରାଯିବ। ଏହାର ମୂଲ୍ୟାୟନ ଆଧାରରେ ସେମାନଙ୍କୁ ପଦୋନ୍ନତି ଦିଆଯିବ କିମ୍ବା ଶିକ୍ଷାନୁଷ୍ଠାନ ଛାଡ଼ିବାକୁ କୁହାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri