ଛାତ୍ରୀଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରୁଥିବା ଅଭିଯୋଗ: ପୃଥକ୍‌ ମାମଲା, ଟ୍ୟୁଶନ ଶିକ୍ଷକ ଗିରଫ

ନାଉଗଁ।, ୯।୧ (ସ୍ବ.ପ୍ର):ଚାକିରି କରାଇ ଦେବା ନଁ।ରେ ନାଉଗାଁ ବ୍ଲକ ନନ୍ଦୀ ଗ୍ରାମର ଜଣେ ଟ୍ୟୁଶନ ଶିକ୍ଷକ ଝିଅମାନଙ୍କୁ ନେଇ ପାରାଦୀପରେ ଦେହ ବ୍ୟବସାୟରେ ନିୟୋଜିତ କରିବା ପରେ ନିଜ ଘରେ ରଖିବା ଓ ସେମାନଙ୍କ ମା’ବାପାଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଏ ନେଇ ସମ୍ପୃକ୍ତ ଟ୍ୟୁଶନ ଶିକ୍ଷକ ଧୀରେନ୍ଦ୍ର ନାଥ ରାଉତଙ୍କ ନାମରେ ଥାନାରେ ପୃଥକ୍‌ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ଧୀରେନ୍ଦ୍ର ଗ୍ରାମର ବହୁ ଝିଅଙ୍କୁ ଚାକିରି କରାଇଦେବାକୁ କହି ପାରାଦୀପରେ ନେଇ ରଖିଥିବା ବେଳେ ସେଠାରେ ସେମାନଙ୍କୁ ବିଭିନ୍ନ ହୋଟେଲକୁ ଦେହ ବ୍ୟବସାୟ ପାଇଁ ପଠାଉଛନ୍ତି। ଏଥିସହ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ପାରାଦୀପରୁ ଆଣି ଗାଁରେ ନିଜ ଘରେ ମଧ୍ୟ ରଖିଛନ୍ତି। ସେମାନଙ୍କ ମା’ବାପା ଝିଅକୁ ଛାଡିବା ପାଇଁ କହିବାରୁ ଧୀରେନ୍ଦ୍ର ସେମାନଙ୍କୁ ଗାଳିଗୁଲଜ କରିବା ସହ ଅଧିକ ଟଙ୍କା ମାଗୁଥିବା ବେଳେ, ନ ଦେଲେ ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିଦେବେ ବୋଲି ଧମକ ଦେଉଛନ୍ତି। ଅନ୍ୟପଟେ ଅଶ୍ଳୀଳ ଫଟୋ ଭାଇରାଲ ହୋଇଯିବା ଭୟରେ ସମ୍ପୃକ୍ତ ଝିଅମାନେ ମଧ୍ୟ ଧୀରେନ୍ଦ୍ରଙ୍କ ସପକ୍ଷରେ ବାହାରୁଛନ୍ତି ବୋଲି ଅଭିଯୋଗକାରୀମାନେ ଦର୍ଶାଇଛନ୍ତି। ଅଭିଯୋଗ ପାଇବା ପରେ ଥାନାଧିକାରୀ ପ୍ରଜ୍ଞା ରୀତାମ୍ବର କର ଓ ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରିୟରଞ୍ଜନ ଶତପଥୀ, ଗ୍ରାମର ତ୍ରିଲୋଚନ ପାଢ଼ୀ, ଜାମୁଗଁ। ସରପଞ୍ଚ ଲଲାଟେନ୍ଦୁ ପରିଡ଼ା, ଦିଲ୍ଲୀପ କୁମାର ପାଢ଼ୀ, ବାସୁଦେବ ପାଢ଼ୀ ପ୍ରମୁଖଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଟ୍ୟୁଶନ ଶିକ୍ଷକ ଧୀରେନ୍ଦ୍ର ଓ ତାଙ୍କ ଘରେ ରହୁଥିବା ୩ ଝିଅଙ୍କଠାରୁ ପୋଲିସ ବୟାନ ସଂଗ୍ରହ କରିଛି। ଥାନାରେ ଏ ନେଇ ୩/୨୦ ଓ ୪/୨୦ ନଂ.ରେ ଦୁଇଟି ମାମଲା ରୁଜୁ ହୋଇଛି। ପୋଲିସ ଧୀରେନ୍ଦ୍ରଙ୍କୁ ଗିରଫ କରିଥିବା ବେଳେ ୩ ଝିଅଙ୍କୁ ସ୍ବଧାର ଗୃହକୁ ପଠାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜିଲା, ରାଉରକେଲାରେ ଶଟଡାଉନ କୋହଳ

ଭୁବନେଶ୍ୱର,୧୨।୮(ବ୍ୟୁରୋ)-ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲା ଓ ରାଉରକେଲା ସହରରେ ଶଟଡାଉନ ମାତ୍ର କିଛି ଘଣ୍ଟା ପାଇଁ କୋହଳ ହେବ। ଅଗଷ୍ଟ ୧୫ ତାରିଖ ଦିନ...

ପରିବା ଢାଳି ରାସ୍ତା ଅବରୋଧ

ଝାରସୁଗୁଡ଼ା ଅଫିସ,୭ା୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ୩ ସପ୍ତାହ ପାଇଁ ଜିଲାର ୭୭ ସାପ୍ତାହିକ ବଜାର ବନ୍ଦ ଘୋଷଣା କରିଛନ୍ତି। ଏହାକୁ...

ଓଡ଼ିଶାରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର,୨୪।୫: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାରେ ୮ ଲକ୍ଷ ୧୭ ହଜାର ୫୧୩ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ମିଳିବ।...

ସେସୁ ସିଇଓ ଭାବେ ଦାୟିତ୍ୱ ନେଲେ ବୋଥ୍ରା

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସ୍ତରରେ...

ଘର ଭାଙ୍ଗିଲେ ହାତୀ

ଠାକୁରମୁଣ୍ଡା ,୧୪ା୯(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡରେ ଦୀର୍ଘ ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ ବିଭିନ୍ନ ଗ୍ରାମରେ ପଶି ଘର...

୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌

ସମ୍ବଲପୁର,୨୩।୧୧(ବ୍ୟୁରୋ): ବୁର୍ଲା ଭୀମସାର ମେଡିକାଲର ଏମବିବିଏସ୍‌ ପ୍ରଥମ ବର୍ଷର ୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୨ ଜଣ...

ମାଷ୍ଟରକ୍ୟାଣ୍ଟିନ ଛକରୁ ‘ଐତିହ୍ୟ ଘୋଡ଼ା’ ହଟାଇବା ପ୍ରସଙ୍ଗ: ସୌନ୍ଦର୍ଯ୍ୟକରଣ ନାଁରେ ଐତିହ୍ୟକୁ ଅବହେଳା କରା ନ ଯାଉ

ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦଣ୍ଡାୟମାନ ରହିଛି ‘ଐତିହ୍ୟ ଘୋଡ଼ା ଓ ଯୋଦ୍ଧା’ ସ୍ଥାପତ୍ୟ। ଏହା ଓଡ଼ିଶା ଶାସନର ସ୍ମାରକୀ ବହନ କରୁଛି। ବିଶିଷ୍ଟ ପ୍ରସ୍ତର...

ଭିଜିଲାନ୍ସ ସଚେତନତା ସପ୍ତାହ: ଦୁର୍ନୀତିମୁକ୍ତ ସମାଜ ଗଠନ ଲାଗି ଶପଥପାଠ

ଛତ୍ରପୁର,୨୮।୧୦(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ପକ୍ଷରୁ ସୋମବାର ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ହୋଇଛି। ଏହି ଅବସରରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା।...

Advertisement
Archives

Model This Week