ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୮ା୧-ଜଣେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଓ ଏହାର ପ୍ରତିବାଦ କରିବାରୁ ପୀଡିତାଙ୍କ ମା’ଙ୍କୁ ଧମକଚମକ ଅଭିଯୋଗରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଟାଉନ ଥାନା ଅନ୍ତର୍ଗତ ଲୋଚାପଡା ଲକ୍ଷ୍ମୀନଗରର ଚିଣ୍ଟୁ ସେଠୀ (୨୨)। ପୋଲିସ ମାମଲା ନଂ. ୧୩/୨୦ରେ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି।
ପ୍ରକାଶଯେ, ଜଣେ ଛାତ୍ରୀ ସ୍କୁଲକୁ ଯିବା ବେଳେ ଚିଣ୍ଟୁ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଆସୁଥିଲେ। ରବିବାର ସ୍କୁଲରେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀ ଜଣକ ଘରକୁ ଫେରୁଥିବା ବେଳେ ଚିଣ୍ଟୁ ତାଙ୍କୁ ରାସ୍ତାରେ ଅଟକାଇ ଅସଦାଚରଣ କରିଥିଲେ। ଏନେଇ ତାଙ୍କ ମା’ଙ୍କୁ ଜଣାଇଥିଲେ। ପରେ ପୀଡ଼ିତାଙ୍କ ମା’ ଉକ୍ତ ଯୁବକଙ୍କୁ ତାଗିଦ୍‌ କରିଥିଲେ। ହେଲେ ଯୁବକ ଜଣଙ୍କ ମହିଳାଙ୍କୁ ଠେଲାପେଲା କରିବା ସହ ଧମକଚମକ ଦେଇଥିଲେ। ପରେ ପୀଡ଼ିତାଙ୍କ ମା’ ଏନେଇ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୀଶୁଙ୍କ ରାଜତ୍ୱ ଉତ୍ସବ: କ୍ୟାଣ୍ଡଲ ଶୋଭାଯାତ୍ରା

ସୋରଡ଼ା,୨୦।୧୧(ଡି.ଏନ୍‌.ଏ.): ଯୀଶୁଖ୍ରୀଷ୍ଟଙ୍କ ଚାଲିଥିବା ରାଜତ୍ୱ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଚଳିତ ମାସ ୧୧ତାରିଖରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁ ଉପାସନା...

ଘରେ ଘରେ ଅହିଂସା ବାର୍ତ୍ତା ପହଞ୍ଚାଉଛି ରଥ

ପୁରୁଷୋତ୍ତମପୁର,୨୬।୯(ଡି.ଏନ୍‌.ଏ.): ଭାରତକୁ ସ୍ବାଧୀନତା ଆଣିବାରେ ସଂଗ୍ରାମୀଙ୍କ ସଂଗ୍ରାମ, ବୀରତ୍ୱ, ବଳିଦାନ ଏବଂ ଅହିଂସାର ମୂଳମନ୍ତ୍ରକୁ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବାହାରିଥିବା ଅହିଂସା ରଥ ସୋମବାର...

ଚାଲିଚାଲି ଚେନ୍ନାଇରୁ ଫେରିଲେ ୧୦ ଶ୍ରମିକ

ଶେରଗଡ,୨୯ା୪(ଡି.ଏନ୍‌.ଏ.)- ଚେନ୍ନାଇରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମ ଜିଲା ଶେରଗଡ ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ୧୦ ଜଣ ଲକ୍‌ଡାଉନ ପରେ...

ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ଜଣଙ୍କର ମୃତ୍ୟୁ

ବ୍ରହ୍ମପୁର ଅଫିସ, ୨୫।୭: ଗଞ୍ଜାମ ଜିଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ସୋମବାର ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଶୁକ୍ରବାର...

ଦୋକାନରୁ ଔଷଧ କିଣାରୁ ମିଳୁଛି ତଥ୍ୟ: ୮୧ ଜଣଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା, ଫ୍ଲୁ ଥିବା ସ୍ପଷ୍ଟ

ଛତ୍ରପୁର, ୨୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସବୁ ଘରୋଇ ଔଷଧ ଦୋକାନୀ ସେମାନଙ୍କ ଦୋକାନରୁ ଔଷଧ କିଣୁଥିବା ଲୋକଙ୍କ ତଥ୍ୟ ଦୈନିକ ଡ୍ରଗ ଇନ୍ସପେକ୍ଟରଙ୍କୁ ଦେବା ବାଧ୍ୟତାମୂଳକ...

ଧାନ ମିଲ୍‌ର ଧୂଳି, କୁଣ୍ଡା କରୁଛି ଗାଁକୁ ପ୍ରଦୂଷଣ

ପାତ୍ରପୁର,୨।୬(ଡି.ଏନ୍‌.ଏ.): ସୂର୍ଯ୍ୟ ଉଦୟ ହେଲେ ଗ୍ରମାବାସୀଙ୍କ ଚିନ୍ତା ବଢୁଛି, ଭୋରରୁ ରାତି ୯ଟା ଯାଏ ଘରର ଦାଣ୍ଡ ଦୂଆର ଓ ବାଡ଼ି କବାଟ ଦେଇ ରହିବାକୁ...

ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୪।୪(ଡି.ଏନ୍‌.ଏ.)- ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ଥିବା ଏକ ରାଶନ ଦୋକାନରେ ସୋମବାର ରାତିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଦୋକାନରେ...

ମା’, ବାପାଙ୍କ ସମେତ ଏକମାତ୍ର ପୁଅର ଜୀବନ ନେଲା କରୋନା: କେବଳ ସୁସ୍ଥ ହୋଇ ଘରକୁ ଫେରିଲେ ବୋହୂ

ଦିଗପହଣ୍ଡି,୨୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡରେ ଇଲୋକ୍ଟ୍ରୋନିକ୍ସ ଦୋକାନ କରିଥିବା ଇ. ଜିତେନ୍ଦ୍ର ପାତ୍ର(୪୧)ଙ୍କ କରୋନାରେ ମୃତ୍ୟୁ ଘଟିଛି। ସୋମବାର ଶୀତଳାପଲ୍ଲୀସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ...

Advertisement
Archives

Model This Week