ଛତିଶା ନିଯୋଗ ବୈଠକ ଆରମ୍ଭ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବୁଧବାର ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଥିବା ଏହି ବୈଠକରେ ମକର ସଂକ୍ରାନ୍ତି, ସୂର୍ଯ୍ୟୋପରାଗ ଏବଂ ନୂଆବର୍ଷର ନୀତିକାନ୍ତି ସଂକ୍ରାନ୍ତରେ ଆଲୋଚନା ହେବ।  ମୁଖ୍ୟ ପ୍ରଶାସକ କ୍ରିଶନ କୁମାର, ଜିଲାପାଳ ବନଓ୍ବନ୍ତ ସିଂ, ଏସପି ଉମାଶଙ୍କର ଦାସ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଛତିଶା ନିଯୋଗ ନାୟକ, ଜନାର୍ଦ୍ଧନ ପାଟ୍ଟଜୋଶୀ ମହାପାତ୍ର ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି।

ଶ୍ରୀମନ୍ଦିରରେ ଗତ ସୋମବାରଠାରୁ ପହିଲି ଭୋଗ ଆରମ୍ଭ ହୋଇଯାଇଛି। କିନ୍ତୁ ଏହା ମାସେ ପର୍ଯ୍ୟନ୍ତ ଚାଲିବ। ନୀତି ସବ୍‌କମିଟିରେ ପହିଲି ଭୋଗ ନୀତି ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଛତିଶା ନିଯୋଗ ବୈଠକରେ ଏହା ଉପରେ ଆଲୋଚନା କରାଯିବ। ଏହିସବୁ ସ୍ବତନ୍ତ୍ର ଦିନଗୁଡ଼ିକରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କିଭଳି ରହିବ, ଠିକ୍‌ ସମୟରେ ଠାକୁରଙ୍କ ନୀତିକାନ୍ତି ବିଷୟରେ ତର୍ଜମା କରାଯିବ। ସେହିପରି ଆସନ୍ତା ୨୬ ତାରିଖରେ ସୂର୍ଯ୍ୟୋପରାଗ। ନୀତି ସବ୍‌ କମିଟିରେ ସୂର୍ଯ୍ୟୋପରାଗ ପାଇଁ ସ୍ବତନ୍ତ୍ର ନୀତି ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲେ ମଧ୍ୟ ଛତିଶା ନିଯୋଗ ଏବଂ ପରିଚାଳନା କମିଟିରେ ଏଥିରେ ମୋହର ଲଗାଯିବ। ସେହିପରି ନୂଆବର୍ଷରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀମନ୍ଦିରକୁ ଆସିବାକୁ ଥିବାରୁ ଠାକୁରଙ୍କ ନୀତିକାନ୍ତି ଏବଂ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳା ନେଇ ତର୍ଜମା କରାଯିବ। ଏହିସବୁ ଦୃଷ୍ଟିକୋଣରୁ ଛତିଶା ନିଯୋଗ ବୈଠକ ବେଶ୍‌ ଗୁରୁତ୍ୱ ବହନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ ତଳେ ବିତୁଛି ଜୀବନ

ବାରିପଦା ଅଫିସ,୨୯ା୧୨- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ସାରସକଣା ପଞ୍ଚାୟତ ଅଧୀନ ନୂଆଗାଁ ଗ୍ରାମର ବୀଣାପାଣି ଦାସ(୭୮) ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଖରା, ବର୍ଷା...

ବିଜ୍ଞାନ ମେଳା ପାଇଁ ବେଆଇନ ଅର୍ଥ ସଂଗ୍ରହ

ବଲାଙ୍ଗୀର ଅଫିସ, ୧୪ା୧୧ – ଶିକ୍ଷା ବିଭାଗର କୌଣସି ସର୍କୁଲାର ନଥିବା ସତ୍ତ୍ୱେ ସରକାରୀ ସ୍କୁଲଗୁଡିକରେ ବିଜ୍ଞାନ ମେଳା ଆୟୋଜନ କରାଯିବା ନେଇ ବଲାଙ୍ଗୀର ଜିଲା...

ଭୁବନେଶ୍ୱରରୁ ଆଜି ୫୯ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୫୪

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୫୪...

ଆସନ୍ତା ୨୩ରେ ନିର୍ବାଚନ ଫଳାଫଳ: ଏହା ପୂର୍ବରୁ ଭଙ୍ଗ ହେବ ରାଜ୍ୟ ବିଧାନସଭା, ଆଜି ବସିବ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ୨୦୧୯ ନିର୍ବାଚନ ଫଳାଫଳ ଆସିବାକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ ଶନିବାର ଔପଚାରିକ ଭାବେ ରାଜ୍ୟ ବିଧାନସଭା ଭଙ୍ଗ ହେବ। ଏଥିସହ ରାଜ୍ୟ...

ବାଦାମବାଡ଼ି-ଲିଙ୍କ୍‌ରୋଡ୍‌କୁ ଘୁଞ୍ଚିବ ଛତ୍ରବଜାର

କଟକ ଅଫିସ,୨୭ା୩: ପ୍ରଶାସନର ନାନା କଟକଣା ସତ୍ତ୍ବେ ଛତ୍ରବଜାରରେ ଲୋକଙ୍କ ଭିଡ଼ କମୁନାହିଁ। ବୁଧବାର ଗ୍ରାହକ ଓ ଦୋକାନୀଙ୍କ ପାଇଁ ଚିହ୍ନ ଦିଆଯାଇଥିଲା। ହେଲେ ଗୁରୁବାର...

ଦୁଇ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ: ଜାଣନ୍ତୁ କେଉଁଠି କିଏ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ ଦୁଇ ବିଶ୍ୱବିଦ୍ୟାଳୟର କୁଳପତି ସୋମବାର ନିଯୁକ୍ତ ହୋଇଛନ୍ତି। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଛି ।...

ପୁରୀ ଭୋଟ ଗଣତିରେ ବିଳମ୍ବ

ପୁରୀ ଅଫିସ.୨୩।୫: ପ୍ରଶାସନିକ ଅବହେଳା ପାଇଁ ପୁରୀରେ ଭୋଟ ଗଣତି ବିଳମ୍ବ ହୋଇଛି। ବାତ୍ୟାରେ ଇଭିଏମ ଏବଂ ଭିଭିପାଟର ସୁରକ୍ଷା ପାଇଁ ଷ୍ଟ୍ରଙ୍ଗ ରୁମରେ ଏକ...

ପୁଣି ବାହାରୁ ରୋଗୀ କିଣିଲେ ମେଡିସିନ: ସମ୍ପର୍କୀୟ ତାତିଲା ପରେ ଚେତିଲେ କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୧ା୧୧- ୫-ଟି ସଚିବଙ୍କ ତାଗିଦ ପରେ ବି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କୁ ବାହାରୁ ଔଷଧ କିଣିବାକୁ...

Advertisement
Archives

Model This Week