Posted inବରଗଡ଼

ଛତିଶଗଡ଼ରେ କରୋନା ରୋଗୀ ଓଡ଼ିଶାରେ ଶଟ୍‌ଡାଉନ୍‌

ସୋହେଲା, ୭।୬(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କରଣ୍ଡୋଲା ପଞ୍ଚାୟତର ଦୁଆନପାଲି ଓ ଅଏଁଲାପାଲି ଗ୍ରାମକୁ ସରପଞ୍ଚ ଶନିବାର ଓ ରବିବାର ଦୁଇଦିନ ଧରି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ, କରଣ୍ଡୋଲା ପଞ୍ଚାୟତ ଅନ୍ତର୍ଗତ ସୀମାନ୍ତ ଦାମପାଲି ଗ୍ରାମ ନିକଟରେ ଛତିଶଗଡ଼ ରାଜ୍ୟ ରାୟଗଡ ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଡୁମେରପାଲି ଗ୍ରାମ ରହିଛି । ଡୁମେରପାଲି ଗ୍ରାମଠାରୁ ଓଡ଼ିଶାର ଦାମପାଲି ଗ୍ରାମ ମାତ୍ର ଶହେ ମିଟର ଦୂରତା । ଉଭୟ ଗ୍ରାମବାସୀ ଗୋଟିଏ ପୋଖରୀରେ ଗାଧୋଇଥାନ୍ତି। ଗତ ବୁଧବାର ଛତିଶଗଡ଼ ରାଜ୍ୟର ସୀମାନ୍ତ ଡୁମେରପାଲି ଗ୍ରାମରେ ଜଣେ ଯୁବକ ବାହାର ରାଜ୍ୟରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିଲେ। କ୍ୱାରାଣ୍ଟାଇନ ଅବଧି ପୂରି ଯିବା ପରେ ସେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ଜଣାପଡିବା ପରେ ଗତ ବୁଧବାର ଦିନ ଦୁଆନପାଲି ଗ୍ରାମର ୱାର୍ଡ ମେମ୍ବର ଚମ୍ପାଦଳ ଭୁଏ କରଣ୍ଡୋଲ ସରପଞ୍ଚ ଲୋହିତା ସାହୁଙ୍କୁ ଜଣାଇଥିଲେ । ସରପଞ୍ଚଙ୍କ ସ୍ବାମୀ ମହିପାଲ ସାହୁ ଦାମପାଲି ଗ୍ରାମବାସୀ ଓ କରଣ୍ଡୋଲା ଗ୍ରାମର ୱାର୍ଡମେମ୍ବରଙ୍କୁ ନେଇ ସରପଞ୍ଚଙ୍କ ଉପସ୍ଥିତିରେ ଦାମପାଲି ଗାଁରେ ଏକ ସଭା କରାଯାଇଥିଲା। ସେଥିରେ ପ୍ରସ୍ତାବ ହୋଇଥିଲା ଯେ, ଛତିଶଗଡ଼ ରାଜ୍ୟକୁ କେହି ଯିବେ ନାହିଁ କି ଛତିଶଗଡ଼ ରାଜ୍ୟର କାହାକୁ ଓଡ଼ିଶାକୁ ପ୍ରବେଶ କରି ଦିଆଯିବନାହିଁ। ଏପରି କି ଦାମପାଲି ଓ ଡୁମ୍ବେରପାଲି ଗ୍ରାମବାସୀ ବ୍ୟବହାର କରୁଥିବା ପୋଖରୀ ପାଣି କେହି ବ୍ୟବହାର କରିବେ ନାହିଁ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଶନିବାର ଓ ରବିବାର ସରପଞ୍ଚ ସାହୁ ଦୁଇ ଦିନଧରି ଅଏଁଲାପାଲି ଓ ଦୁଆନପାଲି ଗ୍ରାମକୁ
ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଜମା କରି ଯୋଜନାରୁ ବଞ୍ଚିତ

ବରଗଡ଼ ଅଫିସ୍‌,୭।୨ : ବରଗଡ଼ ଜିଲାରେ ଅଣଜଳସେଚିତ ଜମିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ଥିବା ଗଭୀର ନଳକୂପ ଖନନ ଯୋଜନା ବାଟବଣା ହୋଇଛି। ଚାଷୀମାନେ ଅଗ୍ରୀମ...

ପଦ୍ମପୁର ଉପନିର୍ବାଚନ: ଦରଦ ନା ରାଜନୈତିକ ଚାଲ୍‌

ବରଗଡ଼ ଅଫିସ୍‌,୧୫।୧୧:ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ମତଦାନ ହେବ। ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ଏହି...

ଛାତ୍ରୀଙ୍କୁ ମାଡ଼ ମାମଲା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ବରଗଡ଼ ଅଫିସ,୧।୩: ବରଗଡ଼ ସହରର ଖଜୁରଟିକ୍ରାସ୍ଥିତ ନଲିଆଖଣ୍ଡି ରାଧାମାଧବ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଗୁରୁତର ହେବା...

ସବୁ ପ୍ରାର୍ଥୀଙ୍କ ମୁହଁରେ ବିକାଶ

ବରଗଡ଼ ଅଫିସ୍‌,୨୭।୧୧: ପଦ୍ମପୁର ଉପନିର୍ବାଚନରେ ପ୍ରଚାର ଜୋରଦାର। କଂଗ୍ରେସ, ଭାଜପା ଓ ବିଜେଡି ହେଭିଓ୍ବେଟ୍‌ ନିର୍ବାଚନମଣ୍ଡଳୀ ଗସ୍ତ କରି ଭୋଟରଙ୍କୁ ଭେଟୁଛନ୍ତି। ସବୁ ନେତାଙ୍କ ମୁହଁରେ...

ଜମିପଟ୍ଟା ଦାବି, ଜିଲାପାଳ ଅଫିସରେ ଧାରଣା ଦେଲେ ଭୂମିହୀନ ମହିଳା

ବରଗଡ ଅଫିସ,୨।୧୨: ବରଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ୍‌ ନଂ-୧୯ ଅଧୀନ ବନ୍ଧପଡା, ତ୍ରିନାଥ ନଗର ନିବାସୀ ଭୂମିହୀନ ପରିବାରର ମହିଳାମାନେ ଜମିପଟ୍ଟା ଦାବି ନେଇ...

ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବରଗଡ଼ ଅଫିସ,୨୭ା୫: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ସପ୍ତାହ ବିତି ଯାଇଛି। ହେଲେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଧାନ ମଣ୍ଡିଗୁଡ଼ିକ...

ଶ୍ରମିକଙ୍କୁ ହତ୍ୟା; ମିଳୁନି ସ୍ତ୍ରୀ ପିଲାଛୁଆଙ୍କ ପତ୍ତା

ଅତାବିରା,୧୭।୩: ବରଗଡ଼ ଜିଲା ଅତାବିରା ଥନା ସିଂହପାଲି ଗ୍ରାମର ଏକ ବନ୍ଦ କୋଠରୀରେ ଜଣେ ଶ୍ରମିକଙ୍କ ମୃତଦେହ ପଡ଼ିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ଜଣାପଡ଼ି ନାହିଁ।...

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦିନକର ଦରମା ଦେଲେ ସମବାୟ ବ୍ୟାଙ୍କ କର୍ମଚାରୀ

ବରଗଡ଼ ଅଫିସ୍‌,୮।୪: କରୋନା ମୁକାବିଲା ଲାଗି ସହାୟତାର ହାତ ବଢ଼ାଇଛନ୍ତି ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କର କର୍ମଚାରୀବୃନ୍ଦ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିନକର...

Advertisement
Archives

Model This Week