ଚୌଦ୍ୱାର ପୌରପାଳିକାରେ ପଞ୍ଜୀକରଣ କଲେ ୩୭୪ ପ୍ରବାସୀ

ଚୌଦ୍ୱାର,୪ା୫(ଡି.ଏନ୍‌.ଏ.): ରାଜ୍ୟ ବାହାରେ ରହୁଥିବା ଚୌଦ୍ୱାର ଅଞ୍ଚଳର ୩୭୪ ଜଣ ପ୍ରବାସୀ ଓଡ଼ିଆ ଚୌଦ୍ୱାର ଫେରିବା ପାଇଁ ପୌରପାଳିକାରେ ନିଜନାମ ପଞ୍ଜିକୃତ କରିଛନ୍ତି। ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣର ଶେଷଦିନରେ ୧୧ଜଣ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିଛନ୍ତି। ପଞ୍ଜିକୃତ ମୋଟ୍‌ ୩୭୪ ଜଣ ବିଶେଷକରି ବାଙ୍ଗାଲୋର, ହାଇଦ୍ରାବାଦ, କୋଲକାତାରେ ରହୁଥିବାରୁ ଚୌଦ୍ୱାର ଫେରିବା ପରେ ସେମାନଙ୍କୁ ବିଭିନ୍ନ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରଖିବା ପାଇଁ ପୌରପାଳିକା ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି। ମହିଳାମାନଙ୍କ ପାଇଁ ଗାନ୍ଧୀଛକସ୍ଥିତ କଲ୍ୟାଣ ମଣ୍ଡପକୁ ପ୍ରସ୍ତୁତ କରାଯାଇଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ପୌର ଟାଉନ୍‌ ହଲରେ ବ୍ୟବସ୍ଥା କରାଯାଇଛି। ଅନ୍ୟମାନଙ୍କ ପାଇଁ ଚୌଦ୍ୱାର ମହାବିଦ୍ୟାଳୟର ମହିଳା ହଷ୍ଟେଲକୁ ପ୍ରସ୍ତୁତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାସନଗର ପୌର ପରିଷଦ : ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଦୁର୍ଗନ୍ଧରେ ଲୋକେ ହନ୍ତସନ୍ତ

ଯାଜପୁର ରୋଡ,୨୭ା୯(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏହି ଅଞ୍ଚଳର ସ୍ଥାନରେ ବସାଯାଇଥିବା ଡଷ୍ଟବିନ୍‌ଗୁଡିକ ଆବର୍ଜନାରେ ପୂରିରହିଛି।...

ସଚେତନ କରୁଛି ରାପିଡ୍‌ ରେସପନ୍ସ ଟିମ୍‌

ବରଗଡ଼ ଅଫିସ୍‌,୧୮।୪: କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଦେଶରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌...

୧ ଏପ୍ରିଲ୍‌ରୁ ୪୫ ବର୍ଷ ବୟସ୍କଙ୍କୁ କରୋନା ଟିକା

ନୂଆଦିଲ୍ଲୀ,୨୩।୩: ,ଏପ୍ରିଲ୍‌‌ ୧ରୁ ଦେଶର ୪୫ ବର୍ଷ ବୟସ୍କ ଅବା ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଏସ୍‌ସିବିର ୬ ସନ୍ଦିଗ୍ଧଙ୍କ ନମୁନା ନେଗେଟିଭ୍‌

କଟକ ଅଫିସ୍‌,୧୨ା୩: କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ବିଭିନ୍ନ ସମୟରେ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ୬ଜଣକ ନମୁନା ରିପୋର୍ଟ ଆସିଯାଇଛି। ସମସ୍ତଙ୍କ...

ବିଦ୍ୟୁତ୍‌ ବିଲ୍‌ ଦେଇଥିବା ଭିକ୍ଷୁକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ୍‌,୨୧।୧: ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରି ନ ଥିବା ଉପଭୋକ୍ତା ଉପରେ ସେସୁ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଦ୍ୟୁତ ବିଲ୍‌ ପଇଠ...

୪୮ ଦିନ ପରେ ବ୍ରହ୍ମପୁର ଫେରିଲେ ଶିବାଶିଷ: କହିଲେ ‘ମୁଁ ପୁନର୍ଜନ୍ମ ପାଇଛି’

ବ୍ରହ୍ମପୁର ଅଫିସ, ୧୪।୩- ସମ୍ପ୍ରତି ବିଶ୍ୱରେ ଭୟଙ୍କର କରୋନା ଭାଇରସ୍‌ ଆତଙ୍କ ଜାରି ରହିଥିବା ବେଳେ ଜାପାନ ଜଳଜାହାଜରେ ଫସି ରହିଥିବା ଶିବାଶିଷ ନାୟକ ଫେବୃୟାରୀ...

ସଫଳ ଶିକ୍ଷକ ଭିତରେ ଛାତ୍ରର ପ୍ରତ୍ୟାଶା ରହିଥାଏ

ବଲାଙ୍ଗୀର ଅଫିସ, ୬ା୯ – ବଲାଙ୍ଗୀର ରୋଟାରୀ କ୍ଳବ ଅଫ୍‌ ଇଲିଟ୍‌ ପକ୍ଷରୁ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ଗୁରୁଦିବସ ପାଳନ...

ମାଥିଲିରେ ପୋଲିସର ଫ୍ଲାଗ ମାର୍ଚ୍ଚ 

ମାଥିଲି, ୧।୧୦(ଡି.ଏନ.ଏ.) : ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ଶୁକ୍ରବାର ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଫ୍ଲାଗ...

Advertisement
Archives

Model This Week