Posted inଜାତୀୟ

ଚୋରା ସୁନା କାରବାର: ଚେର ଲମ୍ବିଛି ମ୍ୟାନ୍‌ମାର୍‌ରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୭: ମ୍ୟାନ୍‌ମାର୍‌-ଭାରତ ସୀମାରେ ବେଧଡ଼କ ଚୋରା ସୁନା କାରବାର ଜାରି ରହିଛି। ଏହି କାରବାରର ଚେର ସୀମାବର୍ତ୍ତୀ ଅଞ୍ଚଳରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଇମ୍ଫାଲରେ ଚୋରା ସୁନା ପହଞ୍ଚିବା ପରେ ଏହାକୁ ନାଗାଲାଣ୍ଡର ଦିମାପୁର ଏବଂ ଆସାମର ସିଲଚର ପଠାଯାଇଥାଏ। ପରେ ଏହାକୁ ପଶ୍ଚିମବଙ୍ଗର କୋଲକତା ଏବଂ ଦିଲ୍ଲୀ ପଠାଯାଇଥାଏ। ମ୍ୟାନ୍‌ମାରର ତାମୁ ଏବଂ ମଣିପୁରର ମୋରେଶ୍‌ରେ ଚୋରା ସୁନା କାରବାର ହୋଇଥାଏ। ମ୍ୟାନ୍‌ମାରରେ ସୁନା ଦର ଭାରତ ତୁଳନାରେ ୪-୫ ଶହ ଟଙ୍କା କମ୍‌। ଭାରତରେ ସୁନା ଉପରେ ୧୦ ପ୍ରତିଶତ କଷ୍ଟମ୍‌ ଡ୍ୟୁଟି ସହିତ ୩ ପ୍ରତିଶତ ଜିଏସ୍‌ଟି ଲାଗୁହୋଇଥାଏ। ୨୦୧୭-୧୮ରେ ଭାରତୀୟ କଷ୍ଟମ୍‌ ବିଭାଗ ପକ୍ଷରୁ ୩ହଜାର ୨ ଶହ ୨୩ କିଲୋଗ୍ରାମ୍‌ ସୁନା ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୯ଶହ ୭୪ କୋଟିଥିଲା। ୨୦୧୫-୧୬ରେ ୧,୧୧୯.୧ କୋଟି ଟଙ୍କା ମୂଲ୍ୟର ସୁନା ଜବତ ହୋଇଥିଲା। ସେହିପରି ୨୦୧୪-୧୫ରେ ଜବତ ହୋଇଥିବା ଚୋରା ସୁନାର ମୂଲ୍ୟ ୬୯୨.୩ କୋଟି ଟଙ୍କା ଥିଲା। ୨୦୧୩-୧୪ରେ ୯୯.୩ କୋଟି ଟଙ୍କା ମୂଲ୍ୟର ସୁନା ଜବତ ହୋଇଥିଲା। ଭାରତ-ମ୍ୟାନ୍‌ମାର ମଧ୍ୟରେ ଦୀର୍ଘ ୧,୬୪୩ କିଲୋମିଟର ସୀମା ରହିଛି। ଏହା ଭାରତର ମଣିପୁର, ମିଜେରାମ୍‌, ନାଗାଲାଣ୍ଡ ଏବଂ ଅରୁଣାଚଳପ୍ରଦେଶ ଆଦି ୪ଟି ରାଜ୍ୟ ଦେଇ ଯାଇଛି। ମଣିପୁରର ତାମୁ-ମୋରେଶ୍‌-ଇମ୍ଫାଲ୍‌ ଏବଂ ମିଜୋରାମ୍‌ର ଜୋଖାଟଓ୍ବର ରାସ୍ତା ଦେଇ ଭାରତ-ମ୍ୟାନମାର୍‌ ମଧ୍ୟରେ ଯୋଗାଯୋଗ ଜାରି ରହିଛି। ଚୋରା ସୁନା କାରବାର ବୃଦ୍ଧି ପାଉଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ କଥା ଭୁଲି ନାହାନ୍ତି ଉଦ୍ଧବ

ମୁମ୍ବାଇ,୯ ।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ତାଙ୍କ ପିତା ବାଲ ଠାକରେ ଦେଇଥିବା କଥାକୁ ସେ କେବେ ଭୁଲିନାହାନ୍ତି । ସେ କହିଛନ୍ତି...

ନିର୍ବାଚନରେ ହାରିବା ପରେ ଟ୍ୟୁବଓ୍ବେଲ ଭାଙ୍ଗୁଛନ୍ତି ଟିଏମ୍‌ସି କର୍ମୀ: ଭାଜପା

କୋଲକାତା,୩୦।୫: ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ପରାଜୟ ପରେ ବହୁ ନେତା ଟିଏମ୍‌ସି ଛାଡି ଭାଜପାରେ ଯୋଗ ଦେବା ପରେ ଏହା ଦଳ ପାଇଁ ଶକ୍ତ ଧକ୍କା...

ସ୍କୁଲ ଖୋଲୁ ଖୋଲୁ ଭୟ: ଗାଜିଆବାଦ ପରେ ଏବେ ନୋଏଡାର ଏକ ସ୍କୁଲରେ ୧୩ ବିଦ୍ୟାର୍ଥୀ, ୩ ଶିକ୍ଷକ କରୋନା ସଂକ୍ରମିତ

ନୋଏଡା,୧୨ ।୪: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୨ ବର୍ଷ ପରେ ସ୍କୁଲ ଖୋଲିଛି । ପିଲାମାନେ ବି ସ୍କୁଲ ଯିବାକୁ ଆଗ୍ରହ ପ୍ରକାଶ...

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧ ।୭: ଗ୍ୟାସ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଶାସ୍ତା ହୋଇଛି ଗ୍ୟାସ ସିଲିଣ୍ଡର ଦାମ । ଇଣ୍ଡିଆନ ଅଏଲ କର୍ପୋରେଶନ ବା...

ପ୍ରତିରକ୍ଷା ତଥ୍ୟ ଗାଏବ

ନୂଆଦିଲ୍ଲୀ,୭ା୮:ଚାଇନା ସୈନ୍ୟ ମେ’ ପ୍ରଥମ ଭାଗରେ ପୂର୍ବ ଲଦାଖର ଭାରତୀୟ ଅଞ୍ଚଳ ମଧ୍ୟରେ ଅନୁପ୍ରବେଶ କରିଥିଲେ। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ୍ବେବ୍‌ସାଇଟର ଖବର ବିଭାଗରେ ଥିବା...

ଅଳିଆ ଉଠାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛତାକୁ ଭଲ ପାଆନ୍ତି। ସେ ମଧ୍ୟ ଏଥିପାଇଁ ଲୋକଙ୍କୁ ଉତ୍ସାହିତ କରିଥା’ନ୍ତି। ରବିବାର ନୂଆଦିଲ୍ଲୀରେ ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ ଟ୍ରାଞ୍ଜିଟ...

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବର୍ଷରେ ବଢ଼ିଛି ୨୨ ଲକ୍ଷ…

ନୂଆଦିଲ୍ଲୀ,୨୫।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜର ବାର୍ଷିକ ଆୟ, ବ୍ୟାଙ୍କ...

୭୯୮ ଭାରତୀୟଙ୍କୁ ନେଇ ହିଣ୍ଡନ ଏୟାରବେସ୍‌ ପହଞ୍ଚିଲେ ୪ ବିମାନ…

ଗାଜିଆବାଦ୍‌,୩।୩ : ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଏୟାରଲିଫ୍ଟ କାର୍ଯ୍ୟ ଜାରି ରହିଛି। ଗୁରୁବାର ମୋଟ ୭୯୮ ଭାରତୀୟଙ୍କୁ ନେଇ ଭାରତୀୟ ବାୟୁସେନାର ୪ଟି...

Advertisement
Archives

Model This Week