ଚୋରା ପଥର ଚାଲାଣ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର : ୨ ଓ୍ବାଣ୍ଟେଡ ଅଭିଯୁକ୍ତଙ୍କୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ପଥର ଉତ୍ତୋଳନଠାରୁ ଆରମ୍ଭ କରି ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ସଂପୃକ୍ତ ୨ ମୋଷ୍ଟ ଓ୍ବାଣ୍ଟେଡ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ନାରାୟଣ ନଗର ଅଞ୍ଚଳର ପ୍ରଫୁଲ ନାୟକ ଓରଫ ଟୁନା ଓ କୁମାରବସ୍ତ ଅଞ୍ଚଳର ଅବନିକାନ୍ତ ସାମନ୍ତରାୟ। ଗୁରୁବାର ଏସ୍‌ଟିଏଫ୍‌ ଟିମ୍‌ ଖୋର୍ଦ୍ଧା ଅଞ୍ଚଳରେ ଚଢ଼ାଉ କରି ସେମାନଙ୍କୁ ଧରିଥିଲା। ଏହାପରେ ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ପଚରାଉଚରା ପରେ ସେମାନଙ୍କୁ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ସେମାନଙ୍କ ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବାକୁ ଏସ୍‌ଟିଏଫ୍‌ ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ଜିଲାରେ ବେଆଇନ ପଥର ଖଣି ଖନନ ଓ ପଥର ଚୋରା ଚାଲାଣ ଘଟଣାର ତଦନ୍ତ କରୁଛି ଏସ୍‌ଟିଏଫ୍‌। ଜଗନ୍ନାଥଙ୍କ ନାମରେ ଥିବା ପାହାଡ ଓ ଜମିରୁ ବେଆଇନ ପଥର ଉତ୍ତୋଳନ ନେଇ ଏସ୍‌ଟିଏଫ୍‌ ଗତ ଜୁଲାଇ ୧ରେ ଏକ ମାମଲା (ନଂ. ୭/୧୯) ରୁଜୁ କର ଘଟଣାର ତଦନ୍ତ କରୁଛି। ଏହି ମାମଲାରେ ଅବନିକାନ୍ତ ଓ ପ୍ରଫୁଲ୍ଲଙ୍କୁ ଧରିବା ପରେ ଏସ୍‌ଟିଏଫ୍‌ର ଗିରଫ ସଂଖ୍ୟା ୧୫ରେ ପହଞ୍ଚତ୍ଛି। ତେବେ ଆଉ ୧୫ଜଣ ଓ୍ବାଣ୍ଟେଡ୍‌ ତାଲିକାରେ ରହିଥିବା ଜଣାପଡିଛି।
ଅନ୍ୟପକ୍ଷରେ ଏହି ଦୁଇ ଅଭିଯୁକ୍ତ ଚୋରା ଅସ୍ତ୍ରଶସ୍ତ୍ର କାରବାର କରୁଥିଲେ। ପ୍ରଫୁଲ ବାହାର ରାଜ୍ୟରୁ ପିସ୍ତଲ ଆଣି ପୁରୀ, କଟକ, ଭଦ୍ରକ ଓ ଭୁବନେଶ୍ୱରକୁ ଏଜେଣ୍ଟ ଜରିଆରେ ପଠାଇ ବିକ୍ରି କରୁଥିଲେ। ଏନେଇ ପ୍ରଫୁଲଙ୍କ ନାମରେ ଖୋର୍ଦ୍ଧା ଥାନାରେ ମାମଲା ନଂ. ୪୨/୨୦୧୭ ଓ ୪୯୫/୨୦୧୮ ଆଦି ୫ ମାମଲା ରହିଛି। ଏଥିସହ ସେମାନେ ବହୁ ଅପରାଧରେ ସମ୍ପୃକ୍ତ ଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri