Posted inଖେଳ

ଚିନ୍ନାସ୍ବାମୀରେ ବର୍ଷାର ଖେଳ

ବେଙ୍ଗାଲୁରୁ, ୧ା୫ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ ବର୍ଷାଯୋଗୁ ଅଧାରୁ ବାତିଲ ହୋଇଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଓ ରାଜସ୍ଥାନ ରୟାଲ୍ସ ପଏଣ୍ଟ ଭାଗ କରିଛନ୍ତି। ଦୀର୍ଘ ସମୟଧରି ବର୍ଷା ଲାଗି ରହିବାରୁ ମ୍ୟାଚକୁ ୫ ଓଭର ବିଶିଷ୍ଟ କରାଯାଇଥିଲା। ଆରସିବି ୫ ଓଭରରେ ୭ ଉଇକେଟ ହରାଇ ୬୨ ରନ କରିଥିଲା। ରାଜସ୍ଥାନ ୩.୨ ଓଭରରେ ୧ ଉଇକେଟ ହରାଇ ୪୧ ରନ କରିଥିବାବେଳେ ପୁଣି ବର୍ଷା ହେବାରୁ ମ୍ୟାଚକୁ ବାତିଲ କରାଯାଇଥିଲା। ପଏଣ୍ଟ ଭାଗ ହେବାରୁ ଆରସିବିର ପ୍ଲେ-ଅଫ୍‌ ଆଶା ଶେଷ ହୋଇ ଯାଇଛି।

ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୬୩ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ରାଜସ୍ଥାନ ପକ୍ଷରୁ ଇନିଂସ ଓପନ କରିଥିଲେ ଲିଆମ ଲିଭିଙ୍ଗଷ୍ଟୋନ୍‌ ଓ ସଞ୍ଜୁ ସାମସନ। ଉମେଶ ଯାଦବଙ୍କ ପ୍ରଥମ ଓଭରରୁ ଗୋଟିଏ ଲେଖାଏ ଛକା ଓ ଚୌକା ସହାୟତାରେ ସାମସନ ସଂଗ୍ରହ କରିଥିଲେ ୧୦ ରନ। ଦ୍ୱିତୀୟ ଓଭର ବୋଲିଂ କରିଥିଲେ ନଭଦୀପ ସଇନି। ଏହି ଓଭରରୁ ସଂଗୃହୀତ ହୋଇଥିଲା ୧୨ ରନ। ତୃତୀୟ ଓଭର ନେଇ ଆସିଥିଲେ କୁଲଓ୍ବନ୍ତ ଖେଜ୍ରୋଲିଆ। ତାଙ୍କ ପ୍ରଥମ ବଲ୍‌କୁ ଛକାରେ ପରିଣତ କରି ଚାପ ପ୍ରୟୋଗ କରିଥିଲେ ସାମସନ। ପରେ ୧ ଓ ୧ ଚୌକା ସହ ୧୮ ରନ ସଂଗ୍ରହ କରିଥିଲେ ସାମସନ ଓ ଲିଭିଙ୍ଗଷ୍ଟୋନ। ୪ର୍ଥ ଓଭର ବୋଲିଂ କରିଥିଲେ ୟୁଜବେନ୍ଦ୍ର ଚହଲ। ଏହି ଓଭରର ପ୍ରଥମ ବଲ୍‌ରେ ବାଇରୁ ୧ ରନ ହୋଇଥିବାବେଳେ ଦ୍ୱିତୀୟ ବଲ୍‌ରେ ସାମସନଙ୍କୁ ଆଉଟ କରିଥିଲେ ୟୁଜବେନ୍ଦ୍ର। ଏହାପରେ ପୁଣି ବର୍ଷାର ଖେଳ ଆରମ୍ଭ ହୋଇ ଯାଇଥିଲା। ସାମସନ ୧୩ ବଲ୍‌ରୁ ୨ ଚୌକା ଓ ୩ ଛକା ସହାୟତାରେ ୨୮ ରନ କରି ଆଉଟ ହୋଇଥିବାବେଳେ ଲିଭିଙ୍ଗଷ୍ଟୋନ ୭ ବଲ୍‌ରୁ ୧୧( ୧ ଚୌକା, ୧ ଛକା) ରନ କରି ଅପରାଜିତ ରହିଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଇନିଂସ ଓପନ କରିଥିଲେ ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲର୍ସ। ବରୁଣ ଆରୋନଙ୍କ ପ୍ରଥମ ୨ ବଲ୍‌କୁ ଛକାରେ ପରିଣତ କରି କୋହଲି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ୩ୟ ବଲ୍‌ରେ ୧ ରନ ହୋଇଥିବାବେଳେ ୪ର୍ଥ ବଲ୍‌କୁ ଚୌକାରେ ପରିଣତ କରିଥିଲେ ଡିଭିଲର୍ସ। ୪ର୍ଥ ବଲ୍‌ରୁ ୨ ଓ ୫ମ ବଲ୍‌ରୁ ଚୌକା ହେବାରୁ ପ୍ରଥମ ଓଭରରୁ ଆରସିବି ୨୩ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ ଓଭର ବୋଲିଂ କରିବାକୁ ଆସିଥିଲେ ଇନ୍‌ଫର୍ମ ବୋଲର ଶ୍ରେୟାସ ଗୋପାଳ। ତାଙ୍କ ପ୍ରଥମ ବଲ୍‌କୁ ମଧ୍ୟ ଛକାରେ ପରିଣତ କରିଥିଲେ କୋହଲି। ଦ୍ୱିତୀୟ ବଲ୍‌କୁ ଚୌକା ମାରିଥିବାବେଳେ ୩ୟ ବଲ୍‌ରୁ ୨ ରନ ସଂଗ୍ରହ କରିଥିଲେ। ୪ର୍ଥ ବଲ୍‌କୁ ଛକା ମାରିବା ଚକ୍କରରେ ସେ ଲଙ୍ଗଅନ୍‌ରେ ଲିଭିଙ୍ଗଷ୍ଟୋନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ୭ ବଲ୍‌ ଖେଳିଥିବା କୋହଲି ୧ଚୌକା ଓ ୩ ଛକା ସହାୟତାରେ ୨୫ ରନ କରିଥିଲେ। ମାତ୍ର ପରବର୍ତ୍ତୀ ବଲ୍‌କୁ ବଡ଼ ଶଟ୍‌ ଲଗାଇବା ଚକ୍କରରେ ଡିଭିଲର୍ସ ଆଉଟ ହେବା ରୟାଲ ଚ୍ୟାଲେଞ୍ଜର୍ସକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ୪ ବଲ୍‌ ଖେଳିଥିବା ଡିଭିଲର୍ସ ୨ ଚୌକା ସହ ୧୦ ରନ କରିଥିଲେ। ଓଭରର ପରବର୍ତ୍ତୀ ବଲ୍‌ରେ ମାର୍କୁସ ଷ୍ଟୋଇନ୍ସ(୦)ଙ୍କୁ ଆଉଟ କରି ହ୍ୟାଟ୍ରିକ  ପୁରଣ କରିଥିଲେ ଗୋପାଳ। ଚଳିତ ଆଇପିଏଲରେ ଏହାଥିଲା ଦ୍ୱିତୀୟ ଏବଂ ଓଭରଅଲ୍‌ ୧୯ତମ ହ୍ୟାଟ୍ରିକ।୨ ଓଭର ଶେଷସୁଦ୍ଧା ବାଙ୍ଗାଲୋର ସ୍କୋର ୩୫/୩ ହୋଇ ଯାଇଥିଲା। ୩ୟ ଓଭରରେ ଆରସିବି ଗୁରକୀରଟ ସିଂଙ୍କ ଉଇକେଟ ହରାଇ ୧୦ ରନ ସଂଗ୍ରହ କରିଥିଲା। ସେହିପରି ୪ର୍ଥ ଓଭରରେ ଦଳ ପାର୍ଥିବ ପଟେଲଙ୍କ ଉଇକେଟ ହରାଇ ସଂଗ୍ରହ କରିଥିଲା ୯ ରନ। ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଓଶାନେ ଥୋମାସ। ଏହି ଓଭରରେ ହେନରିଚ୍‌ କ୍ଲାସେନ ଓ ପଓ୍ବନ ନେଗିଙ୍କ ଉଇକେଟ ହରାଇ ଆରସିବି ୮ ରନ କରି ପାରିଥିଲା। ଫଳରେ ଦଳ ୫ ଓଭରରେ ୭ ଉଇକେଟ ହରାଇ ୬୨ ରନ କରିଥିଲା। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ଗୋପାଳ ୩ଟି, ଥୋମାସ ୨ଟି ଏବଂ ରିୟାନ ପରାଗ ଓ ଜୟଦେବ ଉନାଡ଼କଟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ସଂକ୍ଷିପ୍ତ ସ୍କୋର

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ ଓଭରରେ ୬୨/୭(କୋହଲି-୨୫, ଡିଭିଲର୍ସ-୧୦, ଗୋପାଳ-୩/୧୨, ଥୋମାସ-୨/୬, ପରାଗ-୧/୧୦, ଉନାଡ଼କଟ-୧/୯)।

ରାଜସ୍ଥାନ ରୟାଲ୍ସ ୩.୨ ଓଭରରେ ୪୧/୧(ସାମସନ-୨୮, ଲିଭିଙ୍ଗଷ୍ଟୋନ-୧୧*, ଚହଲ-୧/୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri