ଚିନ୍ତା ବଢ଼ାଉଛି ଔଷଧ ପାର୍ଶ୍ୱ ପ୍ରତିକ୍ରିୟା

କଟକ ଅଫିସ,୪ା୧୨:କେତେକ ଔଷଧ ଜୀବନ ନେଉଛି। ଆଉ କେତେକ ଔଷଧ ଖାଇବା ପରେ ରୋଗୀ ଗୁରୁତର ହୋଇପଡ଼ୁଛନ୍ତି। ବିଶେଷକରି କାହାର ହୃଦ୍‌ଘାତ ହେଉଛି ତ କାହାର ଶରୀର ଫୁଲିଯାଉଛି। ସେହିପରି କାହା ଶରୀରରେ ସୋଡିୟମ, ପୋଟାସିୟମ ଭାଗ କମ୍‌ ହୋଇ ଗୁରୁତର ସ୍ବାସ୍ଥ୍ୟହାନି ହେଉଛି। ସମଗ୍ର ଦେଶରେ ଏହି ସମସ୍ୟା ଏବେ ଉଭୟ ସରକାର ଓ ରୋଗୀଙ୍କ ଚିନ୍ତା ବଢାଇଛି। ଫାର୍ମାକୋ ଭିଜିଲାନ୍ସ ପ୍ରୋଗ୍ରାମ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ହେଉଥିବା ଏଡିଆର୍‌ (ଆଡଭର୍ସ ଡ୍ରଗ୍‌ ରିଆକ୍‌ସନ) ମନିଟରିଂରୁ ଏହି ତଥ୍ୟ ଜଣାପଡ଼ିିଛି। ଦେଶର ବିଭିନ୍ନ ମେଡିକାଲ କଲେଜରେ ପାଖାପାଖି ୩୫୦ ମନିଟରିଂ କେନ୍ଦ୍ର କାମ କରୁଛି। ଏସ୍‌ସିବି ମେଡିକାଲ କଲେଜର ଫାର୍ମାକୋଲୋଜି ବିଭାଗରେ ଥିବା ଏହି କେନ୍ଦ୍ରରୁ ମିଳିଥିବା ତଥ୍ୟକୁ ଦେଖିଲେ ଔଷଧ ବି କେତେ ଭୟଙ୍କର ତାହା ସ୍ପଷ୍ଟ ହେଉଛି।
୨୦୧୫ରେ ବାତ ରୋଗ ପାଇଁ ଉଦ୍ଦିଷ୍ଟ କାର୍ବାମାଜେପାଇନ ନାମକ ଏକ ଔଷଧ ଦେଶର ବିଭିନ୍ନ ଅଞ୍ଚଳରେ ୧୨୨ଜଣ ରୋଗୀଙ୍କ ଜୀବନ ନେଇଥିଲା। ଉକ୍ତ ଘଟଣା ପରେ ୨୦୧୬ରେ ୧୪ ପ୍ରକାର ଔଷଧର ଲେବଲ୍‌ ପରିବର୍ତ୍ତନ କରିବା ପାଇଁ ଇଣ୍ଡିଆନ ଫାର୍ମାକୋପିଆ କମିଶନ ସୁପାରିସ କରିଥିଲେ। ଅର୍ଥାତ୍‌ ଏହିସବୁ ମେଡିସିନର ଲେବଲ୍‌ ଉପରେ ସ୍ପଷ୍ଟ ଉଲ୍ଲେଖ ରହିବ ଯେ, ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ଏହାକୁ ପୁନର୍ବାର ରୋଗୀଙ୍କୁ ଦିଆଯିବ ନାହିଁ। ଓଡ଼ିଶାରେ ୨୦୧୧ରୁ ଫାର୍ମାକୋ ଭିଜିଲାନ୍ସ ପ୍ରୋଗ୍ରାମ କାମ କରୁଛି। ଏସ୍‌ସିବି, ବ୍ରହ୍ମପୁର, ବୁର୍ଲା ମେଡିକାଲ କଲେଜ ସହିତ ଭୁବନେଶ୍ୱରର ଏମ୍‌ସ ଏବଂ ଅନ୍ୟ ଦୁଇଟି ଘରୋଇ ମେଡିକାଲ କଲେଜରେ ଏହା କାର୍ଯ୍ୟ କରୁଛି। ୨୦୧୧ରେ ରାଜ୍ୟରୁ ୧୬୭ଟି ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କିତ ରିପୋର୍ଟ ମିଳିଥିବାବେଳେ ୨୦୧୨ରେ ୩୭୩, ୨୦୧୩ରେ ୫୮୦, ୨୦୧୪ରେ ୧୦୦୬, ୨୦୧୫ରେ ୧୧୫୯, ୨୦୧୬ରେ ୧୪୧୭ ଓ ୨୦୧୭ରେ ୫୮୬ ରିପୋର୍ଟ ସେଣ୍ଟ୍ରାଲ ଡାଟାବେସକୁ ପଠାଯାଇଛି। କେବଳ ଏସ୍‌ସିବି ମେଡିକାଲକୁ ଦେଖିଲେ ପ୍ରତିବର୍ଷ ୫୦୦ରୁ ଅଧିକ ରିପୋର୍ଟ ଡାଟାବେସକୁ ପଠାଯାଉଥିବା ସୂଚନା ମିଳିଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କିତ ଘଟଣାର ତଦାରଖ କରିବା ପାଇଁ ଏଭଳି ଏକ ବ୍ୟବସ୍ଥା କାମ କରୁଛି ବୋଲି ରୋଗୀ ତ ଦୂରର କଥା, ମେଡିକାଲ କର୍ମଚାରୀ ମଧ୍ୟ ଜାଣିନାହାନ୍ତି। ଏମିତି କି ରାଜ୍ୟରେ ଅନେକ ଘରୋଇ ମେଡିକାଲ କଲେଜ ଥିଲେ ମଧ୍ୟ ସମସ୍ତ ମେଡିକାଲ କଲେଜ ଏହି ବ୍ୟବସ୍ଥାକୁ ଆପଣାଇ ନାହାନ୍ତି, ଯଦ୍ଦ୍ବାରା ଉକ୍ତ ମେଡିକାଲ କଲେଜରେ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କିତ ଠିକ ରିପୋର୍ଟ ମିଳିପାରୁ ନ ଥିବା କୁହାଯାଉଛି। ଏସ୍‌ସିବି ଫାର୍ମାକୋ ଭିଜିଲାନ୍ସ ସଂଯୋଜକ ପ୍ରଫେସର ଡା. ସବିତା ମହାପାତ୍ରଙ୍କ କହିବାନୁଯାୟୀ, ପ୍ରତ୍ୟେକ ଔଷଧରେ ବିଷ ରହିଛି। ତେଣୁ ରୋଗୀ କେଉଁ ଔଷଧ କେତେ ପରିମାଣର ଖାଇବେ ଓ କିଭଳି ଖାଇବେ ତାହା ଗୁରୁତ୍ୱପୂର୍ଣ୍ଣ। ଫାର୍ମାକୋ ଭିଜିଲାନ୍ସ ସମ୍ପର୍କରେ ରୋଗୀ ସଚେତନ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଫାର୍ମାକୋ ଭିଜିଲାନ୍ସ ମନିଟରିଂ କେନ୍ଦ୍ରର ସହାୟକ ସ୍ବୟଂ ସ୍ବରୂପ ସାହୁ କୁହନ୍ତି, କୌଣସି ମେଡିସିନକୁ ନେଇ ଯଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ, ତେବେ ଆମେ ତୁରନ୍ତ ରିପୋର୍ଟ କରିଥାଉ। ଆମେ ଦେଇଥିବା ରିପୋର୍ଟ ଭଳି ଯଦି ସମାନ ଧରଣର ରିପୋର୍ଟ ଦେଶର ଅନ୍ୟ ଆଡୁ ଆସେ, ତେବେ ସମ୍ପୃକ୍ତ ଔଷଧକୁ ନିଷିଦ୍ଧ କରାଯାଇଥାଏ।
ସୂଚନାଥାଉ କି, ୨୦୦୦ ଜୁନରେ ଏସ୍‌ସିବି ମେଡିକାଲରେ ଅପମିଶ୍ରିତ ସାଲାଇନ ନେବା ଦ୍ୱାରା ୫ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ହାଇକୋର୍ଟ ଆଦେଶ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇବ ପିଆଜ ଦର

ଭୁବନେଶ୍ୱର, ୯।୧୨(ବ୍ୟୁରୋ): ରାଜ୍ୟରେ ପିଆଜର ଅହେତୁକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏନେଇ ପିଆଜ ଦର ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ...

ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର  

ସୋନପୁର,୩।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର କରାଯାଇଛି। ପୀଡିତାଙ୍କ ବାପା ଏ ସମ୍ପର୍କରେ ବୀରମହାରାଜପୁର ଥାନାରେ ସୋମବାର...

CORONAVIRUS UPDATE: ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଛୁଇଁଲା

ଭୁବନେଶ୍ୱର,୨୫।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ଏବଂ...

ଧାନ ନ ଉଠିଲେ ଅଫିସରଙ୍କୁ ଛାଡିବୁ ନାହିଁ

ପଦ୍ମପୁର,୧୮।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ବିତିଯାଇଛି। ଅନ୍ୟପକ୍ଷେ ଧାନବିକ୍ରି ସରି ନ ଥିବାବେଳେ ଜିଲାର ଅନେକ ମଣ୍ଡିକୁ ବନ୍ଦ କରି...

ଅତାବିରାରେ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସରଣ୍ଡା,୧୯।୧୧(ଡି.ଏନ.ଏ.):ବରଗଡ ଜିଲାର ଅତାବିରାରେ ଚାଷୀ ଆନ୍ଦୋଳନ ମଙ୍ଗଳବାର ଦିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ପାଇଁ ଜନସମର୍ଥନ ମିଳୁଛି। ଚାଷୀମାନେ ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର...

ରତ୍ନସିଂହାସନରୁ ପଥର ଉଭାନ

ପୁରୀ ଅଫିସ,୮ା୭: ଶ୍ରୀମନ୍ଦିର ରତ୍ନସିଂହାସନରୁ ଖଣ୍ଡିଏ ପଥର ଗାଏବ କରିଦିଆଯାଇଛି। ଏନେଇ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସେବାୟତ ଈପ୍‌ସିତ ପ୍ରତିହାରୀ। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା...

ପୂର୍ବତନ ମୁଖ୍ୟଯନ୍ତ୍ରୀ ଜିବିଆର୍‌ ଦୋରାଙ୍କ ଦେହାନ୍ତ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଜିବିଆର୍‌ ଦୋରାଙ୍କ ଗତ ୧୨ ତାରିଖରେ ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦...

କାର୍‌ରେ ପ୍ରେସ୍‌ ଲେଖି କରୁଥିଲେ ଗଞ୍ଜେଇ ଚାଲାଣ: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଫୁଲବାଣୀ ଅଫିସ, ୧୯ା୮- କନ୍ଧମାଳ ଜିଲାରେ ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ସେପଟେ ଜିଲା ଚାରିପଟେ କରୋନା ପାଇଁ ଚେକିଂ କଡାକଡି...

BGU
Play 250+ Trending Games
Archives

Model This Week

Why Dharitri