ଚିତ୍ରକୋଣ୍ଡାରେ ପ୍ରାକ୍‌ ପ୍ରସ୍ତୁତି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା,୨୦।୬: ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟଠାରେ ଶନିବାର ମାଲକାନଗିରି ଜିଲା ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ପ୍ରାକ୍‌ ପ୍ରସ୍ତୁତି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚିତ୍ରକୋଣ୍ଡା ବ୍ଲକ, ଥାନା ଓ ତହସିଲର ମିଳିତ ଆନୁକୂଲ୍ୟରେ ଏକ ଜନ ସଚେତନ କାର୍ଯ୍ୟକ୍ରମ କରାଯାଇଛି। ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖରସେଲ, ତହସିଲଦାର ଟି. ପଦ୍ମନାଭ ଦୋରା, ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଏବଂ କୁଡ଼ୁମୁଲୁଗୁମା ଅଗ୍ନିଶମ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତରେ ବିଭିନ୍ନ ଗ୍ରାମ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ପ୍ରତିନିଧି ଓ କିଛି ଗ୍ରାମର ମୁଖିଆଙ୍କୁ ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କରିବା, ସତର୍କତା ଅବଲମ୍ବନ କରିବା ଓ ନିଜକୁ ସୁରକ୍ଷା ଦେବା ପାଇଁ ସାହସର ସହିତ ମୁକାବିଲା କରିବା ନିମନ୍ତେ ବିଭିନ୍ନ କୌଶଳ ଉପରେ ଶିକ୍ଷା ଦିଆଯାଇଥିଲା। ଯେପରିକି ଘର ପୋଡି, ନଦୀ ବଢ଼ି, ଗ୍ୟାସ ବ୍ୟବହାର ସମୟରେ ଦୁର୍ଘଟଣା ଆଦିରେ କିପରି ରକ୍ଷା ପାଇବା ସେନେଇ ସଚେତନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତକଙ୍କ ଚିହ୍ନଟ ପାଇଁ କେବଳ ଏମ୍ସ ଯିବାକୁ କହିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୭ା୬(ବ୍ୟୁରୋ): ବାଲେଶ୍ବର ଜିଲା ବାହାନଗା ରେଳ ଦୁର୍ଘଟଣାରେ ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ସମ୍ପର୍କୀୟମାନେ ଅନ୍ୟ କୌଣସି ହସ୍ପିଟାଲ ନ ଯାଇ କେବଳ ଭୁବନେଶ୍ୱରସ୍ଥିତ ଏମ୍ସ...

ମହାଷ୍ଟମୀରେ ମହାଗୌରୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ: ସେବାୟତଙ୍କ ଅସଦବ୍ୟବହାରରେ ଭକ୍ତମାନେ ଅତିଷ୍ଠ

ପୁରୁଷୋତ୍ତମପୁର, ୨/୧୦(ଡିଏନଏ): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା ତାରାତାରିଣୀଙ୍କ ପୀଠରେ ରବିବାର ମହାଷ୍ଟମୀ ପର୍ବ ଲାଗି ଲକ୍ଷାଧିକ ଭକ୍ତଙ୍କ...

ଭୋକ ସହ ୫ ପ୍ରାଣୀଙ୍କ ଲଢ଼େଇ

କାମାକ୍ଷାନଗର, ୨୪ା୫(ଡି.ଏନ.ଏ.):  ‘ଗରିବଗୁରୁବାଙ୍କୁ ମାଗଣାରେ ଖାଇବାକୁ ଦେଉଥିବା ଜାଣିବା ପରେ ଧାଇଁ ଆସିଥିଲି। ହେଲେ ଆସିବା ବେଳକୁ ସବୁ ସରିଗଲାଣି। ଲୋକମାନେ ପଳାଇଲେଣି। ମତେ ନ...

ଓଏସ୍‌ଏଲ୍‌ଏସ୍‌ଏ ସଦସ୍ୟ ସଚିବ ଭାବେ ଦାୟିତ୍ୱ ନେଲେ ବିଦ୍ୟୁତ୍‌ ମିଶ୍ର

କଟକ ଅଫିସ,୧୪ା୪: ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ (ଓଏସ୍‌ଏଲ୍‌ଏସ୍‌ଏ)ର ସଦସ୍ୟ ସଚିବ ଭାବେ ବିଦ୍ୟୁତ୍‌ କୁମାର ମିଶ୍ର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ...

ଖଣିରେ ଚଢ଼ାଉ ବେଳେ ଚଢ଼ିଗଲା ଟ୍ରକ୍‌: ଶ୍ରମିକ ମୃତ, ୧୫ ପାୱାରଟିଲର, ୧ ଜେସିବି ଜବତ

ଖୋର୍ଦ୍ଧା ଅଫିସ,୧।୨: ଖୋର୍ଦ୍ଧା ପୋଲିସ ଜିଲା ଜଙ୍କିଆ ଥାନାର ଅଁଳାଯୋଡି ମାଙ୍କଡାପଥର ଖଣି ଉପରେ ଶୁକ୍ରବାର ଚଢ଼ାଉ ସମୟରେ ଟ୍ରକ ଚଢ଼ି ଯିବାରୁ ଜଣଙ୍କର ମୃତ୍ୟୁ...

ଥାନାରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ, ଏବେ ବିବାହ କଥା ଉଠିବାରୁ…

ଟିଟିଲାଗଡ଼,୭।୨(ଡି.ଏନ୍‌.ଏ.): ଥାନାରେ ମହିଳା ଅନ୍ତେବାସୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ମନା କରିଦେଲେ ଅଭିଯୁକ୍ତ। ଏଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି...

କ୍ରଶର ବିରୋଧରେ ମେଳି

ଢେଙ୍କାନାଳ ଅଫିସ, ୨୫।୪: ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ପଞ୍ଚାୟତର କଷ୍ଟିପାଳ ଗ୍ରାମରେ ବେଆଇନ ଖଣି ଏବଂ କ୍ରଶର ବିରୋଧରେ ମେଳି ବାନ୍ଧିଛନ୍ତି ସ୍ଥାନୀୟ ଅଞ୍ଚଳର...

ଦେହରେ ପିପିଇ କିଟ୍‌, ହାତ ପାଦ ଖୋଲା

କଟକ ଅଫିସ,୨୩ା୭: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସଂକ୍ରମଣକୁ ରୋକିବା ଓ ଆକ୍ରାନ୍ତଙ୍କ ଚିହ୍ନଟ ପାଇଁ ବର୍ତ୍ତମାନ ସହରର ପୁରୁଣା ରାଉସପାଟଣା, ପ୍ରତାପନଗରୀ,...

Advertisement
Archives

Model This Week