ଚିକିତ୍ସା ପାଇଁ ଡାକ୍ତରଖାନା ନେବାରେ ବିଳମ୍ବ: ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯବାନ

ଭୁବନେଶ୍ୱର,୧୨।୧୧:(ବ୍ୟୁରୋ):  ରାଜ୍ୟକୁ ସୁରକ୍ଷା ଦେଉଥିବା ଜଣେ ଯବାନ ଏବେ ଅସୁରକ୍ଷିତ। ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ଠିକ୍‌ ସମୟରେ ମେଡିକାଲ ନିଆ ନ ଯିବାରୁ ତାଙ୍କ ଜୀବନ ଏବେ ବିପଦରେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ଯବାନଙ୍କ ପ୍ରତି ବିଭାଗୀୟ ଚରମ ଅବହେଳା କରାଯାଇଛି। ଏପରି କି ଦୋଷ ଖସାଇବାକୁ ତାଙ୍କ ପକେଟରେ ଛୁଟି ଦରଖାସ୍ତ ପୂରାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୋମବାର ଯବାନଙ୍କ ବାପା ଓ କେତେଜଣ ସାମାଜିକ କର୍ମୀ ଓଏସ୍‌ଏପି ଏଡିଜି ମନୋଜ ଛାବ୍ରାଙ୍କୁ ଭେଟି ଜଣାଇଛନ୍ତି। ସବୁକଥା ଶୁଣିବା ପରେ ଏଡିଜି ଛାବ୍ରା ଘଟଣାର ତଦନ୍ତ କରି ୩ ସପ୍ତାହରେ ରିପୋର୍ଟ ଦେବାକୁ ଜଣେ କମାଣ୍ଡାଣ୍ଟଙ୍କୁ ନିର୍ଦ୍ଦେଶ ଦେଇଥିବା କୃଷ୍ଣଚନ୍ଦ୍ରଙ୍କ ବାପା ଗଙ୍ଗାଧର କହିଛନ୍ତି।
ଅଭିଯୋଗ ଅନୁସାରେ, କୃଷ୍ଣଚନ୍ଦ୍ରଙ୍କ ଘର କେନ୍ଦୁଝର ଜିଲାରେ ହୋଇଥିବାବେଳେ ସେ ଓଏସ୍‌ଏପି ୨ୟ ବାଟାଲିୟନର ସିପାହୀ ହାବିଲଦାର ଏସ୍‌-୧୬୪ ଭାବେ ରାଉରକେଲାର କାଲ୍‌ଟା ଫାଣ୍ଡିରେ କାର୍ଯ୍ୟରତ ଥିଲେ। ଗତ ମାସ ୩ ତାରିଖ ସକାଳେ ସେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ନ ଯାଇ ଛୁଟି ଦରଖାସ୍ତରେ ତାଙ୍କର ସ୍ବାକ୍ଷର କରି ନିଆଯାଇଥିଲା। ବିଳମ୍ବ ଯୋଗୁ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍‌ ହେବାରୁ ସେ ସେଠାରେ ଅଚେତ ହୋଇ ପଡିଥିଲେ। ୫ ଘଣ୍ଟା ପରେ ତାଙ୍କୁ କେତେଜଣ ଯବାନ କେନ୍ଦୁଝର ଜିଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ପରିବାର ଲୋକଙ୍କୁ ଫୋନ୍‌ରେ ଜଣାଇ ଛାଡ଼ି ପଳାଇଥିଲେ। ପରିବାର ଲୋକେ ପହଞ୍ଚତ୍ବା ପରେ ଅଚେତ ଅବସ୍ଥାରେ ପୁଅ କୃଷ୍ଣଚନ୍ଦ୍ରଙ୍କୁ ଦେଖି କଟକ ବଡ଼ ମେଡିକାଲକୁ ନେଇଥିଲେ। ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିବା ଡାକ୍ତର କହିଥିଲେ। ହେଲେ ସେଠାରେ ଆଇସିୟୁ ଖାଲି ନ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେବେଠାରୁ ଏବେ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କର ଦେଖାନାହିଁ କି ସହଯୋଗ ବି ମିଳୁନି। ଦୈନିକ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଗଙ୍ଗାଧର ଦିନମଜୁରିଆ ହୋଇଥିବାରୁ ଧାର କରଜ କରି ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏବେ ଚିକିତ୍ସା ପାଇଁ ଆଉ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ପୁଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଗଙ୍ଗାଧର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ନିବେଦନ କରିଛନ୍ତି। ଘଟଣାର ତଦନ୍ତ କରାଯାଉ ବୋଲି ଯବାନଙ୍କ ପରିବାର ଲୋକେ ଦାବି କରିଛନ୍ତି। ଏନେଇ ଓଏସ୍‌ଏପି ଏଡିଜି ଛାବ୍ରାଙ୍କ ସହ ତାଙ୍କ ମୋବାଇଲ୍‌ ଫୋନ୍‌ ନଂ. ୯୪୩୮୯୧୫୯୭୬ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ବନ୍ଦ ଥିଲା। ସୂଚନାଯୋଗ୍ୟ, ପାଖରେ ଟଙ୍କା ନ ଥିବାରୁ ଗଙ୍ଗାଧର ପାଳୁଥିବା କୁକୁଡ଼ା ବିକି ରାଜଧାନୀ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri