ଚିକିତ୍ସା ପରେ ଫେରିବେ ଆଣ୍ଡାମାନର ନାବିକ: ୨୬ ଦିନ ସମୁଦ୍ର ପାଣି ପିଇ ବଞ୍ଚିଥିଲେ

ବ୍ରହ୍ମଗିରି/କୃଷ୍ଣପ୍ରସାଦ, ୨୭ା୧୦(ଡି.ଏନ୍‌.ଏ.): ଅଥଳ ସମୁଦ୍ର ମଧ୍ୟରେ ହେଲା ସାମୁଦ୍ରିକ ଝଡ଼। ବୋଟ୍‌ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦିଗହରା ହୋଇ ପହଞ୍ଚିଲେ ମ୍ୟାନ୍‌ମାର ଉପକୂଳରେ। ସାଙ୍ଗରେ ଥିଲେ ସାଥୀ ନାବିକ ଦିବ୍ୟରଞ୍ଜନ ବିଶ୍ୱାସ। ସେଠାରୁ ତଟ ସୁରକ୍ଷା ବାହିନୀଙ୍କ ସହାୟତାରେ କିଛି ବାଟ ଅତିକ୍ରାନ୍ତ କରିବା ପରେ ପୁନର୍ବାର ଦୁହେଁ ଆଉ ଏକ ସାମୁଦ୍ରିକ ଝଡର ଶିକାର ହେଲୁ। ଏଥିରେ ବୋଟ୍‌ଟି କ୍ଷତିଗ୍ରସ୍ତ ହେବା ସହ ଦିବ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ୩ଦିନ ଧରି ମୃତ ସାଥୀଙ୍କୁ ବୋଟ୍‌ରେ ରଖିବାପରେ ଦୁର୍ଗନ୍ଧ ହେବାରୁ ଶେଷରେ ବାଧ୍ୟହୋଇ ମୃତଦେହକୁ ସମୁଦ୍ରରେ ଫିଙ୍ଗିବାକୁ ପଡ଼ିଲା। ବୋଟ୍‌ରୁ ତେଲ ସରିଯାଇଥିବାବେଳେ ପାଖରେ ଖାଦ୍ୟ କି ପାଣି ମୁନ୍ଦେ ନ ଥିଲା। କେବଳ ସମୁଦ୍ରର ପାଣି ହିଁ ଜୀବନ ବଞ୍ଚାଇବାର ଏକମାତ୍ର ଉପାଦାନ ଥିଲା। ଏହି ଲୁଣି ପାଣି ପିଇ ୨୬ଦିନ ଧରି ସଂଘର୍ଷ କରି ଶେଷରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଖିରିସାହି ସମୁଦ୍ର ଉପକୂଳରେ ପହଞ୍ଚିଲେ। ଏପରି କୋହଭରା କଣ୍ଠରେ ନିଜ ଦୁଃଖଦ କାହାଣୀ କହିିଛନ୍ତି ସୁଦୂର ଆଣ୍ଡାମାନର ନାବିକ ଅମ୍ରିତ କୁଜୁର।
କୁଜୁରଙ୍କ ଘର ଆଣ୍ଡାମାନ ମାୟାଭୁନ୍ଦେର ଲାଉଖି ନାଲାହର ଅଞ୍ଚଳରେ। ସେ ଦିବ୍ୟରଞ୍ଜନଙ୍କ ସହ ଗତ ଅଗଷ୍ଟ ୨୮ରେ ପୋର୍ଟବ୍ଲେୟାରରୁ ପଣ୍ୟ ସାମଗ୍ରୀ ନେଇ ବୋଟରେ ବାହାରିଥିଲେ। ଏହାର ପ୍ରାୟ ୫୭ଦିନ ପରେ ଗତ ଗୁରୁବାର ରାତିରେ ତାଙ୍କ ଭଙ୍ଗା ବୋଟ୍‌ ଭାସି ଆସି ଲାଗିଥିଲା ଖିରିସାହି କୂଳରେ। ୨ ଥର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହେବା ଏବଂ ୨୬ ଦିନ ଭୋକ ଉପାସରେ ରହିବା ସତ୍ତ୍ୱେ ଜୀବନ ବଞ୍ଚତ୍ୟାଇଥିବାରୁ ସେ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ଫୋନ ଯୋଗେ ସ୍ତ୍ରୀ ଲିଲି ନିଛପଙ୍କୁ ଘଟଣା ସମ୍ପର୍କରେ କହି କାନ୍ଦି ପକାଇଥିଲେ। ପୁରୀ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ନାବିକ କୁଜୁରଙ୍କ ଚିକିତ୍ସା ଚାଲିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ତାଙ୍କୁ ଆଣ୍ଡାମାନ ପଠାଇ ଦିଆଯିବ। ସେ ଏଠାରେ ପହଞ୍ଚିବା ନେଇ ଆଣ୍ଡାମାନ ପ୍ରଶାସନକୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ କେନ୍ଦ୍ରରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଗୁଡ଼ାରି,୧୯ା୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ୩ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ମୋଟ୍‌ ୫୩୭…

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri