ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ: ଡାକ୍ତରଖାନାରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୨୮ା୫: ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଗୁରୁବାର ଚିକିତ୍ସା ଅବହେଳା ଯୋଗୁ ଜଣେ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଅଭିଯୋଗ ଅନୁସାରେ ଲଖନପୁର ବ୍ଲକ ରେଙ୍କୁଳି ଗ୍ରାମର ଦୁର୍ଲବ ତାଣ୍ଡିଆଙ୍କ ସ୍ତ୍ରୀ ତପସ୍ବିନୀଙ୍କୁ ପ୍ରସବ ବେଦନା ହେବାରୁ ବୁଧବାର ସକାଳ ୭ଟା ୩୦ରେ ଏହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆରମ୍ଭରୁ ଡାକ୍ତର କିମ୍ବା ନର୍ସମାନେ ତପସ୍ବିନୀଙ୍କୁ ଚିକିତ୍ସା କରିବା ନେଇ ଗୁରୁତ୍ୱ ଦେଉ ନ ଥିଲେ। ତେବେ ତପସ୍ବିନୀଙ୍କ ପ୍ରସବ ବେଦନା ବଢ଼ିବାରୁ ଗୁରୁବାର ସକାଳେ ତାଙ୍କ ପରିବାର ଲୋକ ଡାକ୍ତର ଓ ନର୍ସଙ୍କ ନିକଟରେ ଗୁହାରି କରିଥିଲେ। ପରେ ଅପରେଶନ ପାଇଁ ଡାକ୍ତର କହିଥିଲେ। ଗୁରୁବାର ପୂର୍ବାହ୍ନ ୧୧ଟାରେ ଅପରେଶନ କରିଥିଲେ। ମାତ୍ର ତପସ୍ବିନୀ ଏକ ମୃତ ଶିଶୁ ଜନ୍ମ ଦେଇଥିବା ଡାକ୍ତର ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ତେବେ ଆରମ୍ଭରୁ ତପସ୍ବିନୀଙ୍କୁ ଚିକିତ୍ସା ଠିକ୍‌ ଭାବେ କରି ନ ଥିବାରୁ ମୃତ ଶିଶୁ ଜନ୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜଗଦୀଶ ଚନ୍ଦ୍ର ବାରିକଙ୍କୁ ପଚାରିବାରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ କରୁଛି ପାତରଅନ୍ତର

ଅନୁଗୋଳ ଅଫିସ, ୧୦।୫ – ଗ୍ରୀନ୍‌ ଜୋନ୍‌ରେ ଥିବା ଅନୁଗୋଳ ଜିଲାରେ କଟକଣାକୁ କୋହଳ କରାଯାଇଛି। ଦୋକାନ ବଜାର ଖୋଲିଥିବାରୁ ଗ୍ରାମାଞ୍ଚଳରୁ ଲୋକେ ବଜାରକୁ ଆସି...

ସ୍ବାମୀ ଚରିତ୍ରକୁ ସନ୍ଦେହ, ସ୍ତ୍ରୀ ସାଜିଲେ ହତ୍ୟାକାରୀ

ମୋହନା,୭ା୧(ଡି.ଏନ୍‌.ଏ.)-ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କଲେ ସ୍ତ୍ରୀ ା ରାସ୍ତାରୁ ହଟାଇବା ପାଇଁ ଯୋଜନା ରଚିଲେ ା ଶେଷରେ ୩୦ ହଜାର ଟଙ୍କା ସୁପାରୀ ଦେଇ ହତ୍ୟା...

ମକରରେ ମାଟିଆବୁଢ଼ୀଙ୍କ ପୂଜାର୍ଚ୍ଚନା: ପୂର୍ବପୁରୁଷରୁ ରହିଆସିଛି ପରମ୍ପରା

କେନ୍ଦୁଝର,୧୫।୧(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ୧୫ ନମ୍ବର ଓ୍ବାର୍ଡ କେନ୍ଦୁପୋଶିରେ ମକରସଂକ୍ରାନ୍ତି ଅବସରରେ ବୁଧବାର ଗ୍ରାମର ଇଷ୍ଟଦେବୀ ମାଟିଆବୁଢ଼ୀଙ୍କ ପୂଜାର୍ଚ୍ଚନା କରାଯାଇଛି। ଏହି...

ବର୍ଷେ ପରେ ପ୍ରକାଶ ପାଇଲା ବିବିଏଲଏଲବି ପରୀକ୍ଷା ଫଳ

ବ୍ରହ୍ମପୁର ଅଫିସ,୨୭ା୬-ପ୍ରତିଶ୍ରୁତି ରଖିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ା ଗତ ସୋମବାର ଗଞ୍ଜାମ ଆଇନ ମହାବିଦ୍ୟାଳୟର ବିବିଏଲଏଲବି ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟ ଘେରାଉ ବେଳେ ଦେଇଥିବା...

କରୋନା ଯୁଦ୍ଧରେ ଆଉ ଜଣେ ଯୋଦ୍ଧାଙ୍କ କାହାଣୀ

ଦେବଗଡ଼,୨୫ା୪(ଡି.ଏନ.ଏ.) ଗତ ଜାନୁୟାରୀ ୨୯ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ମହିଳା କନ୍‌ଷ୍ଟେବଳ ସଂଯୁକ୍ତା ପାତ୍ର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ...

ରାଣୀତାଲରେ ଦୁର୍ଘଟଣା, ଭିଡ଼ରେ ଫସିଲେ ମନ୍ତ୍ରୀ: ଗଳାପୋଲ ଦାବି ଜଣାଇଲେ ଆନ୍ଦୋଳନକାରୀ

ଭଦ୍ରକ ଅଫିସ, ୫।୧- ଭଦ୍ରକ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବିରେ ଆନ୍ଦୋଳନ ଜାରି ରହିଛି। ଶନିବାର ଏହି ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି। ଏପରି ସ୍ଥିତିରେ...

ରେଙ୍ଗାଳି ଡ୍ୟାମର ୩ଗେଟ ଖୋଲିଲା

କଣିହାଁ,୨୭।୮(ଡି.ଏନ୍‌.ଏ): ରାଜ୍ୟରେ ଗତ କିଛି ଦିନରୁ ଲଗାତର ଭାବେ ପ୍ରବଳ ବର୍ଷା ଜାରି ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ...

ଦିନଟିଏ ପରେ ସାବିତ୍ରୀ : ଫଳ ଦୋକାନରେ ଅସମ୍ଭାଳ ଭିଡ଼

ଅନୁଗୋଳ ଅଫିସ, ୨।୬ – ଦିନଟିଏ ପରେ ସାବିତ୍ରୀ ଓଷା। ଆଗକୁ ମଧ୍ୟ ରଜ। ତେଣୁ ଅନୁଗୋଳ ସହରକୁ ଭଳିକି ଭଳି ଫଳ ଆସୁଥିବା ବେଳେ...

Play 250+ Trending Games
Archives

Model This Week

Why Dharitri