ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଫୁଲବାଣୀ ଅଫିସ, ୨୦ା୩ – ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତର କିଲୁ ଗ୍ରାମର ଭାରତ ମଲ୍ଲିକ (୯)। ପାଠ ପଢ଼ିବା ବୟସରେ ଦେହ ଖରାପ ଯୋଗୁ ମା’ ବାପା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ହେଲେ ସ୍ବାସ୍ଥାବସ୍ଥାରେ ଉନ୍ନତି ହେଉନାହିଁ। ପୁଅକୁ କିପରି ଭଲ କରିବେ ବାପା ଶରତ ଏବେ ଚିନ୍ତାରେ। ସରକାରୀ ସହାୟତା ମିଳିଲେ ପିଲାର ଚିକିତ୍ସା କରିପାରନ୍ତେ ବୋଲି କହିଛନ୍ତି।
ପ୍ରକାଶ ଯେ, ଆଜକୁ ୨ ବର୍ଷ ପୂର୍ବେ ଭରତ ଗ୍ରାମର ପିଲାମାନଙ୍କ ସହ ଖେଳୁଥିବାବେଳେ ପଡିଯାଇଥିଲେ। ତାଙ୍କ ଡାହାଣ କାନ୍ଧ ପାଖରେ ଆଘାତ ଲାଗିଥିଲା। ଘରେ ସେ ଏ ବିଷୟରେ କହି ନ ଥିଲେ। କାନ୍ଧରେ ଯନ୍ତ୍ରଣା ହେବାରୁ ପରେ ଘର ଲୋକେ ଜାଣିଥିଲେ। ଏହାପରେ ଘରୋଇ ଚିକିତ୍ସା କରିଥିଲେ। ସୁଫଳ ନ ମିଳିବାରୁ ପାଖ ମେଡିକାଲ ନେଇଥିଲେ। ଯନ୍ତ୍ରଣା କମିବାରୁ ଭରତ ସ୍ବାଭାବିକ ଭାବେ ଦୁଗୁଡା ପ୍ରାଥମିକ ବିଦ୍ୟାଳୟକୁ ପଢ଼ିବାକୁ ଯାଉଥିଲେ। ଧୀରେଧୀରେ ସେହି ସ୍ଥାନ ଫୁଲିବାକୁ ଲାଗିଲା। ଯନ୍ତ୍ରଣା ଅଧିକ ହେବାରୁ ବାପା ଶରତ ବୁର୍ଲା, ବ୍ରହ୍ମପୁର ମେଡିକାଲ ନେଇ ପୁଅକୁ ଦେଖାଇଥିଲେ। ସେଠାରେ ଭଲ ନ ହେବାରୁ କଟକ ବଡ ମେଡିକାଲ ନେଲେ। ସେଠାରେ ଅପରେଶନ ଏବଂ ପରୀକ୍ଷା ନୀରୀକ୍ଷା ପାଇଁ ଅଧିକ ଟଙ୍କା ଆବଶ୍ୟକ ବୋଲି କୁହାଗଲା। ଏ ମେଡିକାଲରୁ ସେ ମେଡିକାଲ ଦୌଡି ଦୌଡି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି ବାପା ଶରତ। ଅର୍ଥ ଅଭାବରୁ ଏବେ ଘରକୁ ଚାଲି ଆସିଛନ୍ତି। ସରକାରୀ ସହାୟତା ମିଳିଲେ ପୁଅ ଭଲ ହୋଇ ପାରନ୍ତା ବୋଲି ବାପା ଶରତ ଏବଂ ମା’ ଗୁରୁବାରୀ ଆଶାବାନ୍ଧି ବସିଛନ୍ତି। ଶରତ ଜଣେ ଦିନ ମଜୁରିଆ। କାମ କଲେ ତାଙ୍କ ଘର ଚଳେ। ସେପଟେ ଭାରତ ସ୍କୁଲ ନ ଯାଇ ପାରି ଘରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏ ନେଇ ରାଷ୍ଟ୍ରିୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମ୍ୟାନେଜର ଉପତ୍ଳ ପଟ୍ଟନାୟକଙ୍କୁ ପଚାରିବାରୁ ଆମର ଟିମ୍‌ ସବୁ ବ୍ଲକ ଏବଂ ସ୍କୁଲକୁ ଯାଉଛି। ପିଲା ବିଷୟରେ ଆମେ ଜାଣିପାରି ନାହୁଁ। ଖୁବ୍‌ଶୀଘ୍ର ତାଙ୍କୁ ଆଣି ଆମେ ଚିକିତ୍ସା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri