ଚିକିଟିକୁ ଲେଉଟିଲେ ହାତୀପଲ

ଚିକିଟି,୧୯ା୧(ଡି.ଏନ.ଏ.)-ଗଜପତି ଜିଲାର ଲଖାରି ଜଙ୍ଗଲ ଛାଡି ଏଣେତେଣେ ବୁଲୁଥିବା ଏକ ହାତୀପଲ ପୁଣି ଏବେ ଚିକିଟି ଅଞ୍ଚଳକୁ ଫେରିଛନ୍ତି। ଶନିବାର ବିଳମି୍ବତ ରାତିରେ ଗୋବିନ୍ଦନଗର ଗ୍ରାମର କୋରା ସାହୁ, ଗୋବର୍ଦ୍ଧନ ସାହୁଙ୍କ ଧାନଖଳାରେ ୧୦ରୁ ଊର୍ଦ୍ଧ୍ୱ ହାତୀପଲ ପଶି କ୍ଷତିଗ୍ରସ୍ତ କରିଛନ୍ତି। ଗତ ୧୧ ତାରିଖରେ ରାଧାମୋହନପୁର, ଗୋବିନ୍ଦନଗର, ଝିଙ୍କିପଦର, ଭାଲିଆବାଡ, ଏରଣ୍ଡ୍ରା, କୃଷ୍ଣନଗର ଆଦି ଇଲାକାରେ ୧୦ରୁ ଊର୍ଦ୍ଧ୍ୱ ଚାଷୀଙ୍କର ଧାନଫସଲ ସମେତ ବିଭିନ୍ନ ପନିପରିବା କ୍ଷତିଗ୍ରସ୍ତ ହୋଇଥିଲା। ନିର୍ଦ୍ଧିଷ୍ଟ ଅଞ୍ଚଳରେ ହାତୀପଲ ରହିବା ସହିତ ସନ୍ଧ୍ୟା ହେଲେ ଜନବସତିଆଡକୁ ମାଡିଆସୁଛନ୍ତିି ା ବର୍ତ୍ତମାନ ହାତୀପଲ ରାଧାମୋହନପୁର ଗ୍ରାମ ନିକଟସ୍ଥ ପାହାଡରେ ରହୁଥିବା ସୂଚନା ମିଳିଛି। ଫଳରେ ଗୋବିନ୍ଦନଗର, ରାଧାମୋହନପୁର, ଭାଲିଆବାଡ, ଝିଙ୍କିପଦର ସମେତ ଆଖପାଖ ଅଞ୍ଚଳର ଲୋକମାନେ ଆତଙ୍କିତ ଅଛନ୍ତିି। ଏହି ହାତୀପଲକୁ ଘଉଡାଇବା ପାଇଁ ଚିକିଟି ବନବିଭାଗ ପକ୍ଷରୁ ଚେଷ୍ଟା କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁ। ଏହିଭଳି ସମସ୍ୟା ଲାଗିରିଲେ ଆଗାମୀ ଦିନରେ ଧାନଫସଲ ନଷ୍ଟ ହେବା ସମ୍ଭାବନା ରହିଛି। ଏଣୁ ହାତି ଘଉଡାଇବା ଦିଗରେ ଦୃଢ ପଦକ୍ଷେପ ନିଆଯିବାକୁ ଚାଷୀମାନେ ଦାବି କରିଛନ୍ତିି। ଏ ସମ୍ପର୍କରେ ଚିକିଟି ବନପାଳ କେ.କବିତାଙ୍କ ସହ ଯୋଗାଯୋଗ ବେଳେ ହାତୀ ଘଉଡାଇବା ପାଇଁ ଟ୍ରାକ୍‌ ପ୍ରସ୍ତୁତ କରି ଚେଷ୍ଟା ଚାଲିଛି ବୋଲି କହିଛନ୍ତିି ା


Enter your email to get our daily news in your inbox.

All Right Reserved By Dharitri.Com

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ଛତ୍ରପୁର,୨୦।୨(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନକୁ ନେଇ ଅସନ୍ତୋଷ ଲାଗିରହିଛି। ଗୋଟିଏ ପଟେ ଛତ୍ରପୁର ପୌରପାଳିକାରେ ଆର୍ଯ୍ୟପଲ୍ଲୀ, କଣମଣା, ପୋ ଅଗସ୍ତିନୂଆଗାଁ ଓ ଚିକଲଖଣ୍ଡି ଆଦି ୫ଟି…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri