ଚିକିଛା ଅଭାବୁ ଖଟେ ପଡ଼ିଛେ ବାପ୍‌ : ଦାଦନ୍‌ ସରଦାର ହାତେ ନାବାଲିକ୍‌ ଝି’ର ଭବିଷତ୍‌

ସିନାପାଲି, ୫ା୧୦ (ଡି.ଏନ୍‌.ଏ.)-
ପଶ୍ଚିମ ଓଡ଼ିଶାରେ ଦାଦନ୍‌ ସମସିଆ ସରକାରକଁର ମୁଡ଼ଦୁଖାର କାରନ୍‌ ସାଜିଛେ। ସରକାର ଇଥିରଲାଗି ଯେତେ ଯୋଜନା କଲେ ବି କାହିଁ ନାଇଁ କାହିଁ ପୁଲ ପଡ଼ିଯାଉଛେ। ହକ୍‌ଦାର ଲୋକ୍‌ ଯୋଜନାର ଲାଭ୍‌ ପାଇ ନାଇଁପାରବାର। ଯେନ୍‌ଥିରଲାଗି ଦାଦନ୍‌ ସମସିଆ କମ୍‌ବାର ଜାଗାରେ ଦିନୁଦିନ୍‌କେ ବଢ଼ତେଲ ଯାଉଛେ। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା ସିନାପାଲି ବ୍ଲକରେ।
ସୂଚନା ଅନ୍‌ସାରେ ସିନାପାଲି ବ୍ଲକ ମଖାପଦର ପଁଚେତ୍‌ ଚଉରା ସାଲେପଡ଼ାର ପ୍ରେମ ଭୋଇ(୫୫)। ପରିବାର କହେଲେ ମାଏକିନା ଦେମତୀ ଆର ଦୁଇ ଝି’ ଜେମନୀ(୧୩), ଜୁଲି(୩)କୁଁ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌। ପ୍ରେମ କୁଲିମଜୁରି କରି କୁଟୁମ ପୁଷୁଥିଲେ। ଗଲା ବଛର ସେ ହିଟିପଡ଼ଲାରୁ ତାକର ଭୁଜନି ଜଂଘ ଭାଂଗି ଗଲା। ଇଆଡ଼େ ଅଭାବ ଅନାଟନ ଲାଗି ପରିବାର ଲୋକ ତାକର ଉଚ ଚିକିଛା କରେଇ ନାଇଁପାରଲେ। ଏହେଦେ ଚିକିଛା ଅଭାବୁ ପ୍ରେମ ଭିନ୍ନକ୍ଷମ ପାଲଟିଯାଇଛନ୍‌। ସବୁବେଲେ ଘରେ ଖଟେ ପଡ଼ିରହିଛନ୍‌। ଏନ୍‌ତାଥି ମାଏକିନା ଦେମତୀ ତାକର ଗଧାମଖା, ଖାନାପିନା, ଝାଡ଼ାଝପଟନୁ ସବୁ ପରକାର ସେବା ଯତନ କରୁଛନ୍‌। ହେଲେ ଘରେ କେହି ରୁଜ୍‌ଗାରି ଲୋକ୍‌ ନଁାଇଁନ। ଏନ୍‌ତାଥି ଦେମତୀକଁର ମୁଡ଼େ ଆପ୍‌ନେ ଆର ଦୁଇ ନାବାଲିକ୍‌ ଝି’ର ବୋଝ୍‌ ରହିଛେ। ଘରର ପରିସ୍ଥିତି ଲାଗି ବଡ଼ ଝି’ ଜେମନୀ ୫ମ ଶ୍ରେଣୀରୁ ପାଠ୍‌ପଢ଼ାରେ ଗଏଁଠ୍‌ ପକେଇଛନ୍‌। ଜେମନୀ ବାପର ଚିକିଛା ଆର କୁଟୁମ ପୁଷ୍‌ବାର ଲାଗି ପଡ଼ିଶା ଲୁକ୍‌କର ସଂଗେ ମିଶି ଆନ୍ଧ୍ରପ୍ରଦେଶ ଦାଦନ୍‌ ଖଟିଯାଇଛନ୍‌। ମା’ ଦେମତୀ ବି ଉପେ ଶୂଇନ୍‌ ହେଇ ନାବାଲିକ୍‌ ଝି’କେ ଦାଦନ ସରଦାର ଭରସାରେ ଦାଦନ୍‌ ଖଟବାକେ ଛାଡ଼ିଦେଇଛନ୍‌। ଦାଦନ୍‌ ଖଟି ଝି’ ପଠଉଥିବାର ଦୁଇ ପଏସାରେ ଏହେଦେ ପରିବାର ଚଲୁଛେ। ଇଆଡ଼େ ସରକାରୀ ସାହାଯ୍‌ କହେଲେ ରାଶନ କାର୍ଡରେ ମାସିକ ମିଲୁଥିବାର ଚାଉଲ ଦୁରା। ପ୍ରେମ ଝନେ ନିହାତି ଗରିବ୍‌ ଆର କୁଟୁମବସିଆ ଗୁଟେ ଦଦ୍‌ରା ମାଏଟ୍‌ କୁରିଆରେ ରହୁଥିଲେ ବି ସରକାରକଁର ଆବାସ ଯୋଜରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଭିନ୍ନକ୍ଷମ ପରମାନପତର ଅଭାବୁ ସେ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଦାଦନ ଯାଇଥିବାର ନାବାଲିକ୍‌ ଝି’କେ ଉଧାର କରି ତାର ପାଠ୍‌ପଢ଼ବାର ବେବସ୍‌ତା କରବାର, ପ୍ରେମର ଚିକିଛା ସାହାଯ୍‌ ସଂଗେ ଭତା, ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ମଖାପଦର ସରପଁଚ୍‌ ବଳଦେବ ମାଝିକୁଁ ପଚରାଲାରୁ ଇ ଘଟନା ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଘଟନାର ତଦଁତ୍‌ କରି ତାକର ଭିନ୍ନକ୍ଷମ ପରମାନପତର, ଭତା ସଂଗେ ଉନିଆ ସବୁ ସୁବିଧା ଲାଗି ଉଚ କତୁରପକ୍ଷକୁଁ ଜନାମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri