ଚାଷ ଜମିକୁ ମିଳୁନି ସମଲ ପାଣି: ବ୍ୟାରେଜ ଉପରୁ ଆତ୍ମହତ୍ୟା ଚେତାବନୀ

କଣିହାଁ,୩୧।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ସମଲ ବ୍ୟାରେଜରୁ ଜମିକୁ ପାଣି ମିଳୁ ନ ଥିବା ପ୍ରତିବାଦରେ କଂଗ୍ରେସ ଯୁବନେତା ତଥା ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ବେହେରା ମଙ୍ଗଳବାର ବ୍ୟାରେଜ ଗେଟ୍‌ ଉପରକୁ ଚଢ଼ି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ସମଲ ଥାନା ପୋଲିସ, ବ୍ୟାରେଜ କର୍ତ୍ତୃପକ୍ଷ ଓ ଜଳ ସେଚନ ବିଭାଗ ଅଧିକାରୀମାନେ ପହଞ୍ଚି ସମସ୍ୟା ସମାଧାନ ନେଇ ବ୍ୟବସ୍ଥା କରାଯିବ ବୋଲି କହିବା ପରେ ସୁଶାନ୍ତ ତଳକୁ ଓହ୍ଲାଇଥିଲେ।
ସ୍ଥାନୀୟ ବାସିନ୍ଦଙ୍କ କହିବା ଅନୁଯାୟୀ, ସମଲ ବ୍ୟାରେଜରୁ ବିଭିନ୍ନ ଶିଳ୍ପକୁ ପାଣି ଯାଉଛି। ଚାଷ ପାଇଁ ବାମ ଓ ଦକ୍ଷିଣ କେନାଲରେ ପାଣି ଛଡ଼ା ଯାଉଛି। କିନ୍ତୁ ବ୍ୟାରେଜ ନିକଟ ୪ଟି ଗ୍ରାମ ସମଲ, ଟିପୋ, ବିଲିଣ୍ଡା ଓ ବିକିଶ ଗ୍ରାମବାସୀ ଜଳସେଚନ ସୁବିଧା ପାଉନାହାନ୍ତି। ବାରମ୍ବାର ଦାବି ଆପତ୍ତି ସତ୍ତ୍ୱେ ବ୍ୟାରେଜ କର୍ତ୍ତୃପକ୍ଷ ଏ ନେଇ ପଦକ୍ଷେପ ନେଉନାହାନ୍ତି। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଏଠାରେ ମରୁଡ଼ି ସମ୍ଭାବନା ସୃଷ୍ଟି ହୋଇଛି। କିନ୍ତୁ ଦକ୍ଷିଣ କେନାଲରେ ପାଣି ଯାଉଥିଲେ ମଧ୍ୟ ପ୍ରବାହିତ ଜଳସ୍ତରଠାରୁ ଫୁଟେ ଉଚ୍ଚତାରେ ପରି କେନାଲ ନିର୍ମାଣ ହୋଇଥିବାରୁ ଚାଷ ଜମିକୁ ପାଣି ଯିବା ସମ୍ଭବ ହେଉନାହିଁ। ଦରକାର ବେଳେ ବାଲିବସ୍ତା କେନାଲରେ ପକାଇ ଠିକାଦାର ପୋଷାଯାଉଥିଲେ ବି ଚାଷୀମାନେ ଉପକୃତ ହେଉନାହାନ୍ତି। ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ରଶି ଲଗାଇ ଆତ୍ମହତ୍ୟା କରିବାକୁ ବ୍ୟାରେଜ ଉପରେ ଚଢ଼ିଯାଇ ଚେତାବନୀ ଦେଇଥିଲେ। ସ୍ଥାୟୀ ପ୍ରତିକାର ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଜଳସେଚନ ବ୍ୟବସ୍ଥା କରାଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ସୁଶାନ୍ତ ତଳକୁ ଓହ୍ଲାଇଥିଲେ। ଏ ସମ୍ପର୍କରେ ସମଲ ଥାନା ଭାରପ୍ରାପ୍ତ ଅଧିକାରୀ ବିକ୍ରମ ବିହାରୀ ଜୟପୁରିଆ କହିଛନ୍ତି, ଆତ୍ମହତ୍ୟା ଉଦ୍ୟମ ହୋଇଥିଲା। ହେଲେ ବୁଝାଶୁଝା କରି ସୁରକ୍ଷିତ ଭାବେ ପୂର୍ବତନ ସମିତି ସଭ୍ୟଙ୍କୁ ତଳକୁ ଓହ୍ଲାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri