ଚାଷୀଙ୍କ ପାଇଁ ସମର୍ପିତ ବସନ୍ତ ସାହୁ : ବିନା ପାରିଶ୍ରମିକରେ କରୁଛନ୍ତି ସେବା

ବନ୍ତଳା,୧୮ା୫(ଦୀନେଶ ଦେହୁରୀ)- ଇଚ୍ଛା ଥିଲା ସେନାବାହିନୀରେ ଚାକିରି କରିବେ। ଦେଶର ସୀମାକୁ ସୁରକ୍ଷିତ କରିବେ। ସେଥିପାଇଁ ଭଲ ପାଠ ପଢ଼ୁଥିଲେ। ହେଲେ ଭାଗ୍ୟ ତାଙ୍କୁ ଟାଣିଆଣିଲା କୃଷି କ୍ଷେତ୍ରକୁ। ଉଚ୍ଚଶିକ୍ଷିତ ହୋଇଥିବାରୁ ଦେଶର ସୁରକ୍ଷା ଓ ସେବାର ପ୍ରକୃତ ଅର୍ଥ ଶୀଘ୍ର ବୁଝିଗଲେ ସେ। ତେଣୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ନିଜକୁ ସମର୍ପି ଦେବାକୁ ନିଷ୍ପତ୍ତି ନେଇ ଆଗକୁ ବଢ଼ିଲେ। ଇତିମଧ୍ୟରେ ସେ ପ୍ରାୟ ୨ଶହରୁ ଅଧିକ ଚାଷୀଙ୍କ ସମସ୍ୟା ଦୂର କରିବା ସହ ବିନା ପାରିଶ୍ରମିକରେ ସମସ୍ତ ସହାୟତା କରି ଆସୁଛନ୍ତି। ନିଜେ ଜଣେ ସଫଳ ଚାଷୀ ଭାବେ ରାଜ୍ୟ ସରକାରଙ୍କଠାରୁ ପୁରସ୍କାର ମଧ୍ୟ ପାଇସାରିଛନ୍ତି।
ଚାଷୀଙ୍କ ପାଇଁ ସମର୍ପିତ ଏହି ମଣିଷ ହେଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ବସନ୍ତ ସାହୁ(୪୦)। ବସନ୍ତଙ୍କ କହିବା ଅନୁଯାୟୀ, ବାପା ପୋଲିସରେ ଚାକିରି କରିଥିବାରୁ ସେ ମଧ୍ୟ ଯବାନ ହେବାକୁ ପିଲାବେଳୁ ଆଶା ବାନ୍ଧିଥିଲେ। ୧୯୯୪ରେ ପୋକତୁଙ୍ଗା ହାଇସ୍କୁଲରୁ ୬୬ ପ୍ରତିଶତ ମାର୍କ ରଖି ମାଟ୍ରିକ ପାଶ କରିଥିଲେ। ପରେ ବନ୍ତଳା ଶ୍ରୀ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନରେ ୫୫ ପ୍ରତିଶତ ଓ ଯୁକ୍ତ ୩ ବିଜ୍ଞାନରେ ୬୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ସେନାରେ ଚାକିରି ପାଇଁ ଅନେକ ଥର ପରୀକ୍ଷା ମଧ୍ୟ ଦେଇଥିଲେ। କିନ୍ତୁ ଚାକିରି ନ ହେବାରୁ ଶେଷରେ ସେ ଚାଷ କ୍ଷେତ୍ରକୁ ଓହ୍ଲାଇଥିଲେ। ପ୍ରଥମେ ଘର ପାଖରେ ମସଲା ଓ ସାର, କୀଟନାଶକ ଔଷଧ ଦୋକାନ ଖୋଲିଲେ। ଏହାପରେ ନିଜ ଜମିରେ ଉନ୍ନତମାନର କଦଳୀ, ବାଇଗଣ, ଭେଣ୍ଡି ଓ ଧାନ ଚାଷ କରି ବେଶ୍‌ ସଫଳ ହେଲେ। ତାଙ୍କ ପରି ଅନ୍ୟ ଚାଷୀମାନେ କିପରି ଚାଷରୁ ଅଧିକ ଲାଭବାନ ହୋଇପାରିବେ ଓ ରୋଗପୋକ ଦାଉରୁ ଫସଲକୁ ରକ୍ଷା କରି ପାରିବେ ସେଥିପାଇଁ ସେ ଏଗ୍ରିକଲଚରରେ ଡିପ୍ଲୋମା କୋର୍ସ କଲେ। ଜିଲା କୃଷି ବିଭାଗରୁ ତାଲିମ ନେଇ ଚାଷୀମାନଙ୍କୁ ସହାୟତା କଲେ। ବିଭିନ୍ନ ସମୟରେ ସେମାନଙ୍କ ଧାନ ଓ ପରିବା ଫସଲରେ ଦେଖାଦେଉଥିବା ରୋଗପୋକ ସମସ୍ୟାର ସମାଧାନ କଲେ। କୃଷିକ୍ଷେତ୍ରରେ ରୋଗପୋକ ସମ୍ପର୍କରେ ଚାଷୀମାନେ ଖବର ଦେବା ପରେ ବସନ୍ତ ତୁରନ୍ତ ସହାୟତା ପାଇଁ ସେମାନଙ୍କ ଜମିରେ ପହଞ୍ଚି ଆବଶ୍ୟକ ପ୍ରତିକାର ବ୍ୟବସ୍ଥା କରିବା ସହ ଚାଷୀଙ୍କୁ ସେହି କୌଶଳ ସମ୍ପର୍କରେ ମଧ୍ୟ ଶିକ୍ଷା ଦେଲେ। ବର୍ତ୍ତମାନ ସୁଦ୍ଧା ସେ ଦୁଇଶହରୁ ଊଦ୍ଧର୍‌ବ ଚାଷୀଙ୍କୁ ଏପରି ସହାୟତା ଯୋଗାଇ ଦେଇଛନ୍ତି। ବିନା ପାରିଶ୍ରମିକରେ ଚାଷୀଙ୍କୁ କରୁଥିବା ସହଯୋଗ ଓ ସଫଳ ଚାଷ ପାଇଁ ୨୦୧୨ରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ପୁରୀଠାରେ ବସନ୍ତଙ୍କୁ ପୁରସ୍କୃତ କରାଯାଇଥିଲା। ବସନ୍ତଙ୍କ ଏପରି ସେବା ସମ୍ପର୍କରେ ଚାଷୀ ସୁରେଶ ପ୍ରଧାନ, ଲୋଚନ ପ୍ରଧାନ, ବିଶ୍ୱନାଥ ଦେହୁରୀ, ନାରାୟଣ ପ୍ରଧାନ, ନିରଞ୍ଜନ ପ୍ରଧାନ, ପ୍ରଶାନ୍ତ ପ୍ରଧାନ କୁହନ୍ତି, ବସନ୍ତଙ୍କ ପାଇଁ ରୋଗ ପୋକ ଦାଉରୁ ରକ୍ଷା ପାଇବା ସହିତ ପନିପରିବା ଚାଷ କରି ଲାଭବାନ ହେଉଛୁ। ସେହିପରି ବସନ୍ତ କହିଛନ୍ତି, ଯବାନ ହୋଇ ନ ପାରିଲେ ବି ଚାଷୀଙ୍କୁ ସେବା ଯୋଗାଇ ଦେଉଥିବାରୁ ଖୁସି ଲାଗୁଛି। ଜୀବନର ଲକ୍ଷ୍ୟ ପୂରଣ ହୋଇଥିବା ଅନୁଭବ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri