ଚାଷୀଙ୍କ ଦୁଃଖ

ଅଧିକ ଧାନ ଉତ୍ପାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏହି ଜିଲାର ଚାଷୀଙ୍କ ଦୁଃଖ, ଦୁର୍ଦ୍ଦଶା ମଧ୍ୟ କମ୍‌ ନୁହେଁ। ଅନାବୃଷ୍ଟି, ସ୍ବଳ୍ପ ବୃଷ୍ଟିପାତ ଯୋଗୁ କେତେବେଳେ ମରୁଡ଼ି ତ ଆଉକେବେ ମାଟିଆ ଗୁଣ୍ଡି(ଚକଡ଼ା) ଭଳି ରୋଗପୋକ ଉପଦ୍ରବ ଯୋଗୁ ଜିଲାର ଚାଷୀଙ୍କ ସୁନାର ଧାନ ଫସଲ ଧୂଳିସାତ୍‌ ହୋଇଯାଇଥିବା ନଜିର ରହିଛି। ତେବେ ସେଭଳି ପରିସ୍ଥିତିକୁ ପ୍ରାକୃତିକ ବିପର୍ଯ୍ୟୟ କୁହାଯାଇପାରେ, ମାତ୍ର ସରକାରୀ କଳରେ ବିଭିନ୍ନ ଅବ୍ୟବସ୍ଥା ଯୋଗୁ ଏଠାକାର ଚାଷୀଙ୍କ ଜୀବନ ଦୁର୍ବିଷହ ହୋଇ ପଡ଼ୁଛି। ଧାନବିକ୍ରି ପାଇଁ ଚାଷୀ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେଉ ଥିବାବେଳେ ବିକ୍ରିଧାନର ପ୍ରାପ୍ୟ ପାଇଁ ହଇରାଣ ହେବାକୁ ପଡ଼ୁଛି। ଜିଲାର ଚାଷୀମାନେ ଏଭଳି ଅନେକ ସମସ୍ୟାରେ ଛନ୍ଦି ହୋଇଛନ୍ତି। ସରସରା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଅଧୀନରେ ରହିଥିବା ୭୫ଜଣ ଚାଷୀ ୨୦୧୯ ରବିରେ ବିକିଥିବା ୩୫୯୦.୦୮ କୁଇଣ୍ଟାଲ ଧାନର ପ୍ରାପ୍ୟରାଶି ବାବଦକୁ ୬୨ଲକ୍ଷ ୮୨ହଜାର ୬୪୦ଟଙ୍କା ପାଇପାରି ନାହାନ୍ତି। ଅନ୍‌ଲାଇନ ନୁହେଁ ଅଫ୍‌ଲାଇନ୍‌ରେ ତତ୍କାଳୀନ ସମ୍ପାଦକ ସେହି ଧାନସବୁ କିଣିଥିବା ଯୋଗୁ ସେଭଳି ପରିସ୍ଥିତି ଉପୁଜିଥିବା ଏବଂ ସେଥିପାଇଁ ତତ୍କାଳୀନ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଥିଲା ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ତେବେ ଘଟଣାର କିଛିଦିନ ପରେ ସମ୍ପୃକ୍ତ ସମ୍ପାଦକଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯାଇ ତାଙ୍କୁ ଅନ୍ୟ ଏକ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ହେଲେ ଚାଷୀମାନେ ସେହି ବିକ୍ରିଧାନର ପ୍ରାପ୍ୟରାଶି ପାଇଁ ଏପର୍ଯ୍ୟନ୍ତ ବାରଦୁଆର ବୁଲୁଛନ୍ତି। ଚାଷୀଙ୍କ ନାମ ପଞ୍ଜୀକରଣ ଓ ଟୋକନ ବ୍ୟବସ୍ଥାରେ ମଧ୍ୟ ଅନୁରୂପ ସମସ୍ୟା। ଅନେକ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇଥିବାବେଳେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଯିବା ଯୋଗୁ ଟୋକନ ଥିବା ସତ୍ତ୍ବେ ଅନେକ ଚାଷୀ ଧାନ ବିକି ପାରି ନାହାନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାକୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ସରକାର ଘୋଷଣା କରିଛନ୍ତି ସତ, କିନ୍ତୁ ଧାନ କିଣାବିକା ପାଇଁ ଉଦ୍ଦିଷ୍ଟ ଅନ୍‌ଲାଇନ ବ୍ୟବସ୍ଥା ଅଫ୍‌ଲାଇନ ରହିଥିବା ଯୋଗୁ ତାହା ଘୋଷଣାରେ ହିଁ ରହି ଯାଇଛି। ପଞ୍ଜୀକରଣରୁ ବାଦ୍‌ ଦିଆଯାଇଥିବା ଯୋଗୁ ଲଖମରା ଅଞ୍ଚଳର ୩୦୮ଜଣ ଚାଷୀ ଗତ ଖରିଫରେ ଅମଳ ଧାନକୁ ଏପର୍ଯ୍ୟନ୍ତ ବିକ୍ରି କରି ପାରିନାହାନ୍ତି। ସେହିପରି ତୋରା ପ୍ୟାକ୍ସ ଅଧୀନରେ ପତିତ, ବର୍ଚ୍ଛା ଜମିରେ ଧାନଚାଷ ହେଉଥିବାବେଳେ ସେହି କିସମକୁ ପଞ୍ଜୀକରଣରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ମଧ୍ୟ ଅମଳ ଧାନ ବିକ୍ରିରୁ ବଞ୍ଚିତ ରହୁଛନ୍ତି। ଅନ୍ୟପଟେ ନାମ ପଞ୍ଜୀକରଣ ବେଳେ ଗଭୀର ନଳକୂପ, ବିଦ୍ୟୁତ୍‌ ବିଲକୁ ନେଇ ଚାଷୀ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛି। ଯେଉଁଚାଷୀଙ୍କ ଗୋଟିଏ ଗଭୀର ନଳକୂପ ରହିଛି, ଅଧିକ ଜମି ଥିଲେ ମଧ୍ୟ ପଞ୍ଜୀକରଣରେ ମାତ୍ର ଅଢ଼େଇ ଏକର ଜମିକୁ ଉଲ୍ଲେଖିତ କରାଯାଉଛି। ସେହିପରି ନୂଆ ବିଦ୍ୟୁତ୍‌ ବିଲ ପଇଠ ନ କଲେ ସେଭଳି ଚାଷୀଙ୍କୁ ବି ସେଥିରୁ ବାଦ୍‌ ଦିଆଯାଉଛି। ମୋଟାମୋଟି କହିବାକୁ ଗଲେ, ଚାଷ କାମ ଯାହାର, କେତେ ସୁଖ ତାହାର ଉକ୍ତିଟି ବର୍ତ୍ତମାନ ପରିସ୍ଥିତିରେ ସମ୍ପୂର୍ଣ୍ଣ ଓଲଟା ହୋଇଛି। ଆଉ ସୁଖ ବଦଳରେ ଚାଷୀଙ୍କ ଦୁଃଖ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri