ଚାଷୀଙ୍କୁ ଦୁଃଖ ଦେଲା ଓସ୍ତପୁରା ଡ୍ୟାମ

ଘସିପୁରା,୧୯।୧୧(ଡି.ଏନ.ଏ.)-ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ଓସ୍ତପୁରା ଠାରେ ଥିବା କ୍ଷୁଦ୍ର ଜଳସେଚନ ବିଭାଜନର ଡ୍ୟାମ ଏବେ ଅମଳ ପାଇଁ ଚାହିଁ ବସିଥିବା ଚାଷୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ଅମଳ ସମୟରେ ଡ୍ୟାମର ଭଙ୍ଗା ଗେଟ୍‌ ଦେଇ ତିନୋଟି ମୁଖ୍ୟ କେନାଲରେ ଅନବରତ ଭାବେ ପାଣି ମାଡ଼ି ଚାଲିଛି। ଏହି ପାଣି ଏବେ ଚାଷୀଙ୍କ ଜମିରେ ଲହଡ଼ି ଭାଙ୍ଗିବା ସହ ଅମଳ ଅପେକ୍ଷାରେ ଥିବା ଫସଲକୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଏନେଇ ଚାଷୀମାନେ ବହୁବାର ଆନ୍ଦୋଳନ ପରେ ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ଚଳିତ ବର୍ଷ ଏହି ଡ୍ୟାମର ମରାମତି ବାବଦକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର କୌଣସି ଫଳ ମିଳିନାହିଁ। ଚଳିତବର୍ଷ ପୁନର୍ବାର ଚାଷଜମିକୁ ପାଣି ମାଡ଼ି ଫସଲ କ୍ଷତି ଘଟାଇଛି। ଏହାକୁ ନେଇ ଚାଷୀଙ୍କ ମହଲରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନାନୁଯାୟୀ ପ୍ରାୟ ୧୭ବର୍ଷ ପୂର୍ବରୁ ଓସ୍ତପୁରା, ଧବଣୀ ଓ ଖାଳିଆମେଣ୍ଟା ଆଦି ଗାଁ ସଂଲଗ୍ନ ଥିବା ଚାଷ ଜମି ଗୁଡ଼ିକୁ ଜଳସେଚିତ କରିବା ଉଦ୍ଦେଶ୍ୟରେ କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ଏହି ଡ୍ୟାମ ନିର୍ମାଣ କରାଯାଇଥିଲା। ଗତ ୫ବର୍ଷ ହେବ ଏହି ଡ୍ୟାମର ଦୁରବସ୍ଥା ଚାଷୀକୁଳକୁ ହତାଶ କରି ଦେଇଛି। ଡ୍ୟାମର ଅବସ୍ଥା ଜରାଜୀର୍ଣ୍ଣ ହେବା ସହ ଏହାର ଗେଟ୍‌ ଅଚଳ ହୋଇ ପଡ଼ିଥିଲା। ତେବେ ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ମରାମତି ହେଉ ନ ଥିବାବେଳେ ଚଳିତ ବର୍ଷ ଟେଣ୍ଡର ଯୋଗେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ମରାମତି ହୋଇଥିଲା। ଏହାସତ୍ତ୍ୱେ ଡ୍ୟାମର ଗେଟ୍‌ଟି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଉ ନ ଥିବାରୁ ଚାଷୀମାନେ ଫସଲ ହାନି ହେବା ଆଶଙ୍କା ପ୍ରକାଶ କରି ବହୁ ମାସ ପୂର୍ବରୁ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଅବଗତ କରାଇଥିଲେ। କିନ୍ତୁ ଚାଷୀଙ୍କ କଥାକୁ ସେ ସମୟରେ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଥିବା ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଏନେଇ ଆମେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ବେହେରାଙ୍କୁ ପଚାରିବାରୁ ଏନେଇ ଚାଷୀମାନେ ତାଙ୍କୁ ଅବଗତ କରିବା ପରେ ଗେଟ୍‌ ନିକଟରେ ବାଲିବସ୍ତା ପକାଇ ଡ୍ୟାମର ପାଣିକୁ ରୋକିବା ପାଇଁ ପଦକ୍ଷେପ ଖୁବ୍‌ଶୀଘ୍ର ନିଆଯାଉଛି ବୋଲି କହିଛନ୍ତି। ତୁରନ୍ତ ଫସଲ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ ସହ ଡ୍ୟାମର ସ୍ଥାୟୀ ମରାମତି ପାଇଁ ପଦକ୍ଷେପ ନିଆ ନ ଗଲେ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀ ନିରାକାର ନାଏକ, ସୁଶାନ୍ତ ନାଏକ, କୃଷ୍ଣଚନ୍ଦ୍ର ନାଏକ, ନାଳୁ ମହାକୁଡ଼, ଲମ୍ବୁଆ ନାଏକ, ଅକ୍ଷୟ ନାଏକ, ସୁର ମହାକୁଡ଼, ପ୍ରମୋଦ ନାଏକ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅଭିଯୋଗ ଶୁଣାଣି

ଦାରିଙ୍ଗବାଡି,୧୭ା୧୨(ଡି.ଏନ୍‌.ଏ.)-ାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମିଳିତ ଅଭିଯୋଗ ଶୂଣାଣି ଅନୁଷ୍ଠିତ ହୋଇଛି। କନ୍ଧମାଳ ଜିଲା ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ମୋଟ ୩୯ ଅଭିଯୋଗ ଣୁଣିଥିଲେ।...

ବିଜୁ ଜୟନ୍ତୀରେ ବଣ୍ଟାଯିବ ‘ପକ୍କାଘର ଯୋଗ୍ୟତା କାର୍ଡ’

ଭୁବନେଶ୍ୱର,୩ା୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଦିବସକୁ ଆସନ୍ତା ୫ ତାରିଖରେ ବିଜେଡି ପକ୍ଷରୁ ପାଳନ କରାଯିବ। ପ୍ରତ୍ୟେକ ବର୍ଷ ଭଳି ଏଥର...

ଅଫିସରେ ମହିଳା ଆର୍‌ଆଇଙ୍କୁ ଆକ୍ରମଣ

ଆନନ୍ଦପୁର,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ମହିଳା ରାଜସ୍ବ ନିରୀକ୍ଷକ ସୀମା ସିମନ୍ତିନୀ ସାହୁ ସୋମବାର ସକାଳେ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି।...

ଟି-୨୦ ଲାଗି ଜୁନ୍‌ ୧ରେ ଅନ୍‌ଲାଇନ ଟିକେଟ୍‌ ବୁକିଂ

କଟକ ଅଫିସ,୩୦।୫: ବାରବାଟୀ ଟି-୨୦ ପାଇଁ ଆସନ୍ତା ଜୁନ୍‌ ୧ରେ ଅନ୍‌ଲାଇନରେ ଟିକେଟ୍‌ ବୁକିଂ ଆରମ୍ଭ ହେବ। ଏ ନେଇ ଓସିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା...

ଅମାନିଆଙ୍କୁ ସାବାଡ୍‌ କଲା ପୋଲିସ

ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କଚେରୀ ବଜାରରେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ପୋଲିସ ପକ୍ଷରୁ ମାସ୍କ ଚେକିଂ ଚାଲିଥିବା ବେଳେ କେତେଜଣ ଅମାନିଆ...

ଅଗଷ୍ଟ ୧୬ରୁ ଖୋଲିବ ୯ମ ଶ୍ରେଣୀ

ଭୁବନେଶ୍ୱର,୬।୮(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଗୁରୁବାର ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି...

ଭାଜପାର ଉତ୍ଥାନ: ବିଜେଡିକୁ ଚ୍ୟାଲେଞ୍ଜ

ଯାଜପୁର ଅଫିସ,୨୯ା୧: ଯାଜପୁର ଜିଲା ବିଜେଡି ଗଡ଼ରେ ଭାଜପାର ଉତ୍‌ଥାନକୁ ନେଇ ରାଜନୈତିକ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଲାଣି। ରାଜ୍ୟରେ ବିଜେଡି ସରକାରଙ୍କ...

ରାଉରକେଲାରେ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ: ଓଡ଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହେଲ କନ୍ଧମାଳ ଛାତ୍ରୀ

ଦାରିଙ୍ଗବାଡ଼ି,୯।୬(ଡି.ଏନ୍‌.ଏ): ରାଉରକେଲା କଳାସଂଘମ୍‌ ପକ୍ଷରୁ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ସେକ୍ଟର ୧୯ ସିଭିକ୍‌ ସେଣ୍ଟରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ...

Advertisement
Archives

Model This Week