Posted inଖେଳ

ଚାମ୍ପିୟନ୍ସ ଲିଗ୍‌: ଲିଭରପୁଲ-ବାର୍ସିଲୋନା ସେମିଫାଇନାଲ

ପୋର୍ଟୋ (ପର୍ତ୍ତୁଗାଲ), ୧୮।୪(ଏଏଫ୍‌ପି)- ୟୁରୋପର ବଛା ବଛା ଶ୍ରେଷ୍ଠ ଫୁଟ୍‌ବଲ କ୍ଲବଗୁଡ଼ିକୁ ନେଇ ଚାଲିଥିବା ଚାମ୍ପିୟନ୍ସ ଲିଗ୍‌ ପ୍ରତିଯୋଗିତାର ସେମିଫାଇନାଲରେ ଲିଭରପୁଲ ଦଳ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ୨ୟ ଲେଗ୍‌ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲିଶ କ୍ଲବ ଲିଭରପୁଲ ୪-୧ ଗୋଲରେ ଘରୋଇ ଏଫ୍‌ସି ପୋର୍ଟୋକୁ ପରାସ୍ତ କରଛି। ବିଜୟୀ ଦଳ ପକ୍ଷରୁ ସାଡିଓ ମାନେ (୨୬ତମ ମିନିଟ୍‌), ମହମ୍ମଦ ସାଲ୍‌ହା (୬୫ତମ), ରବର୍ଟ ଫିର୍‌ମିନୋ (୭୭ତମ) ଓ ଭିର୍ଗିଲ ଭାନ୍‌ ଡିଜେକ୍‌ (୮୪ତମ) ଗୋଟିଏ ଲେଖାଏ ଗୋଲସ୍କୋର କରିଥିଲେ। ଭିର୍ଗିଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଏଥିପୂର୍ବରୁ ଦୁଇ ଦଳ ମଧ୍ୟରେ ଗତ ସପ୍ତାହରେ ଖେଳାଯାଇଥିବା ପ୍ରଥମ ଲେଗ୍‌ କ୍ୱାର୍ଟର ଫାଇନାଲକୁ ମଧ୍ୟ ଲିଭରପୁଲ ୨-୦ରେ ଜିତିଥିଲା। ଫଳରେ ୨ଟି ଯାକ କ୍ୱାର୍ଟର ଫାଇନାଲର ଫଳାଫଳ ଅନୁଯାୟୀ ଲିଭରପୁଲକୁ ୬-୧ ଗୋଲରେ ବିଜୟୀ ଘୋଷିତ କରାଯାଇଥିଲା। ସେମିଫାଇନାଲରେ ଲିଭରପୁଲର ମୁକାବିଲା ୟୁରୋପ୍‌ ମହାଦେଶର ଅନ୍ୟତମ ଶକ୍ତିଶାଳୀ କ୍ଲବ ବାର୍ସିଲୋନ ସହ ହେବ। ପୂର୍ବରୁ ମଙ୍ଗଳବାର ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଲିଓନେଲ ମେସିଙ୍କ ବାର୍ସିଲୋନା ୪-୦ ଗୋଲ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଲବକୁ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଦିନିକିଆରେ ଭାରତ-ଏ’କୁ ଜିତାଇଲେ ଋତୁରାଜ

ବେଲାଗାଭି (କର୍ନାଟକ), ୭।୬(ପି.ଟି.)- ଋତୁରାଜ ଗାଏକଓ୍ବାଡଙ୍କ ମାରାଥନ ଅପରାଜିତ ଶତକୀୟ ଇନିଂସ ବଳରେ ଭାରତ-ଏ ଗୁରୁବାର ଏଠାରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା-ଏ’କୁ...

୧୪୦ କିଲୋ ଓଜନର ଖେଳାଳି ପଡିଆରେ କଲେ କମାଲ୍‌

ଜାମାଇକା,୧୩।୯: କାରାବିଆନ୍‌ ପ୍ରିମିୟର୍‌ ଲିଗ୍‌ରେ କମାଲ୍‌ କରିଛନ୍ତି ୧୪୦ କିଲୋ ଓଜନର ଖେଳାଳି। ଲିଗ୍‌ର ଏକ ମ୍ୟାଚ୍‌ରେ ଜାମାଇକା ତଲାଓ୍ବାହସ ଏବଂ ସେଣ୍ଟ୍‌ ଲୁସିଆ ଜୁକ୍ସ...

ଡେନ୍‌ମାର୍କ ଓପନ୍‌: ସୁବିଧାଜନକ ଡ୍ର’ରେ ସାଇନା, ଶ୍ରୀକାନ୍ତ

ଓଡେନ୍ସ,୧।୧୦(ପି.ଟି.): ଟୋକିଓ ଅଲିମ୍ପିକ୍ସ ଖେଳିବାର ସମ୍ଭାବନା ସୃଷ୍ଟି କରିଥିବା ବ୍ୟାଡମିଣ୍ଟନ ତାରକା କିଡାମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ବାଲ ଆଗକୁ ଆୟୋଜନ ହେବାକୁ ଥିବା ଡେନ୍‌ମାର୍କ...

ପାକିସ୍ତାନୀ ଖେଳାଳି କହିଲେ, ଇମାମଙ୍କ ଶତକକୁ ଡଷ୍ଟବିନ୍‌ରେ ଫୋପାଡି ଦେବା ଉଚିତ୍‌

ଇସଲମାବାଦ୍‌, ୭।୭: ୨୦୧୯ ଆଇସିସି ବିଶ୍ୱକପରୁ ବିଦାୟ ନେଇ ପାକିସ୍ତାନ। ଶେଷ ମ୍ୟାଚ୍‌ ବାଂଲାଦେଶକୁ ୯୯ ରନ୍‌ରେ ପରାସ୍ତ କରି ବିଜୟର ସହ ବିଶ୍ୱକପରୁ ବିଦାୟ...

ନାବାଳିକା ବଳାତ୍କାର ମାମଲାରେ ଫସିଲେ ପୂର୍ବତନ କ୍ରିକେଟର, ବଢ଼ିଲା ରିମାଣ୍ଡ ଅବଧି

କାଠମାଣ୍ଡୁ,୧୩ା୧୦: ନାବାଳିକା ବଳାତ୍କାର ମାମଲାରେ ନେପାଳ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେ ଫସିଛନ୍ତି। ସନ୍ଦୀପଙ୍କ ପୋଲିସ ହେପାଜତକୁ ଆହୁରି ବୃଦ୍ଧି କରାଯାଇଛି। ତାଙ୍କ...

ନାମ୍ବିଆର ଦୁଇ ଆଥ୍‌ଲେଟ ଅଲିମ୍ପିକ ୪୦୦ମିଟରରୁ ବଞ୍ଚତ୍ତ

କେପ୍‌ଟାଉନ୍‌, ୩ା୭(ଏପି)-ନାମ୍ବିଆର ଦୁଇଜଣ ୧୮ ବର୍ଷୀୟା ଧାବିକାଙ୍କୁ ଟୋକିଓ ଅଲିମ୍ପିକ୍ସ ୪୦୦ ମିଟର ରେସ୍‌ରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ। କାରଣ ମେଡିକାଲ ଟେଷ୍ଟ...

କରାଟେରେ ୪୪ଟି ମେଡାଲ ଜିତିଛନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ

ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମିଚେଲ ଜନସନ ୨୦୧୧ରେ ଜେସିକାଙ୍କ ହାତ ଧରିଥିଲେ। ଜେସିକାଙ୍କ ବିବାହ ପୂର୍ବରୁ ଏକ ଭିନ୍ନ ପରିଚୟ ଥିଲା। ଜେସିକା କରାଟେରେ ବେଶ୍‌...

ସ୍ବାଗତିକା ରଥଙ୍କ ଅବସର

ଭୁବନେଶ୍ୱର,୩ା୫ (ସ୍ପୋଟର୍‌ସ ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିଥିବା ଓଡ଼ିଶା ଖେଳାଳି ସ୍ବାଗତିକା ରଥ ଅବସର ଘୋଷଣା କରିଛନ୍ତି। ଓଡ଼ିଶା ଓ ରେଲଓ୍ବେଜ୍‌...

Advertisement
Archives

Model This Week