Posted inଫୁରସତ

ଚାବିର ଦାମ୍‌ ୩.୮୮ କୋଟି

ଦାମୀ ଲକ୍‌ଜ୍ୟୁରି କାର୍‌ର ମାଲିକ ହେବା ପାଇଁ କାହାର ବା ସ୍ବପ୍ନ ନ ଥାଏ। କିନ୍ତୁ କିଛି ଜଣଙ୍କ ପାଇଁ ଏହା ସାମାନ୍ୟ କଥା ହୋଇଥିବା ବେଳେ କିଛି ଜଣଙ୍କ ପାଇଁ କେବଳ ସ୍ବପ୍ନ ହୋଇ ହିଁ ରହିଯାଏ। ତେବେ ଲକ୍‌ଜ୍ୟୁରି କାର୍‌ର ମାଲିକ ହୋଇଗଲା ପରେ କିଛି ଜଣଙ୍କ ମନରେ ସେହି କାର ପାଇଁ ଗୋଟିଏ ଦାମୀ ଚାବି ବନେଇବାର ଇଚ୍ଛା ରହିଥାଏ। ସେହିଭଳିି ବ୍ୟକ୍ତିଙ୍କ ଇଚ୍ଛାକୁ ପୂରଣ କରେ ‘ଇବାଇନ୍‌’ ନାମକ ପୃଥିବୀର ଏକମାତ୍ର ଲକ୍‌ଜ୍ୟୁରି କାର୍‌ କି ମେକିଙ୍ଗ କମ୍ପାନୀ। ଏହି କମ୍ପାନୀ ବୁଗାଟି, ରୋଲସ୍‌ ରୟେସ୍‌, ବେଣ୍ଟଲେ, ମେକ୍‌ ଲୋରେନ୍‌, ମର୍ଶିଡିଜ୍‌ ବେଞ୍ଜ୍‌ ଭଳି ଦାମି ସୁପର୍‌ କାରଗୁଡିକ ପାଇଁ ଚାବି ପ୍ରସ୍ତୁତ କରିଥାଏ, ଯେଉଁଥିରେ ଦାମୀ ପଥର, ହୀରା, ୧୮ କ୍ୟାରେଟ ସୁନା ଆଦି ବ୍ୟବହାର କରାଯାଇଥାଏ । କେବଳ ସେତିକି ନୁହେଁ ଏହି କମ୍ପାନୀ ତା’ର ଗ୍ରାହକମାନଙ୍କୁ କଷ୍ଟମାଇଜ୍‌ ଚାବି ପ୍ରସ୍ତୁତ କରିବାର ମଧ୍ୟ ଅପ୍ସନ ଦେଇଥାଏ। ଏହିସବୁ କଷ୍ଟମାଇଜ୍‌ ଚାବିରେ ହୀରା, ସୁନା ବ୍ୟତୀତ କାଠ ଏବଂ ଲେଦର ଭଳି ବସ୍ତୁର ବ୍ୟବହାର ମଧ୍ୟ କରାଯାଇଥାଏ। ତେବେ ନିକଟରେ ଏହି କମ୍ପାନୀ ରୋଲସ୍‌ ରୟେସ୍‌ ଫାଣ୍ଟମ୍‌ କାର ଲାଗି ଏକ ଚାବି ପ୍ରସ୍ତୁତ କରିଛନ୍ତି, ଯାହାର ମୂଲ୍ୟ ରହିଛି ୩.୮୮ କୋଟି। ଏହି ଚାବିର ମୂଲ୍ୟ ଏତେ ଅଧିକ ଯେ ଏହି ମୂଲ୍ୟରେ ଆଉ ଏକ ଲକ୍‌ଜ୍ୟୁରି କାର ମଧ୍ୟ କିଣାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ବାଇକରେ କାମୁଡ଼ିବା ପରେ ନାଗକୁ ଧରି ମେଡିକାଲରେ ପହଞ୍ଚତ୍ଲେ ବ୍ୟକ୍ତି

ଚୁରୁ, ୬।୭- ରାଜସ୍ଥାନ ଚୁରୁ ଜିଲା ହସ୍ପିଟାଲକୁ ସାପ କାମୁଡ଼ିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକେ ଚକିତ...

ଯେଉଁଠି ଭାତ ଥାଳିକୁ ଗୋଡରେ ଠେଲି ପୁରୁଷଙ୍କୁ ଖାଇବାକୁ ଦିଅନ୍ତି ମହିଳା

ପରମ୍ପରା ନାଁରେ ଏବେବି ଅନେକ ଅନ୍ଧ ବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତର ପ୍ରଦେଶର ତରାଇ ଅଞ୍ଚଳରେ ଥିବା ଥାରୁ ମହିଳାମାନେ ପୁରୁଷମାନଙ୍କୁ ଖାଦ୍ୟ ପରସିବା ପରେ...

ପବ୍‌ଜି ଖେଳି ଯୁବକ ଖର୍ଚ୍ଚ କରିଦେଲେ ମା’ବାପାଙ୍କ ଚିକିତ୍ସା ପାଇଁ ଥିବା ୧୬ ଲକ୍ଷ ଟଙ୍କା, ଜଣାପଡ଼ିଲା ଏପରି

ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ଆଜିକାଲି ଯୁବପୀଢ଼ିଙ୍କ ଅଭ୍ୟାସରେ ପରିଣତ ହେଲାଣି। ଏଭଳି ସ୍ଥଳରେ ଅନ୍‌ଲାଇନ୍‌ ଖେଳିବାକୁ ନେଇ ଆଶ୍ଚର୍ଯ୍ୟ କଲାଭଳି ଘଟଣା ନଜରକୁ ଆସୁଛି। ଏଭଳି...

କରୋନା ଆଗରେ ହାର ମାନିଛି ମାନବିକତା: ୭ଘଣ୍ଟା ଧରି ଘର ବାହାରେ ପଡ଼ିରହିଲା ମୃତଦେହ

କୋଲକାତା,୧୫।୭: ଦେଶରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ...

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର: ଆଦର୍ଶ ଶିକ୍ଷକ ଲଳିତ ନାରାୟଣ ମହାପାତ୍ର

ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଗାଁରେ ମୋ ଜନ୍ମ। ନନା ଶିକ୍ଷକତା କରୁଥିଲେ। ମୁଁ ଅଷ୍ଟମରେ ପଢିଲାବେଳେ ତାଙ୍କର ବିୟୋଗ ହେଲା। ନନାଙ୍କର...

ତାପମାତ୍ରାକୁ ଅନୁଭବ କରିପାରୁଥିବା ଟେବୁଲ

ଆଜିକାଲି ଅନେକ ପ୍ରକାରର ଆସବାବପତ୍ର ଆସିଗଲାଣି। ଫୋଲ୍ଡିଂ ଆସବାବ ସହ ବିଭିନ୍ନ ଅଜବ ଆସବାବ ବି ରହିଛି। ନିକଟରେ ଆଉ ଏକ ପ୍ରକାରର ଅଜବ ଆସବାବପତ୍ର...

ମା’ ପେଟରୁ ଏମିତି କିଛି ଧରି ବାହାରିଲେ ନବଜାତକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

କରୋନା ଯୋଗୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ ପଡ଼ିଛି। ଏହି ସମୟରେ ଭିଲତ୍‌ନାମାର ଏକ ନବଜାତ ଶିଶୁପୁତ୍ର ଲୋକଙ୍କୁ କିଛିଟା ହସିବାକୁ ବାଧ୍ୟ କରିଛି। ଭିଏତନାମାର...

ମସାୟୋଶୀ ମାସୁମୋତୋଙ୍କ ବେଲୁନ୍‌ କାରିଗରି

ଛୋଟ ପିଲାଙ୍କର ବେଲୁନ୍‌ ବହୁତ ପସନ୍ଦ ଥାଏ। ତା’ସହ ଖେଳିଲେ ସେମାନଙ୍କୁ ଖୁସି ମିଳିଥାଏ। ଏବେ ଏହି ବେଲୁନ୍‌କୁ ନେଇ ଜଣେ କଳାକାର ଏଭଳି ସବୁ...

Coronavirus Update

Archives

Model This Week

Why Dharitri