ଚାନ୍ଦିଲି ପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବ

ବଲାଙ୍ଗୀର ଅଫିସ, ୨୪ା୪: ବଲାଙ୍ଗୀର ଜିଲା ଲାଠୋର ଥାନା ଅନ୍ତର୍ଗତ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରେ ଗୁରୁବାର ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ପରେ ମାଓବାଦୀ ଦଳ ସେଠାରୁ ଛତ୍ରଭଙ୍ଗ ଦେଇ ପଳାଇଥିଲେ । ପୋଲିସ ମାଓବାଦୀଙ୍କ କ୍ୟାମ୍ପ ଠାବ କରି ସେଠାରୁ ବହୁ ସାମଗ୍ରୀ ଜବତ୍‌ କରିଥିଲା । ତେବେ ପୋଲିସ ପକ୍ଷରୁ ଶୁକ୍ରବାର ମଧ୍ୟ କୋମ୍ବିଂ ଅପରେଶନ୍‌ ଜାରି ରହିଛି ଏବଂ ଚାନ୍ଦିଲି ପାହାଡକୁ ପୋଲିସ ଘେରି ରଖିଛି ବୋଲି ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତାଙ୍କ ସୂଚନା ଅଦୁସାରେ ଚାନ୍ଦିଲି ପାହାଡ ଅଞ୍ଚଳରେ ବଲାଙ୍ଗୀର-ବରଗଡ-ମହାସମୁନ୍ଦ ଡିଭିଜନର ଏକ ମାଓବାଦୀ ଦଳଙ୍କ ଗତିବିଧି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ମଙ୍ଗଳବାରଠାରୁ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ କୋମ୍ବିଂ ଅପରେଶନ୍‌ ଆରମ୍ଭ କରାଯାଇଥିଲା । ପୋଲିସର ଦୁଇଟି ସ୍ପେଶାଲ ଅପରେଶନ୍‌ ଗ୍ରୁପ ପକ୍ଷରୁ କୋମ୍ବିଂ ପରେ ବୁଧବାର ପୂର୍ବାହ୍ନ ୯ଟାରେ ଚାନ୍ଦିଲି ଜଙ୍ଗଲ ଉପରେ ଥିବା ମାଓବାଦୀମାନେ ପ୍ରଥମେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ । ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ମାଓବାଦୀମାନେ ସେହି ସ୍ଥାନ ଛାଡି ପଳାଇଥିଲେ। ତେବେ ପୋଲିସ ସେହି ଜଙ୍ଗଲରେ ସେମାନଙ୍କ ଏକ କ୍ୟାମ୍ପ ଠାବ କରିଥିଲା । ସେଠାରୁ ଦୁଇଟି ଜୀବନ୍ତ ଗୁଳି ସହ ମାଓବାଦୀମାନଙ୍କ ରନ୍ଧନ ସାମଗ୍ରୀ, ପନିପରିବା, ଲୁଗାପଟା, ଦୁଇଟି ଗୁଲେଟ୍‌ ବାଡି, ଗୋଳା ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଏହି ଘଟଣା ପରେ ସିଆରପିଏଫ୍‌, ଏସ୍‌ଓଜି ଏବଂ ଡିଭିଏଫ୍‌ ପୋଲିସ ଦଳ ସମଗ୍ର ଚାନ୍ଦିଲି ପାହାଡର ବିଭିନ୍ନ ଦିଗରେ ଥିବା ରାସ୍ତାକୁ ଘେରି ରହିଥିବା ଏସ୍‌ପି ମାଡକର ସୂଚନା ଦେଇଛନ୍ତି । ସେହି ଜଙ୍ଗଲରୁ ଏହି ମାଓବାଦୀ ଦଳ ଯେପରି ଖସି ନ ଯିବେ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଗୁଳି ବିନିମୟ ବେଳେ ପୋଲିସ ପକ୍ଷରୁ କାହାରି କିଛି କ୍ଷତି ହୋଇ ନ ଥିବାବେଳେ ମାଓବାଦୀଙ୍କ ମଧ୍ୟରୁ କେହି ଆହତ ହୋଇଥିବା ଏସ୍‌ପି ମାଡକର ସନ୍ଦେହ ପ୍ରକାଶ କରିଛନ୍ତି । ପ୍ରାୟ ୪ମାସ ପୂର୍ବରୁ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri