Posted inଖେଳ

ଚାଟ୍ଟୋଗ୍ରାମ ଟେଷ୍ଟ: ପରାଜୟ ଦ୍ୱାରରେ ବାଂଲାଦେଶ

ଚାଟ୍ଟୋଗ୍ରାମ, ୯।୯- ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଭ୍ରମଣକାରୀ ଆଫଗାନିସ୍ତାନ ବିପକ୍ଷରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ ପରାଜୟ ଦ୍ୱାରଦେଶରେ ପହଞ୍ଚତ୍ଛି। ୩୯୮ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଟାର୍ଗେଟ୍‌କୁ ପିଛା କରୁଥିବା ଘରୋଇ ବାଂଲାଦେଶ ରବିବାର ଚତୁର୍ଥ ଦିବସ ଶେଷ ସୁଦ୍ଧା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦ୍ୱିତୀୟ ଇନିଂସରେ ୪୪.୨ ଓଭରରେ ୬ ଉଇକେଟ୍‌ ହରାଇ ୧୩୬ ରନ୍‌ ସଂଗ୍ରହ କରିଛି। ଅଧିନାୟକ ଶାକିବ ଅଲ୍‌ ହାସନ ୩୯ ଓ ସୌମ୍ୟ ସରକାର କୌଣସି ରନ୍‌ ନ କରି ଅପରାଜିତ ରହିଛନ୍ତି। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଓପନର୍‌ ଲିଟନ ଦାସ ୯, ଶାଦମନ ଇସଲାମ ୪୧, ମୋସାଡେକ ହୋସେନ ୧୨, ମୁଶଫିକର ରହିମ ୨୩, ମହମ୍ମଦୁଲା ୭ ଓ ମୋମିନୁଲ ହକ୍‌ ୩ ରନ୍‌ କରି ଆଉଟ୍‌ ହୋଇଛନ୍ତି। ପ୍ରଥମ ଇନିଂସରେ ୫ ଉଇକେଟ୍‌ ଅକ୍ତିଆର କରିଥିବା ଆଫଗାନିସ୍ତାନ ଅଧିନାୟକ ରଶିଦ ଖାଁ ୨ୟ ଇନିଂସରେ ମଧ୍ୟ ୩ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି। ଜାହିର ଖାଁ ୨ ଓ ମହମ୍ମଦ ନବି ଗୋଟିଏ ଉଇକେଟ୍‌ ଅକ୍ତିଆର କରିଛନ୍ତି। ସୋମବାର ମ୍ୟାଚ୍‌ର ଅନ୍ତିମ ଦିବସ ହୋଇଥିବାବେଳେ ୪ ଉଇକେଟ୍‌ ସୁରକ୍ଷିତ ଥାଇ ବାଂଲାଦେଶକୁ ବିଜୟ ପାଇଁ ଆହୁରି ୨୬୨ ରନ୍‌ ଆବଶ୍ୟକ ହେଉଛି। ଅପରପକ୍ଷରେ ଯଦି ଆଫଗାନିସ୍ତାନ ଅନ୍ତିମ ଦିନରେ ୪ ଉଇକେଟ୍‌ ହାସଲ କରିନିଏ ତେବେ ଟେଷ୍ଟ ଇତିହାସରେ ଏହାର ପ୍ରଥମ ବିଜୟ ସ୍ବାଦ ଚାଖିବ।
୧୩୭ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ୨ୟ ଇନିଂସ ଆରମ୍ଭ କରିଥିବା ଆଫଗାନିସ୍ତାନ ଶନିବାର ସୁଦ୍ଧା ୮ ଉଇକେଟ୍‌ରେ ୨୩୭ ରନ କରିଥିଲା। ରବିବାର ସକାଳେ ଦଳ ପୂର୍ବଦିନର ଅସମାପ୍ତ ସ୍କୋରରେ ଆଉ ୨୩ ରନ ଯୋଡ଼ି ୨୬୦ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଉଇକେଟ୍‌କିପର ଅଫସାର ଜାଜାଇ ୪୮ ରନରେ ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୩୪୨/୧୦
ବାଂଲାଦେଶ ପ୍ରଥମ ଇନିଂସ- ୨୦୫/୧୦
ଆଫଗାନିସ୍ତାନ ୨ୟ ଇନିଂସ- ୨୬୦/୧୦, ୯୦.୧ ଓଭର (ଜାଜାଇ ୪୮*, ଇବ୍ରାହିମ ଜର୍ଡାନ ୮୭, ଅସଘର ଆଫଘାନ ୫୦, ଶାକିବ ୩/୫୮, ମେହେଦି ହାସାନ ୨/୩୫)
ବାଂଲାଦେଶ ୨ୟ ଇନିଂସ- ୧୩୬/୬, ୪୪.୨ ଓଭର (ଇସଲାମ ୪୧, ଶାକିବ ୩୯*, ମୁଶଫିକର ୨୩, ରଶିଦ ୩/୪୬)।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ବନ୍ଦର ପ୍ରଭାବ: ବଡ଼ ଗାଡିଚଳାଚଳ, ଦୋକାନବଜାର ବନ୍ଦ 

କୋରାପୁଟ,୨୮।୧(ଅମିତାଭ ବେହେରା ): ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ…

କର୍ଲାମୁଣ୍ଡାରେ ସବୁ ଅଫିସ ବନ୍ଦ

କର୍ଲାମୁଣ୍ଡା,୨୮ା୧(ପ୍ରଦୀପ କୁମାର ସାହୁ): ରାଜ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା…

ଉପମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୮।୧: ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ…

ବନ୍ଦ ପ୍ରଭାବ: ଜାତୀୟ ରାଜପଥ ଅବରୋଧ, ଯାନବାହନ ଅଚଳାବସ୍ଥା

କେସିଙ୍ଗା,୨୮।୧(ତୁମେଶ୍ୱର ସାହୁ): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର…

ଜାତୀୟ ରାଜପଥ ଅବରୋଧ କଲା ନବ ନିର୍ମାଣ କୃଷ ସଂଗଠନ

ପାଟଣା,୨୮ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲାପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିହ୍ନୁଆ ଛକ ନିକଟରେ ବୁଧବାର ନବ ନିର୍ମାଣ କୃଷକ…

ଓଡ଼ିଶା ବନ୍ଦର ପ୍ରଭାବ: କଳାହାଣ୍ଡିରେ ଅଧା ଖୋଲା ଅଧା ବନ୍ଦ

ଭବାନୀପାଟଣା,୨୮।୧(ଉତ୍ତମ କୁମାର ଦାଶ): ଧାନ ମଣ୍ଡିରେ ଅବ୍ୟବସ୍ଥା , ପ୍ରଦୂଷଣ ନାଁରେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ, ଟାଟା ପାୱାରର ସ୍ମାର୍ଟ ମିଟର ନାଁରେ ଶୋଷଣ…

ବଂଶଧାରା ମହୋତ୍ସବରେ ଚାଲିଛି ଜୁଆଖେଳ, ଭିଡିଓ ସାମ୍ନାକୁ ଆସିବା ପରେ…

ଗୁଣପୁର,୨୮ା୧(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁରରେ ଆୟୋଜିତ ବଂଶଧାରା ବସନ୍ତ ମହୋତ୍ସବ ପରିସରରେ ଜୁଆଖେଳ ଚାଲିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ସାମ୍ନାକୁ…

ବନ୍ଦ ଡାକରା ଭିତରେ ଅଫିସରେ କାମ କରୁଥିଲେ ଅତିରିକ୍ତ ଜିଲାପାଳ, ପହଞ୍ଚିଗଲେ ଚାଷୀ ନେତା, ତା’ପରେ…

ବଲାଙ୍ଗୀର ୨୮।୧ (ସୁନିଲ କୁମାର ମହାନ୍ତି): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri