ଚାଉଳ ନ ପାଇ ତାତିଲେ ହିତାଧିକାରୀ

କପ୍ତିପଦା,୨୪ା୯(ଡି.ଏନ୍‌.ଏ.)- ରାସନକାର୍ଡ ସହ ଆଧାର ଲିଙ୍କ୍‌ରେ ବିଳମ୍ବ ଯୋଗୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଲାବଣ୍ୟଦେଇପୁର ପଞ୍ଚାୟତର ଶତାଧିକ ଗ୍ରାମବାସୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ ସୋମବାର ଶତାଧିକ ହିିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ। ଏଥିନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଉଳ ପାଇବାରୁ ବଞ୍ଚିତ ଜନସାଧାରଣ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରି ନାହିଁ ା ବ୍ଲକ୍‌ କାର୍ଯ୍ୟାଳୟଠାରୁ ୨୦କି.ମି ଦୂରରେ ରହୁଥିବା ଏହି ପଞ୍ଚାୟତବାସୀ ସଚେତନତାର ଅଭାବରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ା ବ୍ଲକ୍‌ ଅଫିସରୁ ପଞ୍ଚାୟତ କାର୍ଯ୍ୟଳୟ ପର୍ଯ୍ୟନ୍ତ କେହି ସେମାନଙ୍କ କଥା ଶୁଣୁ ନ ଥିବା ପାର ସିଂ, ଜାବି ସିଂ ଓ ବାସି ଦେଇ ପ୍ରମୁଖ କହିଛନ୍ତି ା ଯାହାକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିିଛି ା ସୋମବାର ଉକ୍ତ ପଞ୍ଚାୟତର ଧନଚତୁରୀ, ହୁଡିସାହି, କଟୁରିଆ, ଶାଣଦେଇ, ପାତାସାହି, ଢିପାସାହି, ଗଜାପଥର, ଗାଇପାଣିଖିଆ, ଅଶ୍ୱକୁଟୀ, ହଦଗୁଠ ଓ ଚାପଲସାହିର ଶତାଧିକ ଗ୍ରାମବାସୀ ମାଝୀ ହାଡାମ ତଥା ସମାଜସେବୀ ଜୟ ମୁର୍ମୁଙ୍କ ନେତୃତ୍ୱରେ କପ୍ତିପଦା ବ୍ଲକ୍‌ କାଯର୍‌ୟାଳୟରେ ପହଞ୍ଚିି ପ୍ରତିବାଦ କରିବା ସହିତ ବିଡିଓଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗପତ୍ର ଦେଇଥିଲେ। ବ୍ଲକ୍‌ ଯୋଗାଣ ଅଧିକାରିଣୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି ା ଉପସ୍ଥିତ ଥିବା ଗ୍ରାମବାସୀ ରାସନକାର୍ଡ ସହିତ ଆଧାର ନମ୍ବରକୁ ଲିଙ୍କ ପାଇଁ ଫର୍ମ ଦାଖଲ କରିଛନ୍ତି। ବିଡିଓ ମଲ୍ଲିକ୍‌ ୧୫ଦିନ ମଧ୍ୟରେ ସେମାନଙ୍କର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା। ସେହିପରି ଉକ୍ତ ପଞ୍ଚାୟତର ୧୨ ଜଣ ହିତାଧିକାରୀ ୬ମାସରୁ ଊର୍ଦ୍ଧ୍ୱ ହେବ ରାସନକାର୍ଡ ପାଇଥିଲେ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ା ସେମାନଙ୍କର କାୈଣସି ତଥ୍ୟ କମ୍ପ୍ୟୁଟରରେ ଉପଲବ୍ଧ ନ ଥିବାରୁ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ଚାଉଳ ଦିଆଯାଉ ନାହିଁ ା ତଥ୍ୟ ଉପଲବ୍ଧ ନ ଥିବା ବେଳେ ସେମାନଙ୍କୁ କାର୍ଡ କିପରି ଦିଆଗଲା ଏହାକୁ ନେଇ ସେମାନେ ପ୍ରଶ୍ନ ଉଠାଇବା ସହିତ ତାଙ୍କ ଚାଉଳ ବାଟ ମାରଣା ହେଉଥିବା ଅଭିଯୋଗ କରିଛନ୍ତି ା ଏ ସମ୍ପର୍କରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଃଖିନୀ ସିଂ, ଦିଦି ସିଂ ଓ ରାମାୟ ସିଂ ଦାବି କରିଛନ୍ତି ା ତେବେ ବିଡିଓଙ୍କ ପ୍ରତିଶ୍ରୁତି ମୁତାବକ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ା ଏଥିନେଇ ବିଡିଓ ମଲ୍ଲିକ୍‌ଙ୍କୁ ପଚାରିବାରୁ ଅଭିଯୋଗ ପାଇଛି ଓ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ଭିଜିଲାନ୍ସ ଖୋଳତାଡ଼: ଯନ୍ତ୍ରୀ-ଠିକାଦାର କିଙ୍ଗ୍‌ପିନ୍‌

ମାଲକାନଗିରି,୨୮ା୩(ଡି.ଏନ୍‌.ଏ.): ଯେତେ ଖୋଳିଲେ ସେତେ ବାହାରୁଛି ମାଲକାନଗିରି ଜିଲା ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ସମ୍ପତ୍ତି। ଦୁଇ ଦିନ ହେଲାଣି ଭିଜିଲାନ୍ସର ଖୋଳତାଡ଼ ସରୁନାହିଁ।...

ଖୋଜା ଚାଲିଛି କାରଣ

ବାଙ୍ଗିରିପୋଷି,୧୪।୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୬୩ ଛାତ୍ରୀଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନ ଦେବା ଚର୍ଚ୍ଚାର...

ରାଜଘାଇ ପାଣି ଦୂଷିତ, ପାନୀୟଜଳ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ,୨୧ା୩(ଡି.ଏନ୍‌.ଏ.) – ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଗ୍ରାମ୍ୟ ଜଳ ଯୋଗାଣ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୩୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୬,୬୯୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ରାଇରଙ୍ଗପୁର,୨୯।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋରୁମହିଷାଣି ଥାନା ଅଞ୍ଚଳର ଜନୈକା ଦିବ୍ୟାଙ୍ଗ (ମାନସିକ ଅନଗ୍ରସର) ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସୂଚନା...

ଟ୍ରମା ଚିକିତ୍ସା ଲାଗି ୧୪୭ କୋଟି

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଓଡ଼ିଶାରେ ପ୍ରତି ୧୦୦ ଦୁର୍ଘଟଣାରେ ୪୮ଜଣଙ୍କ ଜୀବନ ଯାଉଛି, ଯାହା ଜାତୀୟ ହାର ତୁଳନାରେ ଅଧିକ। ଏଥିଲାଗି ସୁପ୍ରିମକୋର୍ଟ କମିଟି ବାରମ୍ବାର ତାଗିଦ୍‌ କରୁଥିଲେ...

ପାଟଣାଗଡ ବିଧାୟକଙ୍କୁ କରୋନା

ଭୁବନେଶ୍ୱର,୧୨।୯(ବ୍ୟୁରୋ)-ପାଟଣାଗଡ ବିଧାୟକ ସରୋଜ କୁମାର ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିିଭ ଆସିଛି। ଶନିବାର ସେ ଟୁଇଟ୍‌ କରି ଏହି ସୂଚନା...

ରାଜ୍ୟରେ ସୁସ୍ଥ ହେଲେ ୨୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ରବିବାର ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ କରୋନାରୁ ମୁକ୍ତ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩,୨୯,୫୪୬ରେ। ସୁନ୍ଦରଗଡ଼ରୁ ସର୍ବାଧିକ ୩୯,...

Advertisement
Archives

Model This Week