ଚାଇନା ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ, ସ୍ବଦେଶୀ ସାମଗ୍ରୀ ବିକିବାକୁ ଅନୁରୋଧ

ଭଦ୍ରକ ଅଫିସ,୧୮ା୬: ସୀମାରେ ଚାଇନା-ଭାରତ ସଂଘର୍ଷ ପରେ ଦେଶବ୍ୟାପୀ ଆଲୋଡ଼ନ ଖେଳିଯାଇଛି। ସଂଘର୍ଷରେ ଭାରତର ଯବାନମାନେ ଶହୀଦ ହେବା ପରେ ଚାଇନା ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲାରେ ଚାଇନା ସାମଗ୍ରୀ ବିକ୍ରି ଓ ବ୍ୟବହାରଠାରୁ ଦୂରେଇ ରହିବା ପାଇଁ ଆହ୍ବାନ ଦିଆଯାଇଛି। ଜିଲା ସାମାଜିକ ସଂଗଠନ ପକ୍ଷରୁ ଏହି ଆହ୍ବାନ ଦିଆଯାଇ ଗୁରୁବାର ସହର ପରିକ୍ରମା କରାଯାଇଛି। ଆଜି ସଂଗଠନର ସଦସ୍ୟମାନେ ସହରର ବନ୍ତ ଛକରୁ ବାହାରି ବଜାର ପରିକ୍ରମା କରିବା ପରେ ଟାଉନ୍‌ ହଲ ଛକଠାରେ ପହଞ୍ଚିଥିଲେ। ସଂଗଠନର ସଦସ୍ୟମାନେ ବଜାର ଭିତରେ ବିଭିନ୍ନ ଦୋକାନକୁ ଯାଇ ଚାଇନା ସାମଗ୍ରୀ ବିକ୍ରି ନ କରିବା ସହ ସ୍ବଦେଶୀ ସାମଗ୍ରୀ ବିକ୍ରି କରିବା ପାଇଁ ଅନୁରୋଧ କରିଥିଲେ। ଚାଇନା କେଉଁ ଭଳି ଆମକୁ ଶୋଷଣ କରୁଛି ଓ କରୋନା ଜୀବାଣୁକୁ ସମଗ୍ର ପୃଥିବୀରେ ପ୍ରସାର କରାଇ ବାଣିଜ୍ୟକୁ କରାଗତ ଲାଗି ଉଦ୍ୟମ କରୁଥିବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ପରେ ସଂଗଠନ ପକ୍ଷରୁ ଟାଉନ ହଲ୍‌ଠାରେ ଶହୀଦ ଭାରତୀୟ ଯବାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପାଇଁ ସାବଧାନ ରୁହନ୍ତୁ ଏହି ଜିଲାବାସୀ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୨୮।୫: ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ଝଡ଼ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

NEET Leak; ରାଜନାଥଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ, ଘୋଷଣା କରି କହିଲେ….

ନୂଆଦିଲ୍ଲୀ, ୨୮।୫: NEET ପେପର୍ ଲିକ୍ ବିବାଦ ପରେ, କେନ୍ଦ୍ର ସରକାର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁରକ୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ବିଚାର…

ରାତିରେ ନିଦ ହେଉନି କି? ଶୋଇବା ପୂର୍ବରୁ କରନ୍ତୁ ଏହି କାମ…

ଆଜିକାଲି ବହୁତ ଲୋକ ଅନିଦ୍ରାରେ ପୀଡ଼ିତ। ବିଳମ୍ବିତ ରାତିରେ ଚେଇଁବା, ବାରମ୍ବାର ଉଠିବା ଏବଂ ସକାଳେ କ୍ଳାନ୍ତ ଅନୁଭବ କରିବା ଏକ ସାଧାରଣ କଥା ହୋଇଗଲାଣି। ସ୍ବାସ୍ଥ୍ୟ…

ପାଣି ପାଇଁ ମହାସଂଗ୍ରାମ: ପିଏଚଡି କାର୍ଯ୍ୟାଳୟ ଘେରିଲେ ମହିଳା, ବିଭାଗୀୟ ଅଧିକାରୀ ଦେଲେ ଏମିତି ପ୍ରତିଶ୍ରୁତି

ଛତ୍ରପୁର,୨୮।୫ (ଦିଲ୍ଲୀପ ସାମଲ): “ପାଣି ଟୋପେ ପାଇଁ ଜୀବନ ବିକଳ, ପ୍ରଶାସନ କିନ୍ତୁ ନିଦାବିଷ୍ଣୁ।” ଏଭଳି ଏକ ଚରମ ଅସନ୍ତୋଷ ପ୍ରକାଶ କରି ଆଜି ଛତ୍ରପୁର ପୌର…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଦେଢ ବର୍ଷ ସରକାରରେ ଏତେ ଦେଶ ଉପରେ ଆକ୍ରମଣ କରିଛନ୍ତି ଟ୍ରମ୍ପ, ଜାଣିଲେ ତାଜୁବ ହେବେ…

ଓ଼୍ବାଶିଂଟନ,୨୮।୫: ରାଷ୍ଟ୍ରପତି ହେବା ପରଠାରୁ, ଟ୍ରମ୍ପ ଦେଶଗୁଡ଼ିକର ଏକ ଆଶ୍ଚର୍ଯ୍ୟଜନକ ତାଲିକା ପ୍ରସ୍ତୁତ କରିଛନ୍ତି ଯେଉଁ ଦେଶଗୁଡ଼ିକୁ ସେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ଏବଂ କିଛି…

ବିନା ପେଟ୍ରୋଲ୍‌ରେ ଚାଲିବ ବାଇକ୍‌! Hero ଆଣୁଛି ଦେଶର ପ୍ରଥମ ଇଥାନଲ୍ ଚାଳିତ ଫ୍ଲେକ୍ସ-ଫ୍ୟୁଏଲ୍ ବାଇକ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୫: ଭାରତରେ ପରିବେଶ ଅନୁକୂଳ ତଥା ବିକଳ୍ପ ଜାଳେଣିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୁଇଚକିଆ ଯାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri