ଚାଇନାରେ ହାହାକାର: କରୋନା ମୃତ୍ୟୁ ସଂଖ୍ୟା ୪୯୦ ଛୁଇଁଲା; ୨୪ ହଜାରରୁ ଅଧିକଙ୍କ ଠାରେ ଚିହ୍ନଟ

ବେଜିଂ,୫।୨: ଚାଇନାର କରୋନା ମହାମାରୀ ହାହାକାର ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୯୦ରେ ପହଞ୍ଚିଛି। ସେହିପରି ୨୪ ହଜାର ୩ଶହ ୨୪ଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଚାଇନାର ୧୫ଟି ସହରରେ ସ୍ଥିତି ଗୁରୁତର ରହିଛି। ହୁବେଇ ପ୍ରଦେଶରେ ଇତିମଧ୍ୟରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଲକ୍ଷେ ୮୫ ହଜାର ଲୋକଙ୍କ ମେଡିକାଲ ଯାଞ୍ଚ୍‌ ଜାରି ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଏକ ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସେଠାରେ ଚିକିତ୍ସା ଆରମ୍ଭ ହୋଇଛି। ୧୩୦୦ ଶଯ୍ୟା ବିଶିଷ୍ଟ ଅନ୍ୟ ଏକ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଥିବାବେଳେ ସେଠାରେ ମଧ୍ୟ କରୋନା ସଂକ୍ରମିତଙ୍କ ଚିକିତ୍ସା ଆରମ୍ଭ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୧।୪: ୟୁନାଇଟେଡ ଆରବ ଏମିରେଟ୍‌ସ (ୟୁଏଇ)ର ରାଜଧାନୀ ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ହୋଇଛି। ସ୍ବାମୀନାରାୟଣନ ସଂସ୍ଥାର ମହନ୍ତ ସ୍ବାମୀ ମହାରାଜ...

ଶ୍ରୀଲଙ୍କା ସରକାର କହିଲେ ମୃତକଙ୍କ ସଂଖ୍ୟା ୩୫୯ ନୁହେଁ ୨୫୩

କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ଇଷ୍ଟର ସନ୍‌ ଡେ’ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୫୯ଜଣଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ହେଲେ ଏହି...

ଭାରତ ସପକ୍ଷରେ ୫୫ ରାଷ୍ଟ୍ର

ଜାତିସଂଘ,୨୭ା୬: ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ଆସନରେ ଭାରତର ସଦସ୍ୟତାକୁ ଚାଇନା, ପାକିସ୍ତାନ ସମେତ ୫୫ଟି ରାଷ୍ଟ୍ର...

ଲକ୍‌ଡାଉନ ଉଠିବା ପରେ ରେକର୍ଡ ସଂଖ୍ୟକ ରେଜିଷ୍ଟ୍ରେଶନ ଯୋଗୁ କ୍ରାସ୍‌ ହେଲା ମାଟ୍ରିମୋନିଆଲ୍‌ ସାଇଟ୍‌

ବେଜିଂ,୧୧।୪: କରୋନା ଭାଇରସ ଯୋଗୁ ବେଶି ପ୍ରଭାବିତ ହୋଇଥିବା ଚାଇନାର ଉହାନ ସହରରେ ଦୀର୍ଘ ଅଢେଇ ମାସର ଲକ୍‌ଡାଉନ ଖୋଲିବା ପରେ ଏବେ ସାଧାରଣ ଜୀବନଯାତ୍ରା...

୩୭୦ ଉଚ୍ଛେଦ ବିରୋଧରେ ଜେକେଏଲ୍‌ଏଫ୍‌ର ଫ୍ରିଡମ୍‌ ମାର୍ଚ୍ଚ : ଏଲ୍‌ଓସି ଅଭିମୁଖେ ପିଓକେବାସୀ

ଇସ୍‌ଲାମାବାଦ,୭ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଦୁଇମାସ ପୂରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନରେ ଜୋର୍‌ଦାର...

ନୂଆ ମାନଚିତ୍ରକୁ ନେପାଳ ପାର୍ଲାମେଣ୍ଟର ଅନୁମୋଦନ

କାଠମାଣ୍ଡୁ/ନୂଆଦିଲ୍ଲୀ,୧୪ା୬: ନେପାଳ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ବିଲ୍‌କୁ ଅନୁମୋଦନ ମିଳିଛି। ଦେଶର ମାନଚିତ୍ରରେ ପରିବର୍ତ୍ତନ ଲାଗି ଶନିବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍‌...

ଫିଲିପାଇନ୍ସରେ ତାଣ୍ଡବ ରଚିଲା ‘ଫନଫୋନ’: ୧୬ ମୃତ

ମନିଲା,୨୬।୧୨: ଖ୍ରୀଷ୍ଟମାସକୁ ଫିକା କରିଦେଲା ଘୂର୍ଣ୍ଣିଝଡ଼ ‘ଫନଫୋନ’। ଡିସେମ୍ବର ୨୫ରେ ଫିଲିପାଇନ୍ସରେ ଆସିଥିବା ଏହି ଘୂର୍ଣ୍ଣଝଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏଥିରେ...

ଗଙ୍ଗାରେ ଅସ୍ଥି ବିସର୍ଜନ ଲାଗି ଭାରତୀୟ ଭିଜାନୀତି କୋହଳ ଲାଗି ଦାବି କଲେ ପାକିସ୍ତାନୀ ହିନ୍ଦୁ

ନୂଆଦିଲ୍ଲୀ/ଇସଲାମାବାଦ୍‌,୩୦।୧: ପାକିସ୍ତାନରେ ବାସ କରୁଥିବା ହିନ୍ଦୁମାନେ ଗଙ୍ଗାରେ ଅସ୍ଥି ବିସର୍ଜନ ଲାଗି ଭାରତ ସରକାରଙ୍କ ଭିଜା ନୀତିକୁ କୋହଳ କରିବାକୁ ଦାବି କରିଛନ୍ତି। ଭାରତ ସରକାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *