Posted inଜାତୀୟ

ଚଳିତବର୍ଷ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ ଛପାଯାଇନାହିଁ

ନୂଆଦିଲ୍ଲୀ,୧୭।୧୦: ଚଳିତବର୍ଷ ଗୋଟିଏ ବି ୨ ହଜାର ଟଙ୍କିଆ ନୋଟ୍‌ ଛପାଯାଇନାହିଁ। ଆରଟିଆଇ ଦ୍ୱାରା ମଗାଯାଇଥିବା ଏକ ରିପୋର୍ଟରେ ଆରବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୧୬-୧୭ରେ ୩୫୪.୨୯ କୋଟିର ୨ ହଜାର ଟଙ୍କିଆ ନୋଟ ଛପାଯାଇଥିବାବେଳେ ୨୦୧୭-୧୮ରେ ୧୧.୧୫ କୋଟି ଟଙ୍କାର ଏହି ନୋଟ ଛପାଯାଇଛି। ୨୦୧୮-୧୯ରେ ଏହି ସଂଖ୍ୟା କମି ୪.୬୬ କୋଟିରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷରେ ଗୋଟିଏ ବି ୨ ହଜାର ଟଙ୍କିଆ ନୋଟ ଛପାଯାଇ ନ ଥିବା ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତକିଛିଦିନ ତଳେ ୨୦୧୬ ମସିହାରେ ହୋଇଥିବା ବିମୁଦ୍ରାୟନ ପରେ ବଜାରକୁ ଆସିଥିବା ନୂଆ ୨ ହଜାର ଟଙ୍କିଆ ନୋଟ ବନ୍ଦ ହୋଇପାରେ ବୋଲି ଗୁଜବ ଉଠିଥିଲା। ତେବେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଲୋକସଭାରେ ସଫେଇ ଦେଇ ସମ୍ପ୍ରତି ୨ହଜାର ଟଙ୍କିଆ ନୋଟକୁ ବନ୍ଦ କରିବାରେ କୌଣସି ଯୋଜନା ନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ୮ ନଭେମ୍ବର ୨୦୧୬ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାୟନ ଘୋଷଣା କରିଥିଲେ। ଫଳରେ ଦେଶରେ ୫୦୦, ୧୦୦୦ ଟଙ୍କିଆ ନୋଟର ବ୍ୟବହାରକୁ ତୁରନ୍ତ ବନ୍ଦ କରାଯାଇଥିଲା। ଏହାପରେ ୨ ହଜାର ଟଙ୍କିଆ ନୋଟର ପ୍ରଚଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେବାଶିଷ-ରଣେନ୍ଦ୍ରଙ୍କ ପୋଷ୍ଟରରୁ ଶଙ୍ଖ ଗାଏବ, ରାଜନୀତିରେ ହଲଚଲ

ଭୁବନେଶ୍ୱର,୩ା୧: ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନୂଆବର୍ଷ ପୋଷ୍ଟରକୁ ନେଇ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଉଭୟଙ୍କ ପୋଷ୍ଟରରେ ଶଙ୍ଖ...

କେତୁଙ୍କ ଗୋଚରରେ ଏହି ୩ରାଶିଙ୍କ ବଦଳିଯିବ ଜୀବନ, ଟଙ୍କାରେ ଭର୍ତ୍ତି ହୋଇଯିବ ସିନ୍ଦୁକ!

ବୈଦିକ ଜ୍ୟୋତିଷ ଅନୁସାରେ, କେତୁ ଏକ ଛାୟା ଗ୍ରହ। ଏହାକୁ ଜ୍ଞାନ, ମୋକ୍ଷ ଏବଂ ବିଚ୍ଛିନ୍ନତାର କାରକ ଭାବରେ ବିବେଚନା କରାଯାଏ। ଜାନୁଆରୀରେ କ୍ରୁର ଗ୍ରହ...

ପାଣ୍ଡିଆନଙ୍କୁ ନେଇ ଏମିତି କହିଲେ ଗଣେଶ୍ୱର, କ୍ରାଇମବ୍ରାଞ୍ଚ ଛାଡ଼ି…

ଭୁବନେଶ୍ୱର,୩ା୧: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଗଣେଶ୍ୱର ବେହେରା। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଛାଡ଼ି...

ମନ୍ତ୍ରୀଙ୍କ ବଡ଼ ସୂଚନା: ଚିଲିକାର ପୁନରୁଦ୍ଧାର ପାଇଁ ହେବ DPR

ଭୁବନେଶ୍ୱର,୨।୧: ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୈବ ବିବିଧତା ଏବଂ ଚିଲିକା ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ...

India ODI Squad vs NZ: ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ଶ୍ରେୟସ ଆୟାର

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ଚୟନକର୍ତ୍ତାମାନେ ତିଲକ ବର୍ମା ଏବଂ...

ବ୍ଲକ କାର୍ଯ୍ୟାଳୟରେ ପଶି ବିଡିଓଙ୍କୁ ଆକ୍ରମଣ: ପ୍ରତିବାଦରେ…

ରାଜନଗର,୩ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଭାଜପା ନେତା ଓ କର୍ମୀମାନେ ଆକ୍ରମଣ ଘଟଣାରେ ଶନିବାର ଦିନତମାମ ବ୍ଲକ ପରିସରରେ ଉତ୍ତେଜନା...

ଥାନା ଅଧିକାରୀଙ୍କ ଦରମା ବନ୍ଦ: ମହଙ୍ଗା ପଡ଼ିଲା…

ତିର୍ତ୍ତୋଲ,୩।୧(ଗୌରାଙ୍ଗ ସ୍ବାଇଁ):ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ଅବମାନନା କାରଣରୁ ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ଦରମା ବନ୍ଦ କରାଯାଇଛିି। ଜଗତସିଂହପୁର ଜିଲାପାଳ, କିଲିପାଳ...

ଦୂତି ଚାନ୍ଦଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ପରିବାର ସହ ଆସୁଥିବାବେଳେ…

କଟକ,୩ା୧: ଦୌଡ଼ରାଣୀ ଦୂତି ଚାନ୍ଦଙ୍କ କାର୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ତାଙ୍କ ପରିବାର ସହ ଆସୁଥିବାବେଳେ କଟକର ତ୍ରିଶୂଳିଆ ବ୍ରିଜ୍‌ ନିକଟରେ କାର୍‌ ଦୁର୍ଘଟଣାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri