ଚଳନ୍ତା ମାଲବାହୀ ଟ୍ରେନରୁ ଅଲଗା ହେଲା ୬ ବଗି

ଖୁଣ୍ଟୁଣୀ,୨୮।୧୦(ଡି.ଏନ.ଏ.)- ଖୁଣ୍ଟୁଣୀ ଥାନା ଅଧୀନ ପୂର୍ବତଟ ରେଳବାଇର ଘଣ୍ଟିଖାଲ-ନଧିପୁର ରେଳଷ୍ଟେଶନ ନିକଟ ଏକ ରେଳ ପୋଲ ଉପରେ ସୋମବାର ଏକ ଚଳନ୍ତା ମାଲବାହୀ ଟ୍ରେନରୁ ୬ଟି ଓ୍ବାଗନ ଅଲଗା ହୋଇଯାଇଥିଲା। ଫଳରେ ଟ୍ରେନଟି ପ୍ରାୟ ୧୫ମିନିଟ୍‌ ପର୍ଯ୍ୟନ୍ତ ଟ୍ରାକ ଉପରେ ଅଟକ ରହିଥିଲା। ଏଥିଯୋଗୁ ଆଠଗଡ଼ କଟକ-ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଲେବଲ କ୍ରସିଂ ଉଭୟ ପାର୍ଶ୍ୱରେ ଶହଶହ ଯାନବାହନ ପ୍ରାୟ ୧୫ମିନିଟ ଅଟକି ରହିଥିଲେ। ଘଣ୍ଟିଖାଲ ଷ୍ଟେଶନ ମ୍ୟାନେଜର ନିତ୍ୟାନନ୍ଦ ଦାସ ଓ ରେଳ ଚାଳକ ଏହି ଖାଲିଥିବା ମାଲବାହୀ ଗାଡ଼ିକୁ ପଛକୁ ଆଣି ପୁନର୍ବାର କପୁଲ ପିନ ସଂଯୋଗ କରିବା ପରେ ଟ୍ରେନଟି ଚାଲିଥିଲା। ମ୍ୟାନେଜ ଦାସଙ୍କ କହିବା ଅନୁଯାୟୀ, ସୋମବାର ସକାଳ ୮ଟା ୪୦ରେ ଖୋର୍ଦ୍ଧାରୁ ନୟାଗଡ଼ ଯାଉଥିବା ଏହି ମାଲବାହୀ ଟ୍ରେନଟି ଘଣ୍ଟିଖାଲ-ନିଧିପୁର ଷ୍ଟେଶନରେ ପହଞ୍ଚତ୍ବାର ଥିଲା। କିନ୍ତୁ ନିଧିପୁର ଲେବଲ କ୍ରସିଂ ନିକଟ ପୋଲ ଉପରେ କପୁଲ ପିନ ବାହାରିଯିବାରୁ ୬ଟି ବଗି ପଛରୁ ଅଲଗା ହୋଇଯାଇଥିଲା। ଟ୍ରେନର ଗତି କମିଯିବାରୁ ଲେବଲ କ୍ରସିଂ ଓ ବ୍ରିଜ ଉପରେ ଅଟକ ରହିବା ସହ ଇଞ୍ଜିନ ସହ ଅନ୍ୟ ବଗିଗୁଡିକ ଷ୍ଟେଶନକୁ ଯିବାପରେ ଅଟକିଥିଲା। ତେବେ ଏହି ତ୍ରୁଟି ଯୋଗୁ କୌଣସି ବିଶେଷ ଅଘଟଣ ଘଟି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱ ନେଲେ ନୂଆ ଡାକ୍ତର

ଗଞ୍ଜାମ,୨୪ା୩(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର(ନୂତନ)ରେ ଡାକ୍ତର ଭାବେ ଜ୍ୟୋତିର୍ମୟୀ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଏହି ପଦବୀ ଖାଲିପଡ଼ିଥିଲା।...

ଶିବଗଙ୍ଗା ପୁଷ୍କରିଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଆରଡି, ୮।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଭାଙ୍ଗିଲେ ଶ୍ରଦ୍ଧାଳୁ । କାର୍ତ୍ତିକ...

ଜେଲ ହାଜତରେ କଏଦୀଙ୍କୁ ପିଟି ହତ୍ୟା

ଢେଙ୍କାନାଳ ଅଫିସ,୨୨ା୬(ରତନ ନାୟାର)ଏକ ଅବକାରୀ ମାମଲାରେ ଗିରଫ ହୋଇ ଢେଙ୍କାନାଳ ଜିଲା କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବୁଧବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି।...

ଚିନ୍ତାରେ ଓଟିଇଟି ପରୀକ୍ଷାର୍ଥୀ

ପାରଳାଖେମୁଣ୍ଡି,୨୬ା୬ (ଗିରିଧାରୀ ପରିଛା): ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆୟୋଜିତ ଓଟିଇଟି ପରୀକ୍ଷାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ବହୁ ପରୀକ୍ଷାର୍ଥୀ। ଗୋଟିଏ ଦିନରେ ୨ଟି...

ସ୍କୁଟି ଡିକିରୁ ୧୫ ଲକ୍ଷ ଜବତ

ବ୍ରହ୍ମପୁର ଅଫିସ,୨୧।୩: ବ୍ରହ୍ମପୁର ବଡବଜାର ଥାନା ପୋଲିସ ଗଞ୍ଜେଇ ଚାଲାଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ...

ଜଣେ ଝାଡାବାନ୍ତି ଆଉ ଜଣେ କିଡନୀ ରୋଗରେ ମୃତ

ରାୟଗଡା ଅଫିସ, ୭।୧୧: ରାୟଗଡା ବ୍ଲକ ପିତା ମହଲ ପଞ୍ଚାୟତ କନ୍ଧ ଖିଲମ ଗ୍ରାମରେ ୨ ଜଣ ମୃତ୍ୟୁ ଘଟିଛି। ଜଣେ ଝାଡ଼ାବାନ୍ତିରେ ଅନ୍ୟ ଜଣେ...

ସଫେଇ ନାଁରେ ସରକାରୀ ଅଫିସ୍‌ ପରିସରରୁ ମୂଲ୍ୟବାନ ଗଛ ଚାଲାଣ

ବାଲେଶ୍ୱର ଅଫିସ, ୧୯।୭-ବାଲେଶ୍ୱର ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ନିମ୍ବ, ଆକାଶୀ, ଶାଗୁଆନ, କଦମ୍ବ, ଆମ୍ବ ଭଳି ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ...

ନିମ୍ନମାନର ଡ୍ରେନ୍‌ କାମ, ଭାଙ୍ଗିଲାଣି ସ୍ଲାବ୍‌

ନବରଙ୍ଗପୁର,୩।୭ (ସଦାସିବ ପ୍ରହରାଜ): ନବରଙ୍ଗପୁର ପୌରାଞ୍ଚଳର ୧୨ନମ୍ବର ୱାର୍ଡର ସାଇନଗର ୩ ନଂ ଗଳିରେ ପୌର ସଂସ୍ଥା ପକ୍ଷରୁ ରାସ୍ତା କଡ଼ରେ ଡ୍ରେନ ନିର୍ମାଣ କରାଯିବା...

Advertisement
Archives

Model This Week