ଚଳନ୍ତା କାରରେ ବଳାତ୍କାର ଘଟଣା : ଧାର ଟଙ୍କାକୁ ନେଇ ଯୁବତୀ ରଚିଥିଲେ ନାଟକ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଚଳନ୍ତା କାର୍‌ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଧାର ଟଙ୍କା ପାଇଁ ଯୁବତୀ ଜଣକ ଏଭଳି ନାଟକ ରଚିଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ମେଡିକାଲ ରିପୋର୍ଟ ଆଧାରରେ ଯୁବତୀଙ୍କୁ ବଳାତ୍କାର କରାଯାଇ ନ ଥିବା ପୋଲିସ ସ୍ପଷ୍ଟ ହୋଇଥିଲା। ଏହାପରେ ଯୁବତୀଙ୍କ କଲ୍‌ ଡିଟେଲ୍ସ ରେକର୍ଡ (ସିଡିଆର) ଯାଞ୍ଚ କରିବା ପରେ ସେ ମିଛ କହିଥିବା ପୋଲିସ ଜାଣି ପାରିଥିଲା। ସେ ବୟାନରେ ଯାହା ସବୁ କହିଥିଲେ, ତାହା ସତ୍ୟ ନ ଥିବା ଖଣ୍ଡଗିରି ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି। ଯୁବତୀ ଜଣକ ପୋଲିସକୁ ଭୁଅଁା ବୁଲାଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଇଆଇସି କହିଛନ୍ତି। ଅନ୍ୟପକ୍ଷରେ ଘଟଣାରେ ଅଟକ ଥିବା କାର ଚାଳକ ସୌମ୍ୟରଞ୍ଜନ ମହାନ୍ତିଙ୍କୁ ପୋଲିସ ରବିବାର ଛାଡ଼ିଦେଇଛି।
ତଦନ୍ତରୁ ପୋଲିସ ଜାଣିପାରିଥିଲା ଯେ, ଯୁବତୀ ଜଣକ ସୌମ୍ୟରଞ୍ଜନଙ୍କୁ ୩ମାସ ତଳୁ ଜାଣିଥିଲେ। ଏପରି କି ନିଜ ମୋବାଇଲ୍‌ ଫୋନରେ ତାଙ୍କ ନମ୍ବର ମଧ୍ୟ ସେଭ୍‌ କରିଥିଲେ। ମାତ୍ର ପୋଲିସ ଏନେଇ ତାଙ୍କୁ ପଚାରିବାରୁ ଘଟଣାଦିନ ସୌମ୍ୟରଞ୍ଜନ ତାଙ୍କ ମୋବାଇଲ୍‌ ଛଡାଇ ନେଇ ନମ୍ବର ସେଭ୍‌ କରିଥିବା ସେ କହିଥିଲେ। କିନ୍ତୁ ପ୍ରାୟ ୩ ମାସ ତଳେ ସେ ଖୋର୍ଦ୍ଧାରେ ପରିବାର ସହ ରହିବା ସମୟରେ କୌଣସି କାମରେ ଭୁବନେଶ୍ୱର ଆସିଥିଲେ। ସେ ଲିଫ୍ଟ ମାଗି ସୌମ୍ୟରଞ୍ଜନଙ୍କ କାରରେ ବସି ଖୋର୍ଦ୍ଧା ଯାଇଥିଲେ। ଯିବା ସମୟରେ ସେ ସୌମ୍ୟରଞ୍ଜନଙ୍କ ଫୋନ୍‌ ନମ୍ବର ମାଗି ନେଇଥିଲେ। କାମ ପଡ଼ିଲେ ସେ ସୌମ୍ୟରଞ୍ଜନଙ୍କୁ କାରରେ ଯିବା ପାଇଁ ଡାକନ୍ତି। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ଫୋନ୍‌ରେ ଉଭୟ ବହୁ ସମୟ ଧରି କଥା ହୋଇଥିବା ସିଡିଆର ରିପୋର୍ଟରୁ ଜଣାପଡ଼ିଛି। ହେଲେ ଇତିମଧ୍ୟରେ ଯୁବତୀ ଜଣକ ସୌମ୍ୟରଞ୍ଜନଙ୍କଠାରୁ କିଛି ଟଙ୍କା ଧାର ନେଇଥିଲେ। ସୌମ୍ୟରଞ୍ଜନ ଟଙ୍କା ମାଗିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯୁବତୀ ଜଣକ ଗତ ବୁଧବାର ତାଙ୍କୁ ଟଙ୍କା ଦେବା ପାଇଁ ଖୋର୍ଦ୍ଧାକୁ ଡାକିଥିଲେ। ସେଠାରେ କାରରେ ବସିବା ପରେ ଚନ୍ଦକା ରୋଡ୍‌ ଦେଇ ବୁଲିଯାଇଥିଲେ। ଯିବା ସମୟରେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଟଙ୍କା ମାଗିଲେ କାରରୁ ଡେଇଁ ପଡ଼ିବାକୁ ସେ ଧମକ ଦେଇଥିଲେ। ଫଳରେ ସୌମ୍ୟରଞ୍ଜନ ଭୟରେ ପିଏନ୍‌ କଲେଜ ନିକଟରେ କାରକୁ ମନ୍ଥର କରିଦେଇଥିଲେ। ଏହି ସମୟରେ ଯୁବତୀ ଜଣକ କାରରୁ ଡେଇଁ ନିଜ ପୋଷାକ ଚିରି ବଳାତ୍କାର କରାଯାଇଥିବା ନେଇ ନାଟକ କରିଥିଲେ ବୋଲି ଆଇଆଇସି ମହାପାତ୍ର କହିଛନ୍ତି।
ସବୁଠୁ ବଡ଼ କଥା ହେଲା, ଯୁବତୀ ଜଣକ ଘଟଣା ଦିନ ଭୁବନେଶ୍ୱରକୁ ଯୁକ୍ତ୨ ସାର୍ଟିଫିକେଟ ନେବାକୁ ଆସିଥିବା କହିଥିଲେ। ତାଙ୍କ ସିଡିଆର ଯାଞ୍ଚ କରିବା ପରେ ସେ ଘଟଣା ଦିନ ଖୋର୍ଦ୍ଧାରୁ ଚନ୍ଦକା ରୋଡ ଦେଇ ଯାଇଥିଲେ, କିନ୍ତୁ ଭୁବନେଶ୍ୱରକୁ ଆଦୌ ଆସି ନ ଥିବା ପୋଲିସ ଜାଣିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri