ଚଳନ୍ତା କାରରେ ବଳାତ୍କାର ଘଟଣା : ଧାର ଟଙ୍କାକୁ ନେଇ ଯୁବତୀ ରଚିଥିଲେ ନାଟକ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଚଳନ୍ତା କାର୍‌ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଧାର ଟଙ୍କା ପାଇଁ ଯୁବତୀ ଜଣକ ଏଭଳି ନାଟକ ରଚିଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ମେଡିକାଲ ରିପୋର୍ଟ ଆଧାରରେ ଯୁବତୀଙ୍କୁ ବଳାତ୍କାର କରାଯାଇ ନ ଥିବା ପୋଲିସ ସ୍ପଷ୍ଟ ହୋଇଥିଲା। ଏହାପରେ ଯୁବତୀଙ୍କ କଲ୍‌ ଡିଟେଲ୍ସ ରେକର୍ଡ (ସିଡିଆର) ଯାଞ୍ଚ କରିବା ପରେ ସେ ମିଛ କହିଥିବା ପୋଲିସ ଜାଣି ପାରିଥିଲା। ସେ ବୟାନରେ ଯାହା ସବୁ କହିଥିଲେ, ତାହା ସତ୍ୟ ନ ଥିବା ଖଣ୍ଡଗିରି ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି। ଯୁବତୀ ଜଣକ ପୋଲିସକୁ ଭୁଅଁା ବୁଲାଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଇଆଇସି କହିଛନ୍ତି। ଅନ୍ୟପକ୍ଷରେ ଘଟଣାରେ ଅଟକ ଥିବା କାର ଚାଳକ ସୌମ୍ୟରଞ୍ଜନ ମହାନ୍ତିଙ୍କୁ ପୋଲିସ ରବିବାର ଛାଡ଼ିଦେଇଛି।
ତଦନ୍ତରୁ ପୋଲିସ ଜାଣିପାରିଥିଲା ଯେ, ଯୁବତୀ ଜଣକ ସୌମ୍ୟରଞ୍ଜନଙ୍କୁ ୩ମାସ ତଳୁ ଜାଣିଥିଲେ। ଏପରି କି ନିଜ ମୋବାଇଲ୍‌ ଫୋନରେ ତାଙ୍କ ନମ୍ବର ମଧ୍ୟ ସେଭ୍‌ କରିଥିଲେ। ମାତ୍ର ପୋଲିସ ଏନେଇ ତାଙ୍କୁ ପଚାରିବାରୁ ଘଟଣାଦିନ ସୌମ୍ୟରଞ୍ଜନ ତାଙ୍କ ମୋବାଇଲ୍‌ ଛଡାଇ ନେଇ ନମ୍ବର ସେଭ୍‌ କରିଥିବା ସେ କହିଥିଲେ। କିନ୍ତୁ ପ୍ରାୟ ୩ ମାସ ତଳେ ସେ ଖୋର୍ଦ୍ଧାରେ ପରିବାର ସହ ରହିବା ସମୟରେ କୌଣସି କାମରେ ଭୁବନେଶ୍ୱର ଆସିଥିଲେ। ସେ ଲିଫ୍ଟ ମାଗି ସୌମ୍ୟରଞ୍ଜନଙ୍କ କାରରେ ବସି ଖୋର୍ଦ୍ଧା ଯାଇଥିଲେ। ଯିବା ସମୟରେ ସେ ସୌମ୍ୟରଞ୍ଜନଙ୍କ ଫୋନ୍‌ ନମ୍ବର ମାଗି ନେଇଥିଲେ। କାମ ପଡ଼ିଲେ ସେ ସୌମ୍ୟରଞ୍ଜନଙ୍କୁ କାରରେ ଯିବା ପାଇଁ ଡାକନ୍ତି। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ଫୋନ୍‌ରେ ଉଭୟ ବହୁ ସମୟ ଧରି କଥା ହୋଇଥିବା ସିଡିଆର ରିପୋର୍ଟରୁ ଜଣାପଡ଼ିଛି। ହେଲେ ଇତିମଧ୍ୟରେ ଯୁବତୀ ଜଣକ ସୌମ୍ୟରଞ୍ଜନଙ୍କଠାରୁ କିଛି ଟଙ୍କା ଧାର ନେଇଥିଲେ। ସୌମ୍ୟରଞ୍ଜନ ଟଙ୍କା ମାଗିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯୁବତୀ ଜଣକ ଗତ ବୁଧବାର ତାଙ୍କୁ ଟଙ୍କା ଦେବା ପାଇଁ ଖୋର୍ଦ୍ଧାକୁ ଡାକିଥିଲେ। ସେଠାରେ କାରରେ ବସିବା ପରେ ଚନ୍ଦକା ରୋଡ୍‌ ଦେଇ ବୁଲିଯାଇଥିଲେ। ଯିବା ସମୟରେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଟଙ୍କା ମାଗିଲେ କାରରୁ ଡେଇଁ ପଡ଼ିବାକୁ ସେ ଧମକ ଦେଇଥିଲେ। ଫଳରେ ସୌମ୍ୟରଞ୍ଜନ ଭୟରେ ପିଏନ୍‌ କଲେଜ ନିକଟରେ କାରକୁ ମନ୍ଥର କରିଦେଇଥିଲେ। ଏହି ସମୟରେ ଯୁବତୀ ଜଣକ କାରରୁ ଡେଇଁ ନିଜ ପୋଷାକ ଚିରି ବଳାତ୍କାର କରାଯାଇଥିବା ନେଇ ନାଟକ କରିଥିଲେ ବୋଲି ଆଇଆଇସି ମହାପାତ୍ର କହିଛନ୍ତି।
ସବୁଠୁ ବଡ଼ କଥା ହେଲା, ଯୁବତୀ ଜଣକ ଘଟଣା ଦିନ ଭୁବନେଶ୍ୱରକୁ ଯୁକ୍ତ୨ ସାର୍ଟିଫିକେଟ ନେବାକୁ ଆସିଥିବା କହିଥିଲେ। ତାଙ୍କ ସିଡିଆର ଯାଞ୍ଚ କରିବା ପରେ ସେ ଘଟଣା ଦିନ ଖୋର୍ଦ୍ଧାରୁ ଚନ୍ଦକା ରୋଡ ଦେଇ ଯାଇଥିଲେ, କିନ୍ତୁ ଭୁବନେଶ୍ୱରକୁ ଆଦୌ ଆସି ନ ଥିବା ପୋଲିସ ଜାଣିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri