Posted inଖେଳ

ଚର୍ଚ୍ଚାରେ ପ୍ରଜ୍ଞା ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। ଅଭିଜ୍ଞ ହାଇଦ୍ରାବାଦୀ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କୁ ଏହି ଦଳରେ ସ୍ଥାନ ମିଳି ନ ଥିଲା। ରାୟୁଡୁଙ୍କୁ ବିଶ୍ୱକପ୍‌ ଦଳରେ ଅଣଦେଖା ନେଇ ବହୁ ପୂର୍ବତନ କ୍ରିକେଟର ନିରାଶାବ୍ୟକ୍ତ କରିବା ସହ ଚୟନ ପ୍ରକିୟା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ବତ୍ତର୍ମାନ ଆଲୋଚନା ଥମି ନ ଥିବାବେଳେ ଭାରତୀୟ କ୍ରିକେଟର ତଥା ବାମହାତୀ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝାଙ୍କ ଏକ ଟୁଇଟ୍‌ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଟୁଇଟ୍‌ ଭବିଷ୍ୟତରେ ଓଝାଙ୍କୁ ଅଡ଼ୁଆରେ ପକାଇବାର ସମ୍ଭାବନା ମଧ୍ୟ ରହିଛି। ରାୟୁଡ଼ୁ ଚୟନ ନ ହେବା ପଛରେ ହାଇଦ୍ରାବାଦ ଖେଳାଳିଙ୍କ ବିରୋଧରେ ଷଡ଼ଯନ୍ତ୍ର ହେଉଛି ଏବଂ ସେ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରିଥିଲେ ବୋଲି ଟୁଇଟ୍‌ରେ ଓଝା କହିଛନ୍ତି। ଓଝାଙ୍କ ଏହି ଟୁଇଟ୍‌ ଏବେ ଚୟନ ପ୍ରକିୟା ଉପରେ ପ୍ରଶ୍ୱବାଚୀ ସୃଷ୍ଟି କରିଛି। ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ୩୨ ବର୍ଷୀୟ ଓଝା କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଥିବାବେଳେ ଜାତୀୟ ଦଳରୁ ବାଦ୍‌ ପଡ଼ିଥିଲେ। ମୁମ୍ବାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟ ମ୍ୟାଚ୍‌ରେ ସେ ୧୦ ଉଇକେଟ୍‌ ଅକ୍ତିଆର କରିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୨୪ ଟେଷ୍ଟ ମ୍ୟାଚ୍‌ରୁ ଓଝା ୧୧୩ ଉଇକେଟ୍‌ ନେଇଥିବାବେଳେ ୧୮ ଦିନିକିଆ ଓ ୬ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୦୩ ବିଶ୍ୱକପ୍‌ ସମୟରେ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ଶ୍ରେଷ୍ଠ ଫର୍ମରେ ଥାଇ ବି ଦଳରେ ସ୍ଥାନ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ନିୟମରେ ବଡ଼ ପରିବର୍ତ୍ତନ: ଏଣିକି ବାଉଣ୍ଡ୍ରି ବାହାରେ ବାରମ୍ବାର ଡେଇଁ ଫିଲ୍ଡର…

ନୂଆଦିଲ୍ଲୀ,୧୫।୬: ମେରିଲେବୋନ କ୍ରିକେଟ କ୍ଲବ (MCC) କ୍ରିକେଟ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି ଯାହା ଏହି ମାସରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଖେଳ...

ବାହା ହେବେ SRHର ମାଲିକାଣୀ କାବ୍ୟା ମାରନ? ଏମିତି କହିଲେ ମ୍ୟୁଜିସିଆନ ଅନିରୁଦ୍ଧ ରବିଚନ୍ଦର

ମୁମ୍ବାଇ,୧୫।୬: ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନଙ୍କ ବିଷୟରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ କାବ୍ୟା ଖୁବ...

ଶେଷ ମୁହୂର୍ତ୍ତରେ ସ୍ଥଗିତ ହେଲା ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଉନ୍ମୋଚନ

ଲଣ୍ଡନ,୧୪ା୬: ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ଯୋଗୁ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ପ୍ରସ୍ତାବିତ ଉନ୍ମୋଚନ କାର୍ଯ୍ୟକ୍ରମକୁ ସ୍ଥଗିତ କରି ଦିଆଯାଇଛି। ସୂଚନା ମୁତାବକ, ଇଂଲଣ୍ଡ ଓ...

WTC Final: ୩୩ ବର୍ଷ ଅପେକ୍ଷାର ଅନ୍ତ: ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ ଚାମ୍ପିଅନ ହେଲା ଦକ୍ଷିଣ ଆଫ୍ରିକା

ଲର୍ଡସ,୧୪।୬: ଟେମ୍ବା ବାଭୁମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଟିମ୍‌ ଇତିହାସ ରଚିିଛି। ଲର୍ଡସରେ ଶନିବାର ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୫ର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ...

BCCIକୁ ବଡ଼ ଝଟ୍‌କା: ଭାରତ ଆଗାମୀ ୬ ବର୍ଷ ପାଇଁ…

ନୂଆଦିଲ୍ଲୀ,୧୪।୬: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ (WTC Final) ଆୟୋଜନ କରିବାର ସ୍ବପ୍ନ କିଛି ବର୍ଷ ପାଇଁ ଅଧୁରା...

ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଭୟଭୀତ ଓ୍ବାର୍ନର, ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୬: ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ ୱାର୍ନର ଭାରତକୁ ଭଲ ପାଆନ୍ତି। କିନ୍ତୁ ଗୁରୁବାର ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସେ ବେଶ ମର୍ମାହତ ହୋଇଛନ୍ତି।...

ଚିନ୍ତାରେ ପଡିଲା BCCI: ସିରିଜ ଆରମ୍ଭରୁ ଘରକୁ ଫେରିଆସିଲେ ଟିମ୍ ଇଣ୍ଡିଆ କୋଚ୍ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୩।୬: ଜୁନ୍ ୨୦ରେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଗୌତମ ଗମ୍ଭୀର ଏକ ଚିକିତ୍ସା ଜରୁରୀ ସ୍ଥିତି ହେତୁ ଇଂଲଣ୍ଡରୁ ଭାରତକୁ...

IPL ନିଲାମରେ ଏହି ବ୍ୟାଟରଙ୍କୁ କେହି ଧ୍ୟାନ କିଣି ନଥିଲେ, ଏବେ ଭାଙ୍ଗିଲେ କ୍ରିସ ଗେଲଙ୍କ ସମେତ ଏକାଧିକ ବିଶ୍ୱ ରେକର୍ଡ

ୱାଶିଂଟନ, ୧୩ା୬: ନ୍ୟୁଜିଲାଣ୍ଡର ଆକ୍ରମଣାତ୍ମକ ବ୍ୟାଟସମ୍ୟାନ ଫିନ ଆଲେନ ମେଜର ଲିଗ କ୍ରିକେଟ ୨୦୨୫ର ଉଦ୍‌ଘାଟନୀ ମ୍ୟାଚରେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି – ଯୁକ୍ତରାଷ୍ଟ୍ରରେ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri